Posted inଖେଳ

ଦେଓଧର ଟ୍ରଫି: ଭାରତ ବି’ ଚାମ୍ପିୟନ ଯାଦବ, ନଦୀମଙ୍କ ପ୍ରଭାବୀ ପ୍ରଦର୍ଶନ

ରାଞ୍ଚି,୪।୧୧ (ପି.ଟି.)- ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଭାରତ ବି’ ଏଥର ଦେଓଧର ଟ୍ରଫି ହାସଲ କରିଛି। କେଦାର ଯାଦବଙ୍କ ୮୬ ରନର ଅର୍ଦ୍ଧଶତକୀୟ ଇନିଂସ ଓ ପରେ ସ୍ପିନର ଶାହବାଜ ନଦୀମଙ୍କ ୪ ଉଇକେଟ ସଫଳତା ସହାୟତାରେ ଭାରତ ବି’ ୫୧ ରନରେ ଭାରତ ସି’କୁ ପରାସ୍ତ କରି ଚାମ୍ପିୟନ ହୋଇଛି। ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ) ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ସୋମବାର ଖେଳାଯାଇଥିବା ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବି’ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବି’ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୮୩ ରନ ସଂଗ୍ରହ କରିଥିଲା। ଜବାବରେ ତାରକା ଖଚିତ ଭାରତ ସି’ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିଜୟ ଲକ୍ଷ୍ୟଠାରୁ ଦୂରରେ ରହିଯାଇଥିଲା। ଫଳରେ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନରେ ସୀମିତ ରହି ପରାସ୍ତ ହେବା ସହ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି।
୨୮୪ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଭାରତ ସି’ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାତ୍ର ୧ ରନ କରି ଶୁବମନ ମହମ୍ମଦ ସିରାଜଙ୍କ ବଲ୍‌ରେ ଯଶସ୍ବୀ ଜୟସୁଆଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ପ୍ରିୟମ ଗର୍ଗ ୫୪ ରନ କରି ସ୍ଥିତି ସମ୍ଭାଳିଥିଲେ। ମୟଙ୍କ ୨୮ ରନକରି ନଦୀମଙ୍କ ବଲ୍‌ରେ କ୍ରିଷ୍ଣାପ୍ପା ଗୋଥାମଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ପ୍ରିୟମ ଗର୍ଗ ୭୭ଟି ବଲ ଖେଳି ୮ ଚୌକା ଓ ୧ ଛକା ସହ ୭୪ ରନକରି ସିରାଜଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଅକ୍ଷର ପଟେଲ ୩୮, ମୟଙ୍କ ମାର୍କଣ୍ଡେ ୨୭ ରନ କରି ଆଉଟ ହୋଇଥିବା ବେଳେ ଜଲଜ ସାକସେନା ୩୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବାକି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବିରାଟ ସିଂ ୬, ସୂର୍ଯ୍ୟକୁମାର ଯାଦବ ୩, ଦୀନେଶ କାର୍ତ୍ତିକ ୩, ଦିଓ୍ବେଶ ପଠାନିଆ ୬ ରନକରି ଆଉଟ ହୋଇଥିବା ବେଳେ ଇଶାନ ପୋରେଲ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ବି’ ତରଫରୁ ନଦୀମ ସର୍ବାଧିକ ୪, ସିରାଜ ୨, ରୁଷ କାଲାରିଆ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବି’ ତରଫରୁ କେଦାର ଯାଦବ ସର୍ବାଧିକ ୮୬ ରନ (୯୪ ବଲ, ୪ ଚୌକା, ୪ ଛକା) ସଂଗ୍ରହ କରିଥିଲେ। ସେହିପରି ଜୟସୁଆଲ ୭୯ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୧ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ୩୩ ବଲରୁ ୪ ଚୌକା ଓ ୨ ଛକା ସହ ୪୫, ନିତିଶ ରାଣା ୨୦, ପାର୍ଥିବ ୧୪, ବାବା ଅପରାଜିତ ୧୩ ରନ କରି ଆଉଟ ହୋଇଥିବା ବେଳେ ଗୋଥାମ ୩୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ସି’ ତରଫରୁ ଇଶାନ ପୋରେଲ ସର୍ବାଧିକ ୫, ସାକସେନା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ବି’ ୫୦ ଓଭରରେ ୨୮୩/୭
(କେଦାର- ୮୬, ଜୟସୁଆଲ- ୫୪, ଶଙ୍କର- ୪୫, ଗୋଥାମ-୩୫*, ରାଣା- ୨୦, ପୋରେଲ- ୫/୪୩)।
ଭାରତ ସି’ ୫୦ ଓଭରରେ ୨୩୨/୯
(ଗର୍ଗ- ୭୪, ଅକ୍ଷର- ୩୮, ସାକସେନା- ୩୭*, ଅଗ୍ରଓ୍ବାଲ- ୨୮, ମାର୍କଣ୍ଡେ- ୨୭, ନଦୀମ- ୪/୩୨, ସିରାଜ- ୨/୪୩)।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri