Posted inଫୁରସତ

ଦେଶର ପ୍ରଥମ ଡାଏନୋସର ପାର୍କ : ଏଠାରୁ ୩୬ ବର୍ଷ ତଳେ ମିଳିଥିଲା ଜୀବାଶ୍ମ

ଗୁଜରାଟର ବାଳାସିନୋରରେ ବିଶ୍ୱର ତୃତୀୟ ବଡ଼ ଏବଂ ଦେଶର ପ୍ରଥମ ଡାଏନୋସର ପାର୍କ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲା ହେବାକୁ ଯାଉଛି। ଗୁଜରାଟର ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୨୮ ଏକର ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଛି। ୩୬ ବର୍ଷ ପୂର୍ବେ ଏଠାରୁ ଡାଏନୋସରର ଜୀବାଶ୍ମ ମିଳିଥିଲା। ବିଶେଷକରି ଡାଏନୋସରର ୬.୫ କୋଟି ବର୍ଷର ଇତିହାସ ସମ୍ପର୍କରେ ଜଣାଇବା ପାଇଁ ଏହି ପାର୍କ ନିର୍ମାଣ କରାଯାଇଛି। ଦେଶର ଏହା ପ୍ରଥମ ଡାଏନୋସର ମ୍ୟୁଜିୟମ ହେବ। ଏଠାରେ ଡାଏନୋସରର ଖାଦ୍ୟପେୟ, ବାସଗୃହ ଏବଂ ଏହାର ଜୀବନ ସହିତ ଜଡ଼ିତ ସମସ୍ତ ତଥ୍ୟ ମିଳିପାରିବ।

ଏଠାରେ ୭ ପ୍ରକାରର ଡାଏନୋସର ରହୁଥିଲେ : ବାଳାସିନୋରରୁ ୧୧ କିମି ଦୂର ରୟୋଲି ଗାଁରେ ରହୁଥିବା ପେଲିଏଣ୍ଟୋଲୋଜିଷ୍ଟ (ଡାଏନୋସର ବିଶେଷଜ୍ଞ)ଙ୍କ ଏକ ପରୀକ୍ଷା କେନ୍ଦ୍ର ରହିଛି। ବିଶେଷଜ୍ଞଙ୍କ ମତରେ ଏଠାରୁ ପ୍ରାୟ ୧୦ ହଜାର ଡାଏନୋସରଙ୍କ ଅଣ୍ଡା ମିଳିଥିଲା। ଏହା ବିଶ୍ୱର ସୁବୁଠୁ ସୁରକ୍ଷିତ ସ୍ଥାନ। ୧୯୮୩ ମସିହାରେ ଏଠାରେ ଖୋଳାଯିବା ସମୟରେ କିଛି ନୂଆ ପ୍ରଜାତିର ଡାଏନୋସରଙ୍କ ଜୀବାଶ୍ମ ମିିଳିଥିଲା। ଏମାନଙ୍କ ହାଡ଼ ମଧ୍ୟ ନର୍ମଦା ନଦୀ କୂଳରୁ ମିଳିଥିଲା। ଯେଉଁ କଙ୍କାଳ ମିଳିଥିଲା ଏଥିରେ ମସ୍ତିଷ୍କ, ମେରୁଦଣ୍ଡ, ଅଣ୍ଟା ଏବଂ ପାଦ ମିଳିଥିଲା।
ଫାଇଭ୍‌ ଡି ଥିଏଟର ଏବଂ ଥ୍ରୀ ଡି ଫିଲ୍ମ ସମେତ ଅନ୍ୟ ସୁବିଧା ଉପଲବ୍ଧ ହେବ :
ମ୍ୟୁଜିୟମର ଟାଇମ ମେଶିନ୍‌ରେ ବିଶ୍ୱ ଏବଂ ଗୁଜୁରାଟର ଭିନ୍ନ ଭିନ୍ନ ଡାଏନୋସର ଅବଶେଷାଂଶ ଦେଖିବାକୁ ମିଳିବ। ଏହା ବ୍ୟତୀତ ଫାଇଭ ଡି ଥିଏଟର ଏବଂ ଥ୍ରୀ ଡି ଫିଲ୍ମ ଦେଖିବାକୁ ମିଳିବ। ଡାଏନୋସର ଡିସ୍‌ପ୍ଲେ, ଓ୍ବାଲ ଆର୍ଟ ଆଦି ଦେଖିବାକୁ ମିଳିିବ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲି ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

ମଦରେ ବିଷ ମିଶାଇ ସ୍ବାମୀଙ୍କୁ ହତ୍ୟା; ୧୨ ଫୁଟ୍ ଗଭୀର ଗାତରେ ପୋତିଦେଲେ, ୨ ବର୍ଷ ପରେ ଖୋଲିଲା

ଗାନ୍ଧୀନଗର,୩୦।୭: ଚଳଚ୍ଚିତ୍ରଗୁଡ଼ିକ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କିଛି ଚତୁର ବ୍ୟକ୍ତି ଏହାକୁ ଆଧାର କରି ଅପରାଧ ଘଟାଇବା ପାଇଁ ନୂତନ ଉପାୟ ବାହାର କରିଛନ୍ତି।…

ଧୋଇନେଲା ଆପ୍ରୋଚ୍‌ ରାସ୍ତା: ୮ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲା ଜରୁରିକାଳୀନ ପରିଚାଳନା…

ଶୌଚ ସାରି ଫେରୁଥିଲେ ରୁକୁଣୀ, ହଠାତ୍‌ ଉପରେ ପଡ଼ିଲା କାନ୍ଥ: ଆଉ ତା’ପରେ…

ଗୁଣପୁର, ୩୦।୭( ସୁଜାତା ପାଢ଼ୀ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅଧିନ ବାଘ ଡ଼ଙ୍ଗରି ଗ୍ରାମର ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଷୁଡି ପଡିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri