ଦୁର୍ଗମ ଇଲାକାରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ: ଦ୍ୱାର ମୁହଁରେ ଚିକିତ୍ସା ବ୍ୟବସ୍ଥା

ନୂଆପଡା ଅଫିସ,୧୭ା୫: ନୂଆପଡ଼ା ଜିଲାର ସବୁଠାରୁ ଦୁର୍ଗମ ସୁନାବେଡା ଅଭୟାରଣ୍ୟରେ ସ୍ବାସ୍ଥ୍ୟ ସେବା ଦୁର୍ଲଭ । ଲୋକେ ଆଜି ବି ସ୍ବାସ୍ଥ୍ୟ ଭଳି ମୌଳିକ ସେବାରୁ ବଞ୍ଚତ୍ତ ରହୁଛନ୍ତି । ସରକାରୀ ଚିକିତ୍ସା ବ୍ୟବସ୍ଥାରୁ ଆସ୍ଥା ହରାଇ ଜଡିବୁଟି ଭଳି ଘରୋଇ ଚିକିତ୍ସାକୁ ଆପଣାଉଛନ୍ତି । ହେଲେ ଏସବୁକୁ ଦୃଷ୍ଟିରେ ରଖି ଜିଲାପାଳ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏଣି କି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଅଭୟାରଣ୍ୟ ଭିତରକୁ ଯାଇ ଲୋକଙ୍କ ଦ୍ୱାର ମୁହଁରେ ସେବା ଦେବା ଆରମ୍ଭ କରିଛନ୍ତି । ସମ୍ପୂର୍ଣ୍ଣା ଭଳି ଯୋଜନାରେ ଗାଁଗୁଡିକୁ ସାମିଲ କରାଯାଇ ସଫଳ ଚିକିତ୍ସାକୁ ସୁନିଶ୍ଚିତ କରାଯାଉଛି । ଏହି କ୍ରମରେ ଏକ ସ୍ବାସ୍ଥ୍ୟ ବିଭାଗର ଟିମ ସୁନାବେଡା ଅଭୟାରଣ୍ୟସ୍ଥିତ ୪ଟି ଗାଁ ପରିଦର୍ଶନ କରି ସେବା ପ୍ରଦାନ କରି ଫେରିଛନ୍ତି । ନୂଆପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଇନଚାର୍ଜ ବୀରେନ୍ଦ୍ର କୁମାର ବାଗଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସେଖ ୱାସିମ ରାଜା ଏବଂ ପବ୍ଲିକ ହେଲଥ ଅଫିସର ଚାନ୍ଦିନୀ କିଷାନଙ୍କ ନେତୃତ୍ୱରେ ଏକ ଟିମ ଅଭୟାରଣ୍ୟସ୍ଥିତ ସୋସେଙ୍ଗ ଗ୍ରାମପଞ୍ଚାୟତକୁ ଯାଇଥିଲେ । ସେଠିକାର ପ୍ରଥମେ ଭାଓସିଲ, ଝର୍ଲାମ, ଶିବନାରାୟଣପୁର, ରାଜକେନ୍ଦୁପଡାରେ ପହଞ୍ଚତ୍ଥିଲେ । ଗୋଟିଏପଟେ ଗ୍ରୀଷ୍ମର ଟାଣ ଖରା ଏବଂ ଅନ୍ୟପଟେ ମାଓବାଦୀଙ୍କ ଗଡକୁ ଭେଦ କରି ହସ୍ପିଟାଲ ଟିମ ଚିକିତ୍ସା ସେବା ଆରମ୍ଭ କରିଥିଲେ। ସକାଳୁ ସନ୍ଧ୍ୟା ଯାଏଁ ଘରକୁ ଘର ବୁଲିଥିଲେ। ସୂଚନାଯୋଗ୍ୟ ଯେ, ସରକାର ଶିଶୁ ଓ ମାତୃ ମୃତ୍ୟୁହାର କମାଇବାକୁ ବର୍ତ୍ତମାନ ସମ୍ପୂର୍ଣ୍ଣା (ଶିଶୁ ଏବଂ ମାତୃ ମୃତ୍ୟୁହାର ପୂର୍ଣ୍ଣ ନିରାକରଣ ଅଭିଯାନ) କାର୍ଯ୍ୟକାରୀ କରିଛନ୍ତି । ଏଥିରେ ବିଶେଷ କରି ଦୁର୍ଗମ ଇଲାକାରେ ଯେଉଁଠି ୧୦୮ କିମ୍ବା ୧୦୨ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇଥାଏ । ସେଠାରେ ଏହି ଯୋଜନାକୁ ପ୍ରାଧାନ୍ୟ ଦିଆଯାଇଛି। ତେବେ ଏହି ସ୍ବାସ୍ଥ୍ୟ ଟିମ ସମ୍ପୂର୍ଣ୍ଣା ଯୋଜନାକୁ ନିଶ୍ଚିତ କରିବା ସହ ଘରେ ସବୁ ପ୍ରକାର ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ହେଲ୍‌ଥ ଟିମ ମଧ୍ୟ ଗସ୍ତ କରିଥିଲା । ଏଥିରେ ଡାକ୍ତର, ନର୍ସଙ୍କ ସହ ଏକ ପୁରା ଟିମ ଔଷଧ ଧରି ଯାଇଥିଲେ। ପ୍ରତିଦ୍ୱାରକୁ ଯାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଯାଞ୍ଚ କରି ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ। ଏହି ଗାଁଗୁଡିକରେ ୧୨/୧୩ଜଣ ନବଜାତ ଶିଶୁ ଏବଂ ୨୫ଜଣ ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କୁ ଚିହ୍ନଟ କରି ଚିକିତ୍ସା କରାଯାଇଥିଲା । ଏହି ଡାକ୍ତର ଟିମକୁ ଦେଖି ଗ୍ରାମବାସୀ ଖୁସି ପ୍ରକଟ କରିଥିଲେ। ଦିନଥିଲା ଏଠାରେ ସାଧାରଣ ଝାଡାବାନ୍ତି ଭଳି ରୋଗରେ ଲୋକେ ମୃତ୍ୟୁବରଣ କରୁଥିଲେ। ଏମାନଙ୍କୁ ଚିକିତ୍ସା ସେବା ଉପଲବ୍ଧ ହେବା ସ୍ବପ୍ନ ଥିଲା । ତେବେ ଏଭଳି ସେବାକୁ ନିୟମିତ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଟିମରେ ଅନ୍ୟମାନଙ୍କ ମଧ୍ୟରେ ଏଲଏଚବି ପୁଷ୍ପଲତା ନାଥ, କିର୍ତ୍ତିକା ଚନ୍ଦ୍ରିକା ପ୍ରମୁଖ ସାମିଲ ଥିଲେ। ଏହିଭଳି ପ୍ରତି ମାସର ତୃତୀୟ ଗୁରୁବାର ଅଭୟାରଣ୍ୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଥିବା ଟିମ ମୁଖ୍ୟ ସେଖ ୱାସିମ ସୂଚନା ଦେଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?