Posted inଖେଳ

ଦେବାଶିଷ ଦ୍ୱିଶତକରୁ ବଞ୍ଚିତ: ଇନିଂସ ବିଜୟ ଆଶାରେ ଓଡ଼ିଶା

କଟକ ଅଫିସ,୨୦ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ସର୍ଭିସେସ୍‌ ରଣଜୀ ମ୍ୟାଚ୍‌ର ୩ୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ମାଟିରେ ଓଡ଼ିଶା ପାଇଁ ଇନିଂସ ବିଜୟ ସୁଯୋଗ ରହିଛି। ସର୍ଭିସେସ୍‌ର ପ୍ରଥମ ଇନିଂସ ୨୭୧ରନରେ ସୀମିତ ରହିବା ପରେ ଓଡ଼ିଶା ପ୍ରଥମ ଇନିଂସରେ ୫୪୦ରନ ରନ ସଂଗ୍ରହ କରିଛି। ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ଏହି ମ୍ୟାଚ୍‌ରେ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ୧୯୫ରନ କରିଥିବା ଦେବାଶିଷ ଅଳ୍ପକେ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ଷ୍ଟମ୍ପ ଅପସାରଣ ବେଳକୁ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ସର୍ଭିସେସ୍‌ ୩ଉଇକେଟ ହରାଇ ୮୬ରନ କରିଛି। ସର୍ଭିସେସ୍‌ ୧୮୩ରନ ପଛରେ ଥିବା ବେଳେ ବିଜୟ ନିମନ୍ତେ ଓଡ଼ିଶାକୁ ୭ଉଇକେଟ ଆବଶ୍ୟକ ହେଉଛି।
ଦ୍ୱିତୀୟ ଦିବସର ଅସମାପ୍ତ ଇନିଂସ୍‌ ୨୮୦/୬ରୁ ଓଡ଼ିଶା ଗୁରୁବାର ଖେଳ ଆରମ୍ଭ କରିଥିଲା। ୯୬ରନରେ ଅପରାଜିତ ଥିବା ଦେବାଶିଷ ୨୪୯ ବଲରୁ ଶତକ ପୂରଣ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଦେବାଶିଷଙ୍କର ଏହା ଦ୍ୱିତୀୟ ଶତକ। ୮ରନରେ ଅପରାଜିତ ଥିବା ପେସ୍‌ବୋଲର ଦେବବ୍ରତ ପ୍ରଧାନ ମଧ୍ୟ ଏଠାରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ୭ଟି ଚୌକା ଓ ୨ଟି ଛକା ବଳରେ ଦେବବ୍ରତ ୫୭ରନରେ ଆଉଟ ହୋଇଥିଲେ। ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ସହାୟତାରେ ଦେବାଶିଷ ଦଳୀୟ ସ୍କୋରକୁ ୫୦୦ରନ୍‌ ଅତିକ୍ରମ କରାଇଥିଲେ। ପେସ୍‌ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ବିସ୍ପୋରକ ଇନିଂସ ଖେଳିଥିଲେ। ସେ ୨୮ଟି ବଲରୁ ୪ ଚୌକା ଓ ୬ ଛକା ସହାୟତାରେ ୬୪ରନ କରିଥିଲେ। ଏହାଛଡ଼ା ରାଜେଶ ମହାନ୍ତି ୨୭ ଓ ବସନ୍ତ ମହାନ୍ତି ୧୪ରନ କରିଥିଲେ। ୪୦୩ବଲ ଖେଳି ୨୩ଟି ଚୌକା ସହାୟତାରେ ୧୯୫ରନ କରି ଦେବାଶିଷ ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ସର୍ଭିସେସ୍‌ ଅଲରାଉଣ୍ଡର ଅରୁଣ ବାମଲ ସର୍ବାଧିକ ୪ଟି ଏବଂ ଦିୱେଶ ପଠାନିଆ, ସାଦବ ନଜାର, ସଚିଦାନନ୍ଦ ପାଣ୍ଡେ ୨ଟି ଲେଖାଏ ଉଇକେଟହାସଲ କରିଥିଲେ। ପ୍ରଥମ ଇନିଂସରେ ଓଡ଼ିଶା ୨୬୯ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ସର୍ଭିସେସ ପ୍ରଥମ ଉଇକେଟରେ ୫୯ରନ ଯୋଡ଼ିଥିଲା। ଓପନର ନକୁଲ ବର୍ମା ୩୧ରନ କରିଥିବା ବେଳେ ଅଭିଷେକ ରାଉତଙ୍କ ଦ୍ୱାରା ରନଆଉଟ ହୋଇଥିଲେ। ପରେ ଅନ୍ୟତମ ଓପନର ମୁମତାଜ କାଦିର ୩୧ରନରେ ଓ ରବି ଚୌହ୍ବାନ ୨ରନରେ ରାଜେଶ ମହାନ୍ତିଙ୍କ ଶିକାର ହୋଇଥିଲେ। ଅଧିନାୟକ ରଜତ ପଲିୱାଲ ୬ରନରେ ଓ ରାହୁଲ ସିଂ ୧୪ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri