ଦୁରଦର୍ଶନରେ ‘ଓମ୍‌ ନମଃ ଶିବାୟ’ର ପୁନଃ ପ୍ରସାରଣ, ଦର୍ଶକଙ୍କୁ ମୁଗ୍ଧ କରିଥିଲା ଧାରାବାହିକରେ ଥିବା ୫୨ ଗୀତ

ବମ୍ବେ: ସାରାଦେଶରେ ଲକ୍‌ଡାଉନ୍‌ ଯୋଗୁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଥିଲା। ଏହି ସମୟରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା ଦୁରଦର୍ଶନ। ନବେ ଦଶକରେ ଜନ୍ମିତ ପିଲାଦିନକୁ ମନେପକାଇ ଦେଇଥିଲା। ଫଳରେ ଚ୍ୟାନେଲର ଟିଆର୍‌ପି ଶୀର୍ଷରେ ରହିଥିଲା। ଇତିମଧ୍ୟରେ ଚ୍ୟାନେଲ୍‌ରେ ‘ରାମାୟଣ’, ‘ମହାଭାରତ’ର ପ୍ରସାରଣ ଶେଷ ହୋଇଛି। ଏବେ ‘ଓମ୍‌ ନମଃ ଶିବାୟ’ ପ୍ରସାରିତ ହେଉଛି।

୧୯୯୭-୧୯୯୯ ମସିହା ପର୍ଯ୍ୟନ୍ତ ଡିଡି ନ୍ୟାଶନାଲ୍‌ରେ ଏହି ପୌରାଣିକ ଧାରାବାହିକ ପ୍ରସାରିତ ହୋଇଥିଲା। ବିକାଶ କପୁର ଧାରାବାହିକର କାହାଣୀ ଲେଖିଥିବା ବେଳେ ଧୀରଜ୍‌ କୁମାର ନିର୍ଦ୍ଦେଶନା ଦେଇଥିଲେ। ସେତେବେଳ ସମୟରେ ଶିବ-ପାର୍ବତୀଙ୍କ ମଧ୍ୟରେ ଦର୍ଶାଯାଇଥିବା କଥାବସ୍ତୁ ଦର୍ଶକଙ୍କ ମନ ଜିଣିଥିଲା।

ସମର ଜୟ ସିଂ ଶିବ ଭୂମିକାରେ ନଜର ଆସିଥିଲେ। ସେହିଭଳି ଦେବୀ ପାର୍ବତୀ ଭୂମିକାରେ ନଜର ଆସିଥିଲେ ଗାୟତ୍ରୀ ଶାସ୍ତ୍ରୀ। ଏହାର ବିଶେଷତ୍ତ୍ୱଟି ଥିଲା ଧାରାବାହିକରେ ଥିବା ୫୨ଟି ଗୀତ। ପଣ୍ଡିତ ଯଶରାଜ୍‌ ଟାଇଟଲ୍‌ ଟ୍ରାକ୍‌ ଗାଇଥିଲେ। ଏବେ ବି ଏହାକୁ ଲୋକେ ପସନ୍ଦ କରନ୍ତି। ଏପରିସ୍ଥିତିରେ ଧାରାବାହିକର ପୂନଃପ୍ରସାରଣ ଲୋକଙ୍କୁ ପୁଣିଥରେ ସେହି ସମୟକୁ ଫେରାଇ ନେବ ବୋଲି ନିର୍ମାତା ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri