ଧାନବିଲକୁ ଯାଉଥିବା ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ନାକଟିଦେଉଳ, ୨୯।୫ (ଡି.ଏନ.ଏ.)-ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ହିତସରା ଗାଁରେ ଶୁକ୍ରବାର ସକାଳ ୬ଟାରେ ଜଣେ ମହିଳାଙ୍କୁ ହାତୀ କଚାଡି ମାରି ଦେଇଛି। ଏହି ମହିଳା ଜଣଙ୍କ ହେଲେ ହିତସରା ଗାଁର ମିତ୍ରଭାନୁ ଦେହୁରୀଙ୍କ ସ୍ତ୍ରୀ ପ୍ରମିଳା ଦେହୁରୀ (୫୫)। ପୋଲିସ ପ୍ରମିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇବା ସହ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ପ୍ରମିଳା ନିଜ ଘର ଠାରୁ ପ୍ରାୟ ଦେଢ କି.ମି. ଦୂର ଗଙ୍ଗାମୁଣ୍ଡାଠାରେ ଥିବା ନିଜର ଧାନବିଲକୁ ଯାଉଥିଲେ। ଏହି ସମୟରେ ସେ ଏକ ଦନ୍ତାହାତୀ ସହ ମୁହଁାମୁହଁି ହୋଇଥିଲେ । ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ନେଇ ତଳେ କଚାଡ଼ି ଦେବା ସହ କିଛି ଦୂରକୁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରମିଳାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ନାକଟୀଦେଉଳ ଥାନା ଅଧିକାରୀ ଇସ୍ମାଇଲ ଏକ୍କା, ବନାଞ୍ଚଳାଧିକାରୀ ଅଶ୍ୱିନୀ କୁମାର ବେହେରା ଏବଂ ଫରେଷ୍ଟର ସୌମ୍ୟରଞ୍ଜନ ଖିଲାରୀ ପ୍ରମୁଖ ସଦଳବଳ ସେଠାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ସମୟରେ ଗ୍ରାମବାସୀ ସେଠାରେ ଏକତ୍ରିତ ହୋଇ ପାଟିତୁଣ୍ଡ କରିଥିଲେ। ଗାଁରେ ନିୟୋଜିତ ଫରେଷ୍ଟ ୱାଚରମାନେ ଠିକ୍‌ ଭାବେ କାର୍ଯ୍ୟ ନିର୍ବାହ କରୁ ନାହାନ୍ତି। ଏଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ, ହାତୀ ଉପଦ୍ରବରୁ ରକ୍ଷା ପାଇଁ ଗ୍ରାମର ଜଙ୍ଗଲ ସୀମାରେ ଚାରିପାଖେ ଟ୍ରେଞ୍ଜ ଖୋଳାଯାଉ, ହାତୀ ଗତିବିଧି ଉପରେ ନଜର ରଖିବାକୁ ସେହି ସ୍ଥାନରେ ଏକ ୱାଚ ଟାୱାର ନିର୍ମାଣ କରାଯାଉ ଓ ମୃତକଙ୍କ ପରିବାର ବର୍ଗଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ। ଉପସ୍ଥିତ ପୋଲିସ ଓ ବନବିଭାଗ ଅଧିକାରୀମାନେ ଉତ୍ତେଜିତ ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏହି ଦାବିଗୁଡ଼ିକ ପୂରଣ କରିବାକୁ ରେଞ୍ଜ ଅଫିସର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, ଗତ ୨୩ ତାରିଖ ବାଟଗାଁ ପଞ୍ଚାୟତ ଅନ୍ତର୍ଗତ ବେଠିଆବେର୍ଣ୍ଣୀ ଗ୍ରାମର ଦଇମତୀ ଦେହୁରୀ ନାମ୍ନୀ ଜଣେ ମହିଳାଙ୍କ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri