ଦୁର୍ବୃତ୍ତ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୧୯ା୨: ଜଗତ୍‌ସିଂହପୁର ସହରରୁ ମଙ୍ଗଳବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ବିରିଡ଼ି ଥାନା ଅନ୍ତର୍ଗତ ଅଣଖିଆର ସତ୍ୟବ୍ରତ ବିଶ୍ୱାଳ ନାମକ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟ୍‌ କରିଛନ୍ତି। ବିଶ୍ୱାଳ ସ୍ଥାନୀୟ ଏକ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଯୋଗେ ଗାଁକୁ ଫେରୁଥିବାବେଳେ କଲେଜ ଛକ ନିକଟରେ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ଛଡାଇ ନେଇଥିଲେ। ବିଶ୍ୱାଳଙ୍କ ଅଭିଯୋଗକ୍ରମେ ଜଗତ୍‌ସିଂହପୁର ପୋଲିସ ଦଫା ୩୯୨/୩୪ରେ ମାମଲା ସଂଖ୍ୟା ୫୮/୨୦ ରୁଜୁ କରି ତଦନ୍ତ ଜାରି ରଖିଛି। ବିଶ୍ୱାଳ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ୟୁବିଆଇ (ୟୁନାଇଟେଡ୍‌ ବ୍ୟାଙ୍କ ଅଫ ଇଣ୍ଡିଆ) ଜଗତ୍‌ସିଂହପୁର ଶାଖାରେ ପହଞ୍ଚତ୍ ଚେକ୍‌ ମାଧ୍ୟମରେ ଟଙ୍କା ଉଠାଇଥିଲେ। ଏହି ସମୟରେ ସାଥିରେ ଥିଲେ ସାଙ୍ଗ ସୁଦୀପ ସିଂ। ଟଙ୍କା ଉଠାଇ ସାରି ଦୁହେଁ ଏକ ବାଇକ୍‌ରେ ଅଣଖିଆ ଫେରୁଥିଲେ। ସିଂ ବାଇକ୍‌ ଚଳାଉଥବାବେଳେ ସେ ଟଙ୍କା ଧରି ପଛରେ ବସିଥିଲେ। କଲେଜ ଛକସ୍ଥିତ ଏକ କ୍ୟାଣ୍ଟିନର କିଛି ଆଗକୁ ଗଲାପରେ ହଠାତ୍‌ ଏକ ବାଇକ୍‌ରେ ୨ଜଣ ଯୁବକ ଆସି ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଯିଏ ଗାଡି ଚଳାଉଥିଲେ ସେ ଚଷମା ସାଙ୍ଗକୁ ହେଲମେଟ୍‌ ପିନ୍ଧିଥିଲେ। ତାଙ୍କ ପଛରେ ବସିଥିବା ଅଭିଯୁକ୍ତଙ୍କ ରଙ୍ଗ କଳା। ତେବେ ସେମାନଙ୍କୁ ଏହି ବ୍ୟକ୍ତିଦ୍ୱୟ କାହିଁକି ଅଟକାଇଲେ ତାହା ବୁଝିବା ପୂର୍ବରୁ ବାଇକ୍‌ ପଛରେ ବସିଥିବା ଅଭିଯୁକ୍ତ ହଠାତ୍‌ ପାଖକୁ ଚାଲିଯାଇ ୨ ଲକ୍ଷ ଟଙ୍କା ଥିବା ଜରି ବ୍ୟାଗଟିକୁ ବଳପୂର୍ବକ ଛଡାଇ ନେଇଥିଲେ। ପରେ କାଳ ବିଳମ୍ବ ନ କରି ଯୁବକ ଦ୍ୱୟ ଜଗତ୍‌ସିଂହପୁର ଆଡକୁ ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri