ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ବସ୍ତା, ୧୦।୭(ସ୍ବ.ପ୍ର.)-ବସ୍ତା ରେଳଷ୍ଟେଶନ ଉପରେ ଦୈନନ୍ଦିନ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ୫ଟି ବ୍ଲକର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ବସ୍ତା ରେଳଷ୍ଟେଶନ ଆଦର୍ଶ ରେଳଷ୍ଟେଶନର ମାନ୍ୟତା ପାଇଥିବା ସତ୍ତ୍ୱେ ଷ୍ଟେଶନଣ ଉନ୍ନତିକୁ ଅଣଦେଖା କରାଯାଇ ଆସୁଛି। ଦୀର୍ଘଦିନ ଧରି ଯାତ୍ରୀମାନେ ଏହି ଷ୍ଟେଶନରେ ଦିଲ୍ଲୀ, ହାୱଡା, ଚେନ୍ନାଇ ଓ ସିକନ୍ଦରାବାଦ ଯାଉଥିବା ଦ୍ରୁତଗାମୀ ଏକ୍ସପ୍ରେସ ରହଣି ଲାଗି ଦାବି କରି ଆସୁଥିଲେ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାରେ ଭାଜପା ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ରବୀନ୍ଦ୍ର କୁମାର ଜୈନଙ୍କ ନେତୃତ୍ୱରେ ଭାଜପା ରାଜ୍ୟ ପରିଷଦ ସଦସ୍ୟ ସୁବଳ ଚନ୍ଦ୍ର ଦାସ ଓ ଲଙ୍ଗଳେଶ୍ୱର ଭାଜପା ଯୁବମୋର୍ଚ୍ଚା ସଭାପତି ଅଜିତ କୁମାର ପଟ୍ଟାୟତ, ଭୁବନେଶ୍ୱର ନୂଆଦିଲ୍ଲୀ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ ସହ ଚେନ୍ନାଇ ଓ ସିକନ୍ଦରାବାଦ ଯାଉଥିବା ଏକ୍ସପ୍ରେସକୁ ବସ୍ତାରେ ରହଣି ଦାବି ନେଇ ଏକ ଦାବିପତ୍ର ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଓଡ଼ିଶାଭବନସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍‌ କରି ପ୍ରଦାନ କରିଛନ୍ତି। ଏହାସହ ବସ୍ତା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଦାବି ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ଚେଷ୍ଟା କରିବେ ବୋଲି କହିଥିବା ଜୈନ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?