ଦୁରଦିନରେ ଗରିବ୍‌ ପରିବାର: ଭାଇ, ମାଏକିନାର ଚିକିଛା ଚିନ୍‌ତାରେ ବିକୀର୍ତ୍ତନ

ବିନିକା,୧୬।୧୨ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ ସେଲେଡ଼ି ପଁଚେତ୍‌ ତୁଲୁଣ୍ଡିପାଲି ଗଁାର ହରିଜନ ପଡ଼ାର ବିକୀର୍ତ୍ତନ ନାଗ(୩୧)। ପରିବାର କହେଲେ ବାପ୍‌ ରମେଶ ନାଗ, ମା’ ସୁବିଧା, ମାଏକିନା ଦେବାଳୀ, ଭାଇ ସଂକୀର୍ତ୍ତନ, ଝି’ ନିହାରିକା ଆର ପୁଓ ଶୁଭମକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଚାଲଛପର ଘରଖଁଡ଼େ ଛାଡ଼ି ସଁପତି ବଲି କିଛି ନାଇଁ। ବିକୀର୍ତ୍ତନ ଆର ସଂକୀର୍ତ୍ତନ ଦୁଇ ଭାଇ କୁଲିମଜୁରି କରି ପରିବାର ଚଲଉଥିଲେ। ହେଲେ ହଠାତ୍‌ ୨୦୧୪ ସାଲେ ସଂକୀର୍ତ୍ତନକଁର ମେରୁହାଡ଼ରେ ଅସ୍‌ବିଧା ଦେଖାଦେଲା। ଏନ୍‌ତାଥି ବଡ଼ଭାଇ ବିକୀର୍ତ୍ତନ ଭାଇକେ ଧରି ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଆର ପଛେ କିମ୍ସ ହସ୍ପିଟାଲରେ ଭରତି କଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରି ମେରୁହାଡ଼ରେ ଅପରେଶନ ଦରକାର ଆର ଇଥିର ଲାଗି ବହୁତ୍‌ ଟଁକା ଦରକାର ବଲି କହେଲେ। ଏନ୍‌ତାଥି ବିକୀର୍ତ୍ତନ ଟଁକା ପଏସା ଅଭାବୁ ମୁହୁକାନ ଶୁଖେଇ ଭାଇକେ ଧରି ଘରକେ ଫିରିଆଏଲେ। ସେଦିନ୍‌ଠାନୁ ସଂକୀର୍ତ୍ତନ ଘରେ ଅକରମା ହେଇ ପଡ଼ିଛନ୍‌। ଇତାର ପରେ ୨୦୧୭ରେ ବିକୀର୍ତ୍ତନକଁର ମାଏକିନା ଦେବାଳୀର ମୁଡ଼ଦୁଖା ହେଇ ଆଏଁଖ୍‌ ନାଇଁ ଦିଶ୍‌ଲା। ବିକୀର୍ତ୍ତନ ଦେବାଳୀକୁଁ ବୁର୍ଲାରେ ଭରତି କଲେ। ସେଠାନେ ଡାକ୍‌ତର ଦେବାଳୀକୁଁ ମାଙ୍ଗାଲୋର ନିମାନ୍ସକେ ନେବାକେ ପରାମଶ ଦେଲେ। ନିମାନ୍ସରେ ଡାକ୍‌ତର କିଛି ଉଷୋକଷା ଲେଖି ଦେଇ ମାସେ ଉତାରୁ ଆଏବ ଅପରେଶନ କରବାକେ ପଡ଼ବା, ଅପରେଶନ କଲେ ଦେବାଳୀକଁର ଆଏଁଖ୍‌ ଦିଶବା ବଲି କହିଥିଲେ। ହେଲେ ବିକୀର୍ତ୍ତନ ଭାଇ ଆର ମାଏକିନାର ଚିକିଛାରେ ସବୁ ବିକିଭାଂଗି ସରବ୍‌ସୁଅଁାତ୍‌ ହେଇଛନ୍‌। ଇଆଡ଼େ ୭ ପରାନୀ କୁଟୁମ ପୁଷ୍‌ବାର ବୋଝ୍‌ରେ ସଁଥ୍‌ଲି ହେଉଛନ୍‌। ଏହେଦେ ବିକୀର୍ତ୍ତନ ଭାଇ ଆର ମାଏକିନାର ଚିକିଛା ଚିନ୍‌ତାରେ ଘାରି ହେଉଛନ୍‌। ଏନ୍‌ତାଥି ଗଲା ୯ ତାରିଖ ବିନିକା ବ୍ଲକରେ ଅନୁଷ୍ଠିତ ଜନଶୁନାନି ଶିବିରରେ ଦୁଇ ଭାଇ ଯାଇ ଜିଲାପାଲକୁଁ ଚିକିଛା ସାହାଯ୍‌ ଲାଗି ଗୁହାରି କରିଥିଲେ। ଜିଲାପାଳ ସଂକୀର୍ତ୍ତନକଁର ଚିକିଛା କଟକ ବଡ଼ ଡାକ୍‌ତରଖାନାରେ କରବାକେ ସ୍ବାସ୍ଥ୍ୟ ବିଭାଗକେ ନିରଦେଶ ଦେବାର ସଂଗେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୬ ହଜାର ଟଁକା ଦେଇଛନ୍‌। ସେନ୍‌ତା ଗଲାମାସ ଦେବାଳୀକୁଁ ଦିବ୍ୟାଙ୍ଗ ଭତା ମିଲିଛେ। ହେଲେ ୭ ପରାନୀ କୁଟୁମ ଗୁଟେ ଝୁପ୍‌ଡ଼ିରେ ରହୁଥିଲେ ବି ଆଏଜ୍‌ତକ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଅସାହା ନିହାତି ଗରିବ୍‌ ଦୁଖି ପରିବାର ଉପରେ ଜିଲା ପରଶାସନ ଆର ରାଏଜ୍‌ ସରକାର ଦୁରୁଷ୍‌ଟି ଦେଇ ସଂକୀର୍ତ୍ତନ, ଦେବାଳୀକଁର ଚିକିଛା ସଂଗେ ସବୁ ପରକାର ସରକାରୀ ସହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚରାଲାରୁ ଇ ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଆପଣକରନୁ ଇ ଦୁଖି ପରିବାର ଉପରେ ଜାନ୍‌ବାକେ ପାଇଲି। ମୁଇଁ ସେଲେଡ଼ି ପଁଚେତ୍‌ କାର୍ଯ୍ୟ ନିର୍ବାହୀ ଅଧ୍‌କାରୀ ଆର ସରପଁଚ୍‌କଁର ସଂଗେ କଥା ହେଇ ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri