ଦେବଗଡ଼, ୫।୧୨(ଡ଼ି.ଏନ୍.ଏ.)- ଗତ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକର ନିଷ୍ପତିମତେ ଶୁକ୍ରବାରଠାରୁ ଦେବଗଡ ଜିଲାରେ ଚାଷୀଙ୍କଠାରୁ ୨୦୨୦-୨୧ ଖରିଫ୍ ବର୍ଷ ନିମନ୍ତେ ଧାନକିଣା ଆରମ୍ଭ କରାଯାଇଛି। ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଜିଲାପାଳ ସୁଧାଂଶୁ ମୋହନ ସାମଲ ଆନୁଷ୍ଠାନିକ ଭାବେ ଧାନକିଣା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କୋଭିଡ- ୧୯ ନିୟମ ଅନୁପାଳନ ପୂର୍ବକ ପ୍ରଥମ ଦିବସରେ ୧୦ଜଣ ଚାଷୀଙ୍କଠାରୁ ୩୮୩.୬୦ କୁଇଣ୍ଟାଲ (୮୦୧ବସ୍ତା) ଧାନ କ୍ରୟ କରାଯାଇଥିବା ଜଣାଯାଇଛି। ଏହି ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ, ଏଆରସିଏସ. ନିମାଇଁ ଚରଣ ନାଏକ, ଅତିରିକ୍ତ ଏସିଏସଓ ବିଜୟ ବାରିକ, ଏସିଏସଓ ବିରେନ୍ଦ୍ର ସୋରେନ, କାଦୋପଡା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଚାଷୀ ପ୍ରତିନିଧି ପ୍ରମୋଦ ଝାଙ୍କର, ଯଜାତି କିଶୋର ବିଶ୍ୱାଳ, ଭୂପେନ୍ଦ୍ର ନାଏକଙ୍କ ସମେତ କ୍ୱାଲିଟି ଆନାଲିଷ୍ଟ, ଯୋଗାଣ ନିରୀକ୍ଷକ, ସ୍ଥାନୀୟ ମିଲର ଏବଂ ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଜିଲାରେ ୨୯ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୪୦ଟି ମଣ୍ଡିରେ ଚାଷୀଠାରୁ ଧାନକ୍ରୟ କରାଯିବା ନିମନ୍ତେ ଜିଲାସ୍ତରୀୟ ଧାନକିଣା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…
ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…
ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…
ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…
ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…
ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…
ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…
ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…
ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…
ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା
ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…
ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍
ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍ଆଇ ଟିମ୍କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍ଆଇ ଟିମ୍ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…
ଏମଆରଏଫ୍ ୟୁନିଟ୍ରେ ପଶିଲା ୫ ଫୁଟର ଅଜଗର, ପରେ….
କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍ ୟୁନିଟ୍ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…
Archives

