ଦେଢ ବର୍ଷର ଶିଶୁକୁ ଘରେ ଛାଡି କନଷ୍ଟେବଳ ସାଜିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ,୨୫।୪: ନିଜର ବୃତ୍ତିକୁ ନେଇ ଦିନେ ପରିବାରଠାରୁ ପଡୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସମାଲୋଚନା ଶିକାର ହେଉଥିବା ମହିଳା କନଷ୍ଟେବଳ ଆଜି ଏକ ଅଦୃଶ୍ୟ ଯୁଦ୍ଧରେ ଅଗାଧାଡିର ଯୋଦ୍ଧା ସାଜିଛନ୍ତି। ଆଉ ଏବେ ତାଙ୍କ କାମକୁ ପରିବାର ଓ ପଡୋଶୀ ଖୁବ୍‌ ପ୍ରଶଂସା ମଧ୍ୟ କରୁନ୍ତି। ଖାକି ପୋଷାକ ସହ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧି ଏବେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି ୨୬ ବର୍ଷୀୟା କନଷ୍ଟେବଳ ମୌସମ ଯାଦବ। ମେହରଉଲି ନିକଟ ଅହିଂସା ସ୍ଥଳରେ ସେ ଡ୍ୟୁଟି କରୁଛନ୍ତି। ଘରେ ମାତ୍ର ଦେଢ ବର୍ଷର ଶିଶୁକୁ ଛାଡି ସେ ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି। କରୋନା ଭାଇରସ ପାଇଁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଏବେ ପୋଲିସ ଦିନରାତି ରାଜ ରାସ୍ତାରେ ଜଗି ରହିଛି। କେହି ଯେମିତି ଆବଶ୍ୟକ ନ ଥାଇ ଘରୁ ନ ବାହାରୁ ତାହା ଉପରେ ରହିଛି ସେମାନଙ୍କର ନଜର। ପ୍ରଥମେ ପ୍ରଥମେ ମୌସମଙ୍କୁ ତାଙ୍କ ଘର ଲୋକେ ଛୁଟିନେଇ ଘରେ ରହିବାକୁ କହିଥିଲେ। ହେଲେ ମୌସମ କହିଥିଲେ, ମୁଁ ଖାକି ପିନ୍ଧିଛି ଲୋକଙ୍କ ସେବା କରିବାକୁ, ସେହି ସେବା ମୁଁ ଏବେ କରିବି ନାହିଁ ତ କେବେ କରିବି। ମୌସମଙ୍କ ସ୍ବାମୀ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଲକ୍‌ଡାଉନ ପରଠାରୁ ସେ ଘରେ ରହି କାମ କରୁଛନ୍ତି। ଫଳରେ ସେ ତାଙ୍କ ପିଲାର ଦେଖାରଖା ମଧ୍ୟ କରିପାରୁଛନ୍ତି। ଆଉ ଏବେ ମୌସମ ତାଙ୍କ କର୍ତ୍ତବ୍ୟ କରୁଥିବାରୁ ତାଙ୍କ ପ୍ରତି ପରିବାର ଲୋକଙ୍କର ଯେଉଁ ଭାବନା ଥିଲା ତାହା ପରିବର୍ତ୍ତନ ହୋଇଯାଇଛି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

୩ରେ ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୨ା୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା…

ରାଗରେ ନେତାନ୍ୟାହୁଙ୍କୁ ଫୋନ କଲେ ଟ୍ରମ୍ପ, ‘ତୁମେ ପାଗଳ ହୋଇଗଲ!’

ଓ୍ବାଶିଂଟନ,୨।୬: ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍ କରିଥିଲେ ଏବଂ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ ବୃଦ୍ଧି ପାଇଁ ତାଙ୍କୁ କଡ଼ା…

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri