ଧରାପଡ଼ିଲା ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ର଼୍ୟାକେଟ: ୪୦ କେଜି କଇଁଛ ଜବତ, ୪ ଗିରଫ

ଏମ୍‌ଭି ୭୮,୧୧ା୬(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଓ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ କଇଁଛ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏଥିରେ ଆନ୍ତଃରାଜ୍ୟ ର଼୍ୟାକେଟ ସମ୍ପୃକ୍ତ ଥିବା ଜଣାପଡିବା ପରେ ବନ ବିଭାଗ ନଜର ରଖିଥିଲା। ଗୁରୁବାର ଚଢାଉ କରି ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଏମ୍‌ଭି-୯୬ ଗ୍ରାମର ବିଶ ସିଲ୍‌, ବଳାଇ ସରକାର,ଏମ୍‌ପିଭି-୬୫ ଗ୍ରାମର ସାଗର ମଲ୍ଲିକ ଏବଂ ବିପୁଳ ମିର୍ଦ୍ଧା। ଏନେଇ ୧୮,୧୯/୨୦ରେ ଦୁଇଟି ମାମଲା ରୁଜୁ ହୋଇଛି। ଖବରରୁ ଜଣାପଡିଛି କଇଁଛ ଚୋରାଚାଲାଣ ନେଇ ଅଭିଯୋଗ ହେବା ପରେ ଗତ କିଛିଦିନ ଧରି ବନ ବିଭାଗ କର୍ମଚାରୀମାନେ ଗୁପ୍ତ ସୂଚନା ସଂଗ୍ରହ କରି ଏକାଧିକ ସ୍ଥାନରେ ଚଢାଉ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଏକ ସୂତ୍ରରୁ ଖବର ପାଇ ଏମ୍‌ଭି-୭୯ ରେଞ୍ଜର ବଳରାମ ନାୟକଙ୍କ ନେତୃତ୍ୱରେ ଫରେଷ୍ଟର ଶିବଜିତ ମଣ୍ଡଳ, ବିଦ୍ୟୁତ୍‌ ବିଶ୍ବାସ, ସୁମିତ୍ରା ବିଶ୍ବାସ ଓ ମମତା ବିଶୋୟୀ ଏମ୍‌ପିଭି-୪୨ ଏବଂ ଏମ୍‌ପିଭି-୮୩ ଗ୍ରାମ ଛକଠାରେ ଜଗିଥିଲେ। ଗୁରୁବାର ସକାଳ ୯ଟାରେ ୨ଟି ମୋଟରସାଇକେଲରେ କଇଁଛ ନେଇ ଉପରୋକ୍ତ ୪ ଜଣ ବ୍ୟକ୍ତି ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଧରାଯାଇଥିଲା। ପରେ ସେମାନଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା। ୨ଟି ମୋଟରସାଇକଲରୁ ୪୦ କେଜି କଇଁଛ ଜବତ କରାଯାଇଛି। ଏହି କଇଁଛ ସେମାନେ ଆନ୍ଧ୍ରର କାକିନାଡା ଅଞ୍ଚଳରୁ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri