ଦେବାଳିଆ ହେଉଛନ୍ତି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ: ଖାଉଛନ୍ତି ଶିଳ୍ପ, ଗଣୁଛନ୍ତି ସରକାର

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ ବ୍ୟବସ୍ଥା ସାଂଘାତିକ ଅବସ୍ଥା ଦେଇ ଗତି କରୁଛି। ବିଦ୍ୟୁତ୍‌ ନିଅଣ୍ଟିଆ ଏବଂ ଋଣ ବୋଝରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଉବୁଟୁବୁ ହେଲେଣି । ଅନ୍ୟପକ୍ଷରେ ରାଜ୍ୟରେ ଥିବା ବଡ ବଡ ଶିଳ୍ପସଂସ୍ଥାଗୁଡିକ ବିଦ୍ୟୁତ୍‌ ଚଳୁ କରି ପରିସ୍ଥିତିକୁ ଆହୁରି ବିଗାଡି ଚାଲିଛନ୍ତି। ବିଭିନ୍ନ କମ୍ପାନୀ ଓ ସଂସ୍ଥା ଉପରେ ବହୁ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ଅନେକ ବର୍ଷ ହେବ ବାକି ପଡିଛି। ସେହି ବକେୟା ବିଲ୍‌ ଫାଙ୍କିବାକୁ ଶିଳ୍ପସଂସ୍ଥାଗୁଡିକ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ବକେୟା ଆଦାୟ କରିବା ପରିବର୍ତ୍ତେ ସରକାର କୋର୍ଟ କଚେରିରେ ମାମଲା ଲଢି ଲଢି ନୟାନ୍ତ ହେଲେଣି। ଶିଳ୍ପ ସଂସ୍ଥାଗୁଡିକର ବୋଝ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡିକୁ କାଳ ହେଲାଣି। ଋଣ ଆଦାୟ କରିବା ଦୂରର କଥା ବଣ୍ଟନ କମ୍ପାନୀଗୁଡିକୁ ସମ୍ଭାଳିବାକୁ ସରକାର ଅଣନିଃଶ୍ୱାସୀ ହେଲେଣି ।

ଶକ୍ତି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ୍ବେସ୍‌କୋ, ନେସ୍‌କୋ, ସାଉଥ୍‌କୋ ଏବଂ ସେସୁ ଉପରେ ଗ୍ରୀଡ୍‌କୋ, ବିଶ୍ୱବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ ୬୮୪୬.୦୩ କୋଟି ଟଙ୍କା ଗଡୁଛି । ଓ୍ବେସ୍‌କୋ ଉପରେ ୧୫୨୬.୮୫ କୋଟିି ଟଙ୍କା ଋଣ ବକେୟା ରହିଥିବା ବେଳେ ନେସ୍‌କୋ ୧୨୭୫.୮୪, ସାଉଥ୍‌କୋ ୧୧୭୦.୧୩ ଏବଂ ସେସୁ ଉପରେ ୨୮୭୩ କୋଟି ଟଙ୍କାର ଋଣ ବାକି ରହିଛି। ସେହି ଋଣ ପରିଶୋଧ କରିବାକୁ ବଣ୍ଟନ କମ୍ପାନୀ ପାଖରେ ବଳ ନାହିଁ। ପରିସ୍ଥିତି ଏମିତି ହେଲାଣି ଯେ ସରକାର ଆର୍ଥିକ ସହାୟତା ନ ଦେଲେ କର୍ମଚାରୀମାନଙ୍କୁ ଦରମା ଦେବା କାଠିକର ପାଠ ହେଲାଣି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ବିଭିନ୍ନ ବଡ ବଡ ଶିଳ୍ପାନୁଷ୍ଠାନ ଓ ସଂସ୍ଥା ଦୀର୍ଘ ବର୍ଷ ଧରି ବିଦ୍ୟୁତ୍‌ ବିଲ୍‌ ଫାଙ୍କି ଚାଲିଛନ୍ତି। ସାଉଥ୍‌କୋ ଅଧୀନରେ ଥିବା ୭୩ଟି ବୃହତ୍‌ ଶିଳ୍ପ ସଂସ୍ଥା ଉପରେ ୧୧୯୨.୨୩ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଥିବା ବେଳେ ସେସୁ ଅଧୀନରେ ଥିବା ୯୬ଟି ଶିଳ୍ପାନୁଷ୍ଠାନ ଉପରେ ୧୭,୯୦,୯୧,୧୩୮ ଟଙ୍କା ବାକି ରହିଛି। ୧୦ଟି ଇଏଚ୍‌ଟି ବିଦ୍ୟୁତ୍‌ ନେଇଥିବା ଶିଳ୍ପ ଉପରେ ୩୮୫ କୋଟି ୭୪ ଲକ୍ଷ ୪୮ ହଜାର ୮୯୮ କୋଟି ଏବଂ ସାଉଥ୍‌କୋ ଅଧୀନରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ଉପରେ ୪୦୭ କୋଟି ୨୬ ଲକ୍ଷ ୪୫ ହଜାର ୯୩୯ ଟଙ୍କା ବକେୟା ରହିଛି। ଏ ସବୁକୁ ହିସାବ କଲେ ଶିଳ୍ପ ଓ ଅନ୍ୟାନ୍ୟ ସଂସ୍ଥା ଉପରେ ପ୍ରାୟ ୮୧୦୯ କୋଟି ୧୮ ଲକ୍ଷ ୭୧ ହଜାର ୭୦୯ଟଙ୍କା ବକେୟା ରହିଛି। ଏସବୁ ବକେୟା ଆଦାୟ କରିବାକୁ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପାଖରେ ବଳ ନାହିଁ। କେବଳ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

୨୦୦୩-୦୪ରୁ ୨୦୦୭-୦୮ ଯାଏ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟରେ ପରିଣତ ହେଉଥିଲା। ଏହା ପରଠାରୁ ରାଜ୍ୟକୁ ଶକ୍ତି ସଙ୍କଟ ଜାବୁଡି ଧରିଲାଣି। ୨୦୦୩-୦୪ରେ ରାଜ୍ୟ ସରକାର ୩୨୯୯ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ବିକ୍ରି କରୁଥିଲେ। ୨୦୦୮-୦୯ରେ ଏହା ୨୭୮ ନିୟୁତ ୟୁନିଟ୍‌କୁ ଖସି ଆସିଲା। ଏବେ ନିଅଣ୍ଟିଆ ପରିସ୍ଥିତିକୁ ଚାଲି ଆସିଲାଣି। ୨୦୧୯ ଜୁଲାଇ ୧୨ ତାରିଖ ସୁଦ୍ଧା ରାଜ୍ୟରେ ୯୦୦ ମେଗାଓ୍ବାଟ ବିଦ୍ୟୁତ୍‌ ନିଅଣ୍ଟିଆ ରହିଛି। ବେଳକୁ ବେଳ ବିଦ୍ୟୁତ୍‌ ଚାହିଦା ବଢୁଥିବା ବେଳେ ଉତ୍ପାଦନ ବୃଦ୍ଧି ନ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି। ୨୦୦୦ ବେଳକୁ ରାଜ୍ୟରେ ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟା ୧୪,୪୬,୬୩୪ ଥିବା ବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୮୧,୪୬,୬୨୫ରେ ପହଞ୍ଚିଛି। ସେ ସମୟରେ ବିଦ୍ୟୁତ୍‌ ଚାହିଦା ୨ରୁ ୩ ହଜାର ମେଗାଓ୍ବାଟ ଥିବା ବେଳେ ବର୍ତ୍ତମାନ ୪୫୦୦ ମେଗାଓ୍ବାଟର ଆବଶ୍ୟକତା ରହିଛି। ବର୍ଷା ଦିନେ ଯଦି ସ୍ଥିତି ଏମିତି ତେବେ ଖରାଦିନେ ଅବସ୍ଥା ଅସମ୍ଭାଳ ହେବା ନେଇ ଜଳଜଳ ଦେଖାଗଲାଣି। ଘନଘନ ବିଦ୍ୟୁତ୍‌ କାଟ ଛଡା ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri