ଧନୁଷ୍ଟଙ୍କାର ଭଉଣୀ, ଥାଲାସେମିଆ ପୁଅଙ୍କୁ ମିଳିଲା ସହାୟତା

ପଟ୍ଟାମୁଣ୍ଡାଇ, ୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଗଙ୍ଗାରାମପୁର ପଞ୍ଚାୟତ ଗୁଣୁପୁର ପାଟଣା ଗ୍ରାମର ଅଲେଖ ଦାସଙ୍କ ପରିବାର ଏବେ ଅସହାୟ ହୋଇ ପଡିଛନ୍ତି। କରୋନା ପାଇଁ ତାଲା ବନ୍ଦ ତାଙ୍କ ପରିବାର ପାଇଁ ଅଭିଶାପ ପାଲଟିଛି। ଶ୍ରମଜୀବୀ ଅଲେଖଙ୍କ ଭଉଣୀ ଚିନ୍ମୟୀ ଧନୁଷ୍ଟଙ୍କାର ରୋଗରେ ପୀଡିତ ହୋଇଥିବା ବେଳେ ଏକମାତ୍ର ୩ ବର୍ଷର ପୁଅ ଥାଲାସେମିଆରେ ଆକ୍ରାନ୍ତ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି। ଅଲେଖ ଜଣେ ଦିନ ମଜୁରିଆ। ଘରେ ଭଉଣୀ, ପୁଅଙ୍କ ସହିତ ତାଙ୍କ ସ୍ତ୍ରୀ ଅଛନ୍ତି। ଭଉଣୀର ଚିକିତ୍ସା ପାଇଁ ପ୍ରତି ମାସରେ ୩ ହଜାର ଟଙ୍କାର ଔଷଧ ଓ ପୁଅ ଲାଗି ୨ ମାସରେ ଥରେ ରକ୍ତର ଆବଶ୍ୟକତା ଅଛି। ଏପରିସ୍ଥଳେ ଶ୍ରମ ଅନ୍ବେଷଣରେ ଅଲେଖ ୪ ମାସ ତଳେ ହାଇଦ୍ରାବାଦ ଚାଲି ଯାଇଥିଲେ। ଏବେ ପରିବାର ଅଭାବ ଅନଟନରେ ଥିବାବେଳେ ଚିକିତ୍ସା ସେବା ପାଇବା କଷ୍ଟକର ହୋଇଛି। ଏ ସମ୍ପର୍କରେ ଗତ ୨୧ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଡିଜେ ସେବା ସମବାୟ ସମିତିର ମୁଖ୍ୟ ପ୍ରତାପ ଚନ୍ଦ୍ର ପାଢୀ ଓ ଜିଲା ଧର୍ମରକ୍ଷା ସମିତିର ମାଧବ ଚନ୍ଦ୍ର ପ୍ରଧାନ, ଶଶାଙ୍କ କୁମାର ଜେନା ଅଲେଖଙ୍କ ଘରେ ପହଞ୍ଚତ୍ ୨୦ ଦିନର ରାଶନ ସାମଗ୍ରୀ ସହିତ ୩ ହଜାର ଟଙ୍କା ସହାୟତା ଦେଇଥିଲେ। ଏକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରତି ମାସରେ ଥାଲାସେମିଆ ପୁଅକୁ ରକ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିନେଇ ସରପଞ୍ଚ ପ୍ରଫୁଲ୍ଲ କୁମାର ତରାଇ ଓ ଗ୍ରାମର ସ୍ବେଚ୍ଛାସେବୀ ପ୍ରଭାକର ସାମଲ, ଶିବ ତରାଇ, ଅଲେଖ ପରିଡା ପ୍ରମୁଖ ଧରିତ୍ରୀର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri