Posted inଫୁରସତ

ଧର୍ମପୀଠକୁ କାହିଁକି ଯାତ୍ରା କରିବା

ଅଧିକ ଲୋକ ଧାର୍ମିକ ସ୍ଥାନକୁ ଯାତ୍ରା ପଛରେ ପାପରୁ ମୁକ୍ତି ଓ ଦାନ-ପୁଣ୍ୟ କରିବା ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି। କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନକୁ ଯାତ୍ରା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଦେଖିବାକୁ ଗଲେ ଧାର୍ମିକ ସ୍ଥାନ କିମ୍ବା ତୀର୍ଥ ଯାତ୍ରା ଯିବାର ପରମ୍ପରା ରାମାୟଣ ଓ ମହାଭାରତ ଯୁଗରୁ ରହିଆସିଛି। ତେବେ ଆସନ୍ତୁ ଜାଣିବା ଧାର୍ମିକ ସ୍ଥାନ ଯାତ୍ରା କରିବାର ଲାଭ ବିଷୟରେ..
* ଧାର୍ମିକ ସ୍ଥାନ ଓ ତୀର୍ଥ ସ୍ଥାନକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ। କୁହାଯାଇଛି ଯେ, ଯେଉଁ ଶକ୍ତି ଧାର୍ମିକ ସ୍ଥାନ ଓ ତୀର୍ଥ ସ୍ଥାନରେ ରହିଛି ତାହା ଅନ୍ୟ କେଉଁ ଠାରେ ମିଳି ନ ଥାଏ। ସେହି କାରଣରୁ ମନ୍ଦିର ଓ ତୀର୍ଥ ସ୍ଥାନ ଯାଇ ବ୍ୟକ୍ତିଙ୍କ ମନ ଶାନ୍ତ ହେବା ସହ ମନରେ ଶକ୍ତି ଆସିଥାଏ।
* ସେହିପରି ଧାର୍ମିକ ସ୍ଥଳକୁ ଯାତ୍ରା କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। କାରଣ ଧାର୍ମିକ ସ୍ଥଳର ବାତାବରଣ ଶୁଦ୍ଧ ରହିଥାଏ। ମନ୍ଦିର ପ୍ରବେଶ କରିବା ଆଗରୁ ପ୍ରଥମେ ଆମକୁ ଚପଲ ଖୋଲି ଖାଲି ପାଦରେ ଯିବାକୁ ପଡ଼ିଥାଏ। ଏଥିସହ ଯେଉଁ ଧାର୍ମିକ ସ୍ଥଳରେ ସିଡି ରହିଥାଏ ସେଠାରେ ଚଢ଼ିବା ଓ ଓହ୍ଲାଇବା ବେଳେ ଭଜନ-କୀର୍ତ୍ତନ କରି ଯିବା ଉଚିତ। ଏହାଦ୍ବାରା ହାତ ଓ ପାଦରେ ଚାପ ପଡିଥାଏ। ଏହା ଆକ୍ୟୁପ୍ରେସର ଭଳି କାର୍ଯ୍ୟ କରିଥାଏ।
*ଏଥିସହ ତୀର୍ଥ ଯାତ୍ରା କରିବା ଦ୍ବାରା ଆମର ଆଧ୍ୟାତ୍ମିକ ଜ୍ଞାନ, ଭୌଗୋଳିକ ଓ ଐତିହାସିକ ଜ୍ଞାନ ବଢିଥାଏ। ଯାତ୍ରା ଦ୍ବାରା ଅନେକ ସ୍ଥାନର ଇତିହାସ ଓ ମହତ୍ତ୍ବ ବିଷୟରେ ଜାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଇଚ୍ଛା ଜାଗୃତ ହୋଇଥାଏ। ସେହି ସ୍ଥାନ ସହ ଜଡିତ କଳା, ସଂସ୍କୃତି ଓ ପରମ୍ପରା ଇତ୍ୟାଦି ସମ୍ପର୍କରେ ମଧ୍ୟ ଜ୍ଞାନ ମିଳିଥାଏ।
*ତୀର୍ଥ ଯାତ୍ରା ସମୟରେ ନିଜ ଘର ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବାର ସୁଯୋଗ ମିଳିଥାଏ। ଏହାଦ୍ବାରା ଅନେକ ବ୍ୟକ୍ତିଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri