Categories: ଖେଳ

ଦୁଇ ମାସ ପରେ ଟ୍ରେନିଂକୁ ଫେରିଲେ ରୋନାଲ୍ଡୋ

ଟୁରିନ,୧୯।୫(ଏଏଫ୍‌ପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇମାସ ପରେ ଟ୍ରେନିଂକୁ ଫେରିଛନ୍ତି। ଟୁରିନ୍‌ରେ ଜଣାଶୁଣା କ୍ଲବ ଜୁଭେଣ୍ଟସ ତରଫରୁ ଖେଳୁଥିବା ୩୫ ବର୍ଷୀୟ ରୋନାଲ୍ଡୋ ମଙ୍ଗଳବାର ଅଭ୍ୟାସ ଆରମ୍ଭ କରିଛନ୍ତି। ଏକ ଜିପ୍‌ରେ ବସି ନିଜେ ଡ୍ରାଇଭ କରି ସେ ଜୁଭେଣ୍ଟସ ଟ୍ରେନିଂ ସେଣ୍ଟରରେ ପହଞ୍ଚିଥିଲେ। ଟେନିଂରେ ଦଳୀୟ ସାଥୀଙ୍କ ସହ ଯୋଗ ଦେବା ପୂର୍ବରୁ ୫ଟି ବାଲାନ ଡି ଓର ପୁରସ୍କାର ଜିତିଥିବା ରୋନାଲ୍ଡୋଙ୍କର ମେଡିକାଲ ଓ ଫିଜିକାଲ ଟେଷ୍ଟ ହେବ ସ୍ଥାନୀୟ ଗଣମାଧ୍ୟମଗୁଡିକ ରିପୋର୍ଟ ପ୍ରକାଶ କରିଛି।

ପୂର୍ବରୁ ମେ ୪ରେ ଜୁଭେଣ୍ଟସର ଅନ୍ୟ ଖେଳାଳିମାନେ ବ୍ୟକ୍ତିଗତ ଟ୍ରେନିଂକୁ ଫେରିଥିଲେ। ଏହି ଦିନ ପର୍ତ୍ତୁଗାଲରେ ଲକଡାଉନ ସାରି ରୋନାଲ୍ଡୋ ଇଟାଲୀ ଫେରିଥିଲେ। ଗତ ଦୁଇ ସପ୍ତାହ ହେବ ସେ ସ୍ଥାନୀୟ ଭିଲାରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ସିଜନ ସସ୍‌ପେଣ୍ଡ ହେବା ପୂର୍ବରୁ ସେ ଜୁଭେଣ୍ଟସ୍‌ର ସିରି ଏ ଗେମ୍‌ ଶେଷଥର ପାଇଁ ଖେଳିଥିଲେ। ଏଥିରେ ଜୁଭେଣ୍ଟନ ୨-୦ରେ ଇଣ୍ଟରମିଲାନକୁ ହରାଇଥିଲା। ଏହି ମ୍ୟାଚ୍‌ ମାର୍ଚ୍ଚ ୮ ତାରିଖରେ ଆଲିଆଞ୍ଜ୍‌ ଷ୍ଟାଡିୟମରେ ରୁଦ୍ଧଦ୍ୱାରରେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା।
କୋଭିଡ-୧୯ ମହାମାରୀ ଇଟାଲୀ ସବୁଠାରୁ ପ୍ରଭାବିତ ହୋଇଥିବା ଅନ୍ୟତମ ଦେଶ ସାବ୍ୟସ୍ତ ହୋଇଛି। ଇଟାଲୀରେ ଏଥିପାଇଁ ୩୨, ୦୦୦ ଊର୍ଦ୍ଧ୍ୱ ମୃତ୍ୟୁ ବରଣ କରିଥିଲେ। ପଏଣ୍ଟ ତାଲିକାରେ ଗୋଟିଏ ପଏଣ୍ଟରେ ଲାଜିଓକୁ ପଛରେ ପକାଇ ଶୀର୍ଷରେ ରହିଛି। ଲକ୍‌ଡାଉନ୍‌ ସମୟରେ ରୋନାଲ୍ହୋ ପ୍ରଥମ ବିଦେଶୀ ଖେଳାଳିଭାବେ ଇଟାଲୀ ଛାଡିଥିଲେ। ପୂର୍ବରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସିରି ଏ ସମେତ ସବୁ ଟୁର୍ନାୋମଣ୍ଟ ସସ୍‌ପେଣ୍ଡ ରହିବ ବୋଲି ଇଟାଲୀଆନ ଫୁଟବଲ ଫେଡେରେଶନ (ଏଫ୍‌ଆଇଜିସି) ଘୋଷଣା କରିଛି। ଜୁନ ୧୩ ତାରିଖରେ ସିରି ଏ ପୁଣି ଆରମ୍ଭ ହେବ ବୋଲି ଆଶାକରାଯାଉଛି। ତେବେ ପରିସ୍ଥିତି ସ୍ବଭାବିକ୍‌ ନ ହେବା ପର୍ଯ୍ୟନ୍ତ ଓ ସରକାର ଅନୁମତି ଓ ନିର୍ଦ୍ଦେଶନାମା ଉପରେ ସବୁକିଛି ନିର୍ଭର କରୁଛି କୁହାଯାଇଛି।

Share