ଦୁର୍ଦ୍ଦିନରେ ୪୦ବୁଣାକାର ପରିବାର

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ମହରାପଡାରେ ବାସ କରନ୍ତି ୪୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର। ଲୁଗା ବୁଣି ସେମାନେ କାହିଁ କେଉଁ କାଳରୁ ନାନା ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଥିଲେ। ଏବେ କରୋନା ସେମାନଙ୍କ ପାଇଁ ଆଣିଛି ଦୁର୍ଦ୍ଦିନ। ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ସାରା ଦେଶରେ ଲକ୍‌ଡାଉନ ଜାରି ହୋଇଛି। ଏଥିଯୋଗୁ କଞ୍ଚାମାଲ ସଂଗ୍ରହ ଓ ବିକ୍ରି ନେଇ ସେହି ବୁଣାକାରମାନେ ଅସୁବିଧାରେ ପଡିଯାଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଦୁଇଓଳି ଖାଦ୍ୟ ସଂଗ୍ରହ ସେମାନଙ୍କ ପାଇଁ କାଠିକର ପାଠ ହୋଇ ଯାଇଛି। ବିଭିନ୍ନ ବର୍ଗ ଓ ସମାଜର ଦରିଦ୍ର ଶ୍ରେଣୀର ଲୋକଙ୍କୁ ସରକାର କରୋନା ସହାୟତା ଯୋଗାଇ ଦେଉଥିବା ବେଳେ ଅଦ୍ୟାବଧି ସେମାନଙ୍କୁ କିଛି ମିଳିନାହିଁ। ବୁଣାକାର ବିଶ୍ୱନାଥ ମହରାଙ୍କ କହିବା ଅନୁସାରେ ସେମାନଙ୍କର ଜମିବାଡି ବୋଲି କିଛି ନାହିଁ। ବଜାରରୁ ସୂତା କିଣି ଆଣିଲା ପରେ ପରିବାରର ସମସ୍ତେ ମିଶି ଲୁଗା ବୁଣିଥାଉ। ସପ୍ତାହକୁ ଅତିବେଶିରେ ସମ୍ବଲପୁରୀ ଓ କୁଲୀ ଶାଢି ୨ଟି ଶାଢୀ ବୁଣିଥାଉ। ଏଥିସହିତ ଗାମୁଛା ଓ କପଡା ପ୍ରସ୍ତୁତ କରିଥାଉ। ସ୍ଥାନୀୟ ସାପ୍ତାହିକ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରିଥାଉ। ହେଲେ ଲକ୍‌ଡାଉନ ପରେ ଦୋକାନ ବଜାର ବନ୍ଦ ରହିଥିବାରୁ ବୁଣିଥିବା ସାମଗ୍ରୀ ଘରେ ପଡି ରହିଛି। ସୂତା ଓ ଅନ୍ୟାନ୍ୟ କଞ୍ଚାମାଲ ସଂଗ୍ରହ ବି ସମ୍ଭବ ହେଉନାହିଁ। ଏହି ପରିସ୍ଥିତିରେ ଏବେ ଆମେ କିପରି ବଞ୍ଚିବୁ ବୋଲି ସେ କହିଛନ୍ତି। ଅନ୍ୟ ଶ୍ରମଜୀବୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଥିବାବେଳେ ସ୍ବଳ୍ପ ଆୟ କରି ବଞ୍ଚୁଥିବା ବୁଣାକାରମାନଙ୍କୁ ସହାୟତା ଯୋଗାଇଦେବାକୁ ବିଶ୍ୱନାଥ ମହରା, ସଞ୍ଜୟ ମହରା, ଅନିରୁଦ୍ଧ ମହରା, ଦୈତାରୀ ମହରା, ମାନସ ମହରା, ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri