ଦୁର୍ବୃତ୍ତ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୧୯ା୨: ଜଗତ୍‌ସିଂହପୁର ସହରରୁ ମଙ୍ଗଳବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ବିରିଡ଼ି ଥାନା ଅନ୍ତର୍ଗତ ଅଣଖିଆର ସତ୍ୟବ୍ରତ ବିଶ୍ୱାଳ ନାମକ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟ୍‌ କରିଛନ୍ତି। ବିଶ୍ୱାଳ ସ୍ଥାନୀୟ ଏକ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଯୋଗେ ଗାଁକୁ ଫେରୁଥିବାବେଳେ କଲେଜ ଛକ ନିକଟରେ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ଛଡାଇ ନେଇଥିଲେ। ବିଶ୍ୱାଳଙ୍କ ଅଭିଯୋଗକ୍ରମେ ଜଗତ୍‌ସିଂହପୁର ପୋଲିସ ଦଫା ୩୯୨/୩୪ରେ ମାମଲା ସଂଖ୍ୟା ୫୮/୨୦ ରୁଜୁ କରି ତଦନ୍ତ ଜାରି ରଖିଛି। ବିଶ୍ୱାଳ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ୟୁବିଆଇ (ୟୁନାଇଟେଡ୍‌ ବ୍ୟାଙ୍କ ଅଫ ଇଣ୍ଡିଆ) ଜଗତ୍‌ସିଂହପୁର ଶାଖାରେ ପହଞ୍ଚତ୍ ଚେକ୍‌ ମାଧ୍ୟମରେ ଟଙ୍କା ଉଠାଇଥିଲେ। ଏହି ସମୟରେ ସାଥିରେ ଥିଲେ ସାଙ୍ଗ ସୁଦୀପ ସିଂ। ଟଙ୍କା ଉଠାଇ ସାରି ଦୁହେଁ ଏକ ବାଇକ୍‌ରେ ଅଣଖିଆ ଫେରୁଥିଲେ। ସିଂ ବାଇକ୍‌ ଚଳାଉଥବାବେଳେ ସେ ଟଙ୍କା ଧରି ପଛରେ ବସିଥିଲେ। କଲେଜ ଛକସ୍ଥିତ ଏକ କ୍ୟାଣ୍ଟିନର କିଛି ଆଗକୁ ଗଲାପରେ ହଠାତ୍‌ ଏକ ବାଇକ୍‌ରେ ୨ଜଣ ଯୁବକ ଆସି ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଯିଏ ଗାଡି ଚଳାଉଥିଲେ ସେ ଚଷମା ସାଙ୍ଗକୁ ହେଲମେଟ୍‌ ପିନ୍ଧିଥିଲେ। ତାଙ୍କ ପଛରେ ବସିଥିବା ଅଭିଯୁକ୍ତଙ୍କ ରଙ୍ଗ କଳା। ତେବେ ସେମାନଙ୍କୁ ଏହି ବ୍ୟକ୍ତିଦ୍ୱୟ କାହିଁକି ଅଟକାଇଲେ ତାହା ବୁଝିବା ପୂର୍ବରୁ ବାଇକ୍‌ ପଛରେ ବସିଥିବା ଅଭିଯୁକ୍ତ ହଠାତ୍‌ ପାଖକୁ ଚାଲିଯାଇ ୨ ଲକ୍ଷ ଟଙ୍କା ଥିବା ଜରି ବ୍ୟାଗଟିକୁ ବଳପୂର୍ବକ ଛଡାଇ ନେଇଥିଲେ। ପରେ କାଳ ବିଳମ୍ବ ନ କରି ଯୁବକ ଦ୍ୱୟ ଜଗତ୍‌ସିଂହପୁର ଆଡକୁ ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri