ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ ଦୁଇ ହେଭିଓ୍ବେଟ ଭାଜପାର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ଅନୁଗୋଳ ଲୋକଙ୍କ ସହ ମହେଶଙ୍କ ସିଧାସଳଖ ପରିଚୟ ଓ ଜିଲାରେ ଲୋକପ୍ରିୟତା ଥିବାବେଳେ ଢେଙ୍କାନାଳ ଭୋଟରଙ୍କ ସହ ସେତେ ପରିଚିତ ଚେହେରା ହୋଇ ନ ଥିବା ଆଲୋଚନା ଚାଲିଛି। ତେଣୁ ଢେଙ୍କାନାଳ ଲୋକଙ୍କ ଭୋଟ ହାତେଇବା ତାଙ୍କ ପାଇଁ କଷ୍ଟକର ହୋଇପାରେ ବୋଲି  ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।

୧୯୮୯ରେ ଅନୁଗୋଳ ଜିଲାର ଭଜମନ ବେହେରା ଏମ୍‌ପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୧୯୮୪ ଓ ୧୯୯୬ରେ ଅନୁଗୋଳର ଅଦ୍ୱୈତ ପ୍ରସାଦ ସିଂ ଏମ୍‌ପି ପ୍ରାର୍ଥୀ ହୋଇଥିଲେ ହେଁ କାମାକ୍ଷା ପ୍ରସାଦ ସିଂହଦେଓଙ୍କଠାରୁ ପରାସ୍ତ ହୋଇଥିଲେ। ୧୯୯୬ ପରଠାରୁ ଏହି ଆସନରୁ ଅନୁଗୋଳ ଅଞ୍ଚଳର କେହି ପ୍ରାର୍ଥୀ ହୋଇ ନ ଥିବାବେଳେ ଚଳିତ ଥର ଅନୁଗୋଳର ମହେଶ ଢେଙ୍କାନାଳ ଲୋକ ସଭା ଆସନରୁ ବିଜେଡି ଟିକେଟ ପାଇଛନ୍ତି। ୧୯୬୭ରୁ ନିର୍ବାଚନ ମଇଦାନରେ ଥିବା କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ଏବଂ  ଭାଜପାର ରୁଦ୍ର ନାରାୟଣ ପାଣିଙ୍କ ସହ ମହେଶଙ୍କ କଡା ଟକ୍କର ହେବ। ଏହି ଆସନ ପାଇଁ ଢେଙ୍କାନାଳର ମତଦାତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି।

ଅନୁଗୋଳର ତାଳଚେର ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ ମହେଶଙ୍କ ପରିଚିତି ରହିଛି। ଅନୁଗୋଳବାସୀ ମହେଶଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜାଣିଥିବାବେଳେ ଢେଙ୍କାନାଳ ଲୋକଙ୍କ ସହ ତାଙ୍କର ସେପରି ସମ୍ପର୍କ ନାହିଁ ବୋଲି କୁହାଯାଉଛି । ତେଣୁ ଢେଙ୍କାନାଳ ଭୋଟର ତାଙ୍କୁ କେତେ ଭରସା କରିବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରାର୍ଥୀଙ୍କୁ ଢେଙ୍କାନାଳ ଲୋକେ ପସନ୍ଦ କରୁଥିବା ଲୋକ ସଭା ଇତିହାସ କହୁଛି। ଏହା ମଧ୍ୟରେ ଭାଜପା ପ୍ରାର୍ଥୀ କରିଥିବା ରୁଦ୍ର ନାରାୟଣ ପାଣି ନିର୍ବାଚନର ବହୁ ପୂର୍ବରୁ ତାଙ୍କର ଉପସ୍ଥିତି ଜାହିର କରିଚାଲିଛନ୍ତି। ୫ ବର୍ଷ ପୂର୍ବରୁ ସେ ତୃଣମୂଳସ୍ତରରୁ ସଙ୍ଗଠନ ମଜଭୁତ କରିବା ଓ ବିଭିନ୍ନ ସଭାସମିତି କରି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛନ୍ତି। ତେଣୁ ତାଙ୍କର ସାଂସଦୀୟ କ୍ଷେତ୍ରରେ ବେଶ୍‌ ପ୍ରଭାବ ଥିବ ସାଧାରଣରେ ଆଲୋଚନା ହେଉଛି। ସେହିପରି ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଦୀର୍ଘ ୧୫ ବର୍ଷ ବ୍ୟବଧାନରେ ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି। ଦୁଇ ଜଣ ପୁରଖା ନେତା ମଇଦାନରେ ଥିବା ବେଳେ ମହେଶ ସେଠାରେ କିପରି ନିଜର ଉପସ୍ଥିତି ଜାହିର କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଢେଙ୍କାନାଳ ଲୋକ ସଭାରେ ୧୪ ଥର ସ୍ଥାନୀୟ ଅଞ୍ଚଳର ନେତା ନିର୍ବାଚିତ ହୋଇଥିବାବେଳେ ଥରେ ମାତ୍ର ଅନୁଗୋଳର ଭଜମନ ବେହେରା ବିଜୟ ମୁକୁଟ ପିନ୍ଧିଥିଲେ। ୨୦୧୪ରେ ଢେଙ୍କାନାଳ ଏମ୍‌ପି ତଥାଗତ ସତପଥୀ ବିଜେଡି ଟିକେଟରେ ଲଢି ୧ ଲକ୍ଷ ୩୭ ହଜାର ୩୩୪ ଖଣ୍ଡ ଭୋଟରେ ରୁଦ୍ର ନାରାୟଣ ପାଣିଙ୍କୁ ପରାସ୍ତ କରିଥିଲେ। ଚଳିତଥର ସତପଥୀ ନିର୍ବାଚନଠାରୁ ଦୂରେଇ ଯିବା ପରେ ଶେଷ ପର୍ଯ୍ୟାୟରେ ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri