Posted inଖେଳ

ଦ୍ୱିତୀୟ ଟି୨୦: ବିଜୟଧାର ବଜାୟ ଲକ୍ଷ୍ୟରେ ଭାରତ

ଅକ୍‌ଲାଣ୍ଡ,୨୬।୧(ପି.ଟି.)- ପ୍ରଥମ ଟି୨୦ରେ ଚମକପ୍ରଦ ବିଜୟ ହାସଲ କରିଥିବା ଭାରତ ରବିବାର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ବିଜୟରୁ ଅଭିଯାନ ଆରମ୍ଭ କରିବା ସହ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଏହି ହାଇ ସ୍କୋରିଂ ଗ୍ରାଉଣ୍ଡରେ ଖେଳାଯିବ।
ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବା ଆଶା କରାଯାଉନାହିଁ। ତେବେ ବୋଲିଂ ବିଭାଗରେ କିଛିଟା ପରିବର୍ତ୍ତନ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଛୋଟ ବାଉଣ୍ଡାରୀରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଏକ ମାତ୍ରର ବୋଲର ଭାବେ ଯଶପ୍ରୀତ ବୁମ୍‌ରା ଓଭର ପିଛା ୮ରୁ କମ୍‌ ରନ୍‌ ବ୍ୟୟ କରିଛନ୍ତି। ଅନ୍ୟ ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଚତୁର୍ଦ୍ଦିଗକୁ ଶଟ୍‌ ଖେଳି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ପ୍ରଥମ ମ୍ୟାଚ୍‌ରେ ୨୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ଶାମି ଦଳରେ ତାଙ୍କ ସ୍ଥାନ ବଜାୟ ରଖିବା ନିଶ୍ଚିତ ମନେହେଉଛି। ଠାକୁରଙ୍କ ବଦଳରେ ନବଦୀପ ସଇନି ଖେଳିବାର ସମ୍ଭାବନା ରହିଛି। ତେବେ ଛୋଟ ଗ୍ରାଉଣ୍ଡରେ ସଇନିଙ୍କ ଏକ୍ସଟ୍ରା ପେସ୍‌ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଧିକ ରନ ସଂଗ୍ରହ କରିବାର ସୁଯୋଗ ସୃଷ୍ଟି କରିପାରେ। ୩ ଦ୍ରୁତ ବୋଲର ଓ ୨ ସ୍ପିନରଙ୍କୁ ନେଇ ଭାରତ ପୂର୍ବପରି ପଡିଆକୁ ଓହ୍ଲାଇବା କି ନା ତାହା ଟସ୍‌ ପରେ ଜଣାପଡିବ। ସେହିପରି ଜଣେ ଅତିରିକ୍ତ ସ୍ପିନର କୁଲଦୀପ ଯାଦବଙ୍କୁ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ଖେଳାଇବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟତମ ସ୍ପିନର ଭାବେ ଓ୍ବାଶିଂଟନ ସୁନ୍ଦର ମଧ୍ୟ ବିକଳ୍ପ ଭାବେ ଦଳରେ ରହିଛନ୍ତି। ଯଦି ଭାରତ ଜଣେ ଅତିରିକ୍ତ ସ୍ପିନରଙ୍କୁ ଖେଳାଏ ତାହାଲେ ଶିବମ୍‌ ଦୁବେ ତୃତୀୟ ବୋଲିଂ ବିକଳ୍ପ ସୃଷ୍ଟି କରିବେ। ପ୍ରଥମ ଟି୨୦ରେ ଜାଡେଜା ଓ ଚହଲ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି। ଦୁହେଁ ୩୬ ବଲ ପକାଇ ୫୦ ରନ ବ୍ୟୟ କରିବା ସହ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୁଣି ଦିନିକିଆ ବିଶ୍ୱକପ୍‌ ପରେ ଚହଲ ଓ କୁଲଦୀପ ଏକାଠି ହୋଇ ଏପର୍ଯ୍ୟନ୍ତ ଖେଳିନାହାନ୍ତି। ବ୍ୟାଟିଂରେ ଭାରତର ପ୍ରଦର୍ଶନ ଠିକ୍‌ଠାକ ରହିଛି। ତେବେ ଦଳ ପୁନର୍ଗଠନ ଉପରେ ଟିମ୍‌ ମ୍ୟାନେଜମେଣ୍ଟ ଧ୍ୟାନ ଦେବ।
ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦଳର ପ୍ରଦର୍ଶନ ନେଇ ଅଧିନାୟକ ବିରାଟ କୋହଲି ବେଶ୍‌ ସନ୍ତୁଷ୍ଟ ଥିବେ। ମିଡଲ ଅର୍ଡରରେ ଶ୍ରେୟାସ ଆୟାରଙ୍କ ପ୍ରଦର୍ଶନ ପ୍ରଥମ ମ୍ୟାଚ୍‌ରେ ଦୃଷ୍ଟାନ୍ତମୂଳକ ଥିଲା। ୨୯ଟି ବଲ୍‌ ଖେଳି ୫ ଚୌକା ଓ ୩ ଛକା ସହ ୫୮ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇ ଆୟାର ୪ ନମ୍ବରରେ ତାଙ୍କ ସ୍ଥାନ ଦୃଢ଼ କରିବାରେ ସଫଳ ହୋଇଛନ୍ତି। ୨୦୪ ରନ ଚେଜ୍‌ କରି ଭାରତ ନ୍ୟୁଜିଲାଣ୍ଡ ଗସ୍ତ ପୂରା ଢଙ୍ଗରେ ଆରମ୍ଭ କରିଛି।
ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଦଳରେ ଅଦଳ ବଦଳ ଓ ପରୀକ୍ଷା ନିରୀକ୍ଷାକୁ ନେଇ ବେଶ୍‌ ଆଲୋଚନା କରାଯାଇଥିଲା। ୨୦୧୯ ବିଶ୍ୱକପ୍‌ ପୂର୍ବରୁ ମଧ୍ୟ ଠିକ୍‌ ଏହି ଭଳି ଏକ୍ସପେରିମେଣ୍ଟକୁ ନେଇ ସମାଲୋଚନା କରାଯାଇଥିଲା। ଆୟାରଙ୍କ ଫର୍ମ ଭାରତ ପାଇଁ ଏବେ ମୁଖ୍ୟଅସ୍ତ୍ର ହେବାକୁ ଯାଉଛି। ଗତ ୧୨ଟି ଟି୨୦ରେ ଆୟାର ଖେଳିବା ସହ ୧୧ଟି ଇନିଂସରୁ ୩୪.୧୪ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ମ୍ୟାଚ ବିଜୟୀ ମାନସିକତା ମଧ୍ୟ ଚଳିତ ଟି୨୦ ଓ ଦିନିକିଆ ସିରିଜରେ କାମରେ ଆସିବ। ମନୀଷ ପାଣ୍ଡେ ଓ ଶିବମ ଦୁବେ ଦୁହେଁ ପାଳି କରି ମ୍ୟାଚ୍‌ ଫିନିସ କରୁଛନ୍ତି। ପୁଣି ରାହୁଲଙ୍କ୍‌ ଉଇକେଟକିପଂ କୌଶଳ ମଧ୍ୟ ବେଶ୍‌ ସନ୍ତୋଷଜନକ ହୋଇଛି। ତେଣୁ ବ୍ୟାଟିଂ ଲାଇନ୍‌ରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ସୁଯୋଗ ଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ରେ ୧୦ରୁ ୧୫ ରନ ଅଧିକ ରନ ସଂଗ୍ରହ କରିପାରି ନ ଥିଲା। କେବଳ ସେତିକି ନୁହେଁ ଫିଲ୍ଡିଂରେ କେତୋଟି ସୁଯୋଗ ମଧ୍ୟ ହାତଛଡ଼ା କରିଥିଲା ଓ ଏହାର ଫାଇଦା ଉଠାଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ। ଭାରତୀୟ ଖେଳାଳିମାନେ ମଧ୍ୟ ପରିସ୍ଥିତି ସହିତ ଖାପ୍‌ ଖୁଆଇବାରେ ସଫଳ ହୋଇଥିଲେ। ଭାରତକୁ ରୋକିବାକୁ ହେଲେ ଘରୋଇ ଦଳକୁ ସ୍ବତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପଡିବ। ୨୦୧୯ ଫେବୃୟାରୀରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅବଶ୍ୟ ବିଜୟୀ ହୋଇଥିଲା। ତେବେ ଭାରତ ପରେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୨ ବ୍ୟବଧାନରେ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡର ଜବରଦସ୍ତ ବ୍ୟାଟିଂ କରିଥିଲା। ତେବେ ଭାରତକୁ ଘରୋଇ ବୋଲରମାନେ ରୋକିବାରେ ସଫଳ ହୋଇ ନ ଥିଲେ। ପରାସ୍ତ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଦଳରେ ପରିବର୍ତ୍ତନ କରାନଯିବା ଆଶା କରାଯାଉଛି।
ଶନିବାର ଉଭୟ ଦଳ ବିଶ୍ରାମ କରିଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏହି ବିଶ୍ରାମ ବେଶ୍‌ ମହତ୍ତ୍ୱ ରଖୁଛି। ଏହି ମ୍ୟାଚ୍‌ରେ ପୁଣି ଥରେ ଭାରତୀୟ ପ୍ରଶଂସକମାନେ ସେମାନଙ୍କ ଉପସ୍ଥିତି ଜାହିର କରିବାର ସୁଯୋଗ ପାଇବେ। ରବିବାର ୍‌ ଖେଳାଯାଉଥିବାରୁ ପ୍ରଶଂସକ ଏହି ମ୍ୟାଚ୍‌ର ମଜା ନେବେ ଓ ଏହା ହାଇସ୍କୋରିଂ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି ଓ ଓ୍ବାଶିଂଟନ ସୁନ୍ଦର।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ସ୍କଟ କୁଗେଲେଜିନ, କଲିନ ମୁନରୋ, କଲିନ ଡି ଗ୍ରାଣ୍ଡହୋମ, ଟମ୍‌ ବ୍ରୁସ୍‌, ଡାରେଲ ମିଚେଲ, ମିଚେଲ ସାଣ୍ଟନର, ଟିମ୍‌ ସେଇଫେର୍ଟ (ଉଇକେଟକିପର), ହାମିଶ ବେନେଟ, ଇଶ୍‌ ସୋଧୀ, ଟିମ୍‌ ସୌଦି ଓ ବ୍ଲେୟାର ଟକ୍‌ନର।
ସମୟ: ଅପରାହ୍ନ ୧୨. ୨୦
ସ୍ଥାନ: ଅକ୍‌ଲାଣ୍ଡ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri