Categories: ଖେଳ

ଦୁବାଇରେ ଏସିଆ କପ୍‌: ଭାରତ,ପାକିସ୍ତାନ ଖେଳିବେ

କୋଲକାତା, ୨୯ା୨ (ପି.ଟି.)-ପରବର୍ତ୍ତୀ ଏସିଆ କପ୍‌ କ୍ରିକେଟ ଦୁବାଇରେ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟରେ ଉଭୟ ଭାରତ ଓ ପାକିସ୍ତାନ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ଦୁବାଇରେ ଏସିଆନ କ୍ରିକେଟ କାଉନ୍‌ସିଲ ବୈଠକ ମାର୍ଚ୍ଚ ୩ରେ ହେବ। ଏଥିରେ ଯୋଗଦେବା ଲାଗି ଯିବା ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ଏକଥା ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତା ପ୍ରକୃତରେ ସେପ୍ଟେମ୍ବରରେ ପାକିସ୍ତାନରେ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସୁରକ୍ଷାଜନିତ କାରଣରୁ ଭାରତୀୟ ଦଳ ପଡୋଶୀ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇ ନ ଥିଲା। ବର୍ତ୍ତମାନ ଏହି ଇଭେଣ୍ଟ ନିରପେକ୍ଷ ଭେନ୍ୟୁ ଦୁବାଇକୁ ସ୍ଥାନାନ୍ତର ହୋଇଛି। ସୂଚନାଯୋଗ୍ୟ, ୨୦୧୨-୧୩ରେ ଏକ ଦିନିକିଆ ସିରିଜ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ପାରିନାହିଁ। ଦୁଇ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଯୋଗୁ ଭାରତ ଓ ପାକିସ୍ତାନ ୨୦୧୩ ପ୍ରଥମ ଭାଗରେ ଏକମାତ୍ର ପ୍ରମୁଖ ଆଇସିସି ପ୍ରତିଯୋଗିତାରେ ପରସ୍ପରକୁ ଭେଟିଛନ୍ତି।

Share