ଦୁଇ ଦେଶର ଲେଖକ

ଜୋସେଫ୍‌ ବ୍ରୋସ୍କି ଜଣେ କବି ଏବଂ ପ୍ରାବନ୍ଧିକ। ତାଙ୍କୁ ଜଣେ ଦୂରଦର୍ଶୀ ସ୍ରଷ୍ଟା ଭାବରେ ବିବେଚନା କରାଯାଇଥାଏ। ତେବେ କବି କିମ୍ବା ପ୍ରାବନ୍ଧିକ ମଧ୍ୟରେ ତାଙ୍କର ପରିଚୟ ସୀମିତ ନୁହେଁ। ସେ ଜଣେ ଉଚ୍ଚକୋଟୀର ନାଟ୍ୟକାର ମଧ୍ୟ। ସେ ମାତ୍ର ଦୁଇଗୋଟି ନାଟକ ରଚନା କରିଛନ୍ତି। ମାତ୍ର ଏହି ଦୁଇଗୋଟି ନାଟକ ହିଁ ତାଙ୍କ ସାରସ୍ବତ ଯାତ୍ରାପଥରେ ଦୁଇଟି ମାଇଲ୍‌ଖୁଣ୍ଟ ଭାବରେ ଶୋଭା ପାଉଛି। ସେ ଲେଖିଥିବା ନାଟକ ଦୁଇଟିର ଶୀର୍ଷକ ହେଉଛି ‘ମାର୍ବଲ’ ଏବଂ ‘ଡିମୋକ୍ରାସୀ’। ‘ମାର୍ବଲ୍‌’ ନାଟକରେ ଏକ ୟୁଟୋପିଆ ବା ସ୍ବର୍ଗଠୁ ବି ସୁନ୍ଦର ସାମ୍ରାଜ୍ୟର ପରିକଳ୍ପନା କରାଯାଇଥିବା ବେଳେ ‘ଡିମୋକ୍ରାସୀ’ରେ ରହିଛି ସାମ୍ପ୍ରତିକ ବିଶ୍ୱର ନିଟୋଳ ପ୍ରତିଛବି।
ଅଭାବ ଓ ସାମ୍ପ୍ରଦାୟିକତା : ଶୈଶବରେ ବ୍ରୋସ୍କି ଉଭୟ ଅଭାବ ଓ ସାମ୍ପ୍ରଦାୟିକତାର ଶିକାର ହୋଇଥିଲେ। ସେ ଇହୁଦୀ ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କୁ ସାମ୍ପ୍ରଦାୟିକ ଶକ୍ତି ସହିତ ସବୁବେଳେ ମୁକାବିଲା କରିବା ପାଇଁ ପଡ଼ିଥିଲା। ସେହିଭଳି ବ୍ରୋସ୍କିଙ୍କ ପିଲାବେଳ ଦାରିଦ୍ର୍ୟ ମଧ୍ୟରେ ଅତିବାହିତ ହୋଇଥିଲା। ଜଣେ ଫଟୋଗ୍ରାଫର ଭାବରେ କାମ କରୁଥିବା ବାପା ଆଲେକ୍‌ଜାଣ୍ଡରଙ୍କ ରୋଜଗାର ଯଥେଷ୍ଟ ନ ଥିଲା ପରିବାର ଚଳେଇବା ପାଇଁ। ବହୁ ସମୟରେ ସେମାନଙ୍କୁ ଖାଲି ପେଟରେ ରହିବାକୁ ପଡୁଥିଲା।
ମେଶିନ୍‌ ଅପରେଟର: ଛାତ୍ରାବସ୍ଥାରୁ ରୋଜଗାର କରି ପରିବାର ଚଳେଇବା ସହିତ ନିଜକୁ ସ୍ବାବଲମ୍ବୀ କରିଥିଲେ ବ୍ରୋସ୍କି। ମାତ୍ର ପନ୍ଦରବର୍ଷ ବୟସରେ ସେ ପାଠ ପଢ଼ା ଛାଡ଼ିଲେ ଏବଂ ଏକ ମିଲ୍‌ରେ ଅପରେଟର ଭାବରେ କାମ କଲେ। ତେବେ ଏତିକିବେଳେ ତାଙ୍କୁ ଏକ ରଚନାତ୍ମକ ପ୍ରକଳ୍ପ ମିଳିଗଲା। ଏଥିରେ ତାଙ୍କୁ ପ୍ରଚୁର ଲେଖାଲେଖି କରିବାକୁ ପଡ଼ିଲା। ଆଉ ସେଥିପାଇଁ ସେ ବିଭିନ୍ନ ଭାଷା ଶିଖିଲେ। ବିଭିନ୍ନ ଭାଷାର ପୁସ୍ତକ ସବୁକୁ ଅନୁବାଦ କଲେ। ଏହି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସେ ଇଂରାଜୀ ଭାଷାର ବ୍ୟାକରଣ ଶିଖିଲେ। ତେଣୁ ତାଙ୍କର ପ୍ରତ୍ୟକ୍ଷ ସାହିତ୍ୟ ସହିତ ସମ୍ପର୍କ ରହିଲା। ସେ ଧୀରେଧୀରେ ପୁରାଣ, ଇତିହାସ, ଦର୍ଶନ, କିମ୍ବଦନ୍ତି ପଢ଼ିଲେ। ଏହା ତାଙ୍କ ଭିତରର ସାହିତି୍ୟକ ଉଦ୍ଦୀପନାକୁ ବୃଦ୍ଧିକଲା। ସେ ମଧ୍ୟ ଚେତନା ଅନୁପ୍ରାଣୀତ ହୋଇ କବିତା ଲେଖିବା ଆରମ୍ଭ କରିଦେଲେ।
ଛଦ୍ମ ନାମରେ କବିତା : କବିତା ଲେଖିଲେ ସତ। ମାତ୍ର କବିତା ପ୍ରକାଶ କରିବା ପାଇଁ ତାଙ୍କ ଲାଗି ଏତେ ସହଜ ନ ଥିଲା। କାରଣ ସେ ଯେଉଁ ପ୍ରୋଜେକ୍ଟରେ କାମ କରୁଥିଲେ ସେଥିରେ ଏକ ନିୟମ ଥିଲା ଯେ, ଅନୁବାଦକ ଜଣେ ମୌଳିକ ଲେଖକ ହୋଇ ନ ଥିବ। ଏହା ପଛରେ ବି କାରଣ ଥିଲା। ସେତେବେଳେ ଅତିବେଶି ଅନୁବାଦକ ମିଳୁ ନ ଥିଲେ। ଆଉ ଯେଉଁମାନେ ମିଳୁଥିଲେ ସେମାନେ ମୌଳିକ ରଚନା ଲେଖି ଅନୁବାଦ କାମ ଛାଡ଼ିଦିଅନ୍ତୁ ବୋଲି କେହି ଚାହୁଁ ନ ଥିଲେ। ମାତ୍ର ବ୍ରୋସ୍କି ମଧ୍ୟ ନିଜ ଭିତରର ସାହିତ୍ୟ ସତ୍ତାକୁ ହତ୍ୟା କରିବାକୁ ଚାହୁଁ ନ ଥିଲେ। ସେ ଭାବିଲେ ଏମିତି ଗୋଟିଏ କାମ କରିବେ ଯଦ୍ଦ୍ବାରା ତାଙ୍କୁ ଅର୍ଥ ମିଳିବ। ଆଉ ସେ ଲେଖୁଥିବା କବିତା ମଧ୍ୟ ପ୍ରକାଶିତ ହୋଇପାରିବ। ସେଥିଲାଗି ସେ ଛଦ୍ମ ନାମରେ କବିତା ପ୍ରକାଶ କଲେ।
ମାରିଆ ଓ ବ୍ରୋସ୍କି : ବ୍ରୋସ୍କିଙ୍କ ଜୀବନରେ ମାରିଆ ବାସ୍ମାନୋଭ୍‌ ନାମ୍ନୀ ଜନୈକା ତରୁଣୀଙ୍କର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ମାରିଆ ଥିଲେ ଜଣେ ଚିତ୍ରକର। ପୁଣି ସେ ବ୍ରୋସ୍କିଙ୍କ ସାହିତ୍ୟ କର୍ମର ଥିଲେ ଜଣେ ଅନୁରାଗିଣୀ। ଚିତ୍ର ଓ ସାହିତ୍ୟରୁ ସାକ୍ଷାତ ତଥା ସମ୍ପର୍କ। ପ୍ରଥମ ଦେଖାରୁ ହିଁ ମାରିଆଙ୍କୁ ଭଲପାଇ ବସିଥିଲେ ବ୍ରୋସ୍କି। ତେବେ ଏହା ଥିଲା ଏକତରଫା ପ୍ରେମ, ଯାହାକୁ ନେଇ ପରେ ଖୁବ୍‌ ଅନୁତପ୍ତ ହୋଇଥିଲେ ବ୍ରୋସ୍କି। କାରଣ ମାରିଆ ଥିଲେ ବ୍ରୋସ୍କିଙ୍କର ପ୍ରିୟ ବନ୍ଧୁ କବି ଡିମିଟ୍ରିଙ୍କର ବାଗ୍‌ଦତ୍ତା। ଆଉ ବେଶି ବାଟ ଆଗେଇ ପାରି ନ ଥିଲେ ବ୍ରୋସ୍କି। ତଥାପି ସେ ଶେଷ ସମୟ ପର୍ଯ୍ୟନ୍ତ ମାରିଆଙ୍କୁ ହିଁ ଭଲ ପାଉଥିଲେ।
ଦୁଇଦେଶର ସାହିତି୍ୟକ : ଦୁଇଦେଶର ସାହିତି୍ୟକ ବୋଲି କୁହାଯାଏ ବ୍ରୋସ୍କିଙ୍କୁ। ଉଭୟ ଆମେରିକା ଏବଂ ଋଷ୍‌ର ପାଠକମାନେ ତାଙ୍କୁ ନିଜ ନିଜ ଦେଶର ସ୍ରଷ୍ଟା ଭାବରେ ମାନ୍ୟତା ଦେଇଥାନ୍ତି। ଏହାର କାରଣ ହେଉଛି ରୁଷ୍‌ ହେଉଛି ତାଙ୍କର ଜନ୍ମ ସ୍ଥାନ। ପୁଣି ଆମେରିକାରେ ହିଁ ସେ ନିଜର ସାରସ୍ବତ ବ୍ୟକ୍ତିତ୍ୱର ଲାଳନପାଳନ କରିଥିଲେ। ସେ ଋଷ ଛାଡ଼ି ଆମେରିକା ଚାଲି ଯାଇଥିଲେ ଏଇଥିପାଇଁ ଯେ, ସୋଭିଏଟ୍‌ ୟୁନିୟନ୍‌ ତାଙ୍କୁ ନିର୍ବାସନ ଦେଇଥିଲା। ଏହି ଘଡ଼ିସନ୍ଧି କାଳରେ ଆମେରିକୀୟ ସାହିତି୍ୟକ ବନ୍ଧୁମାନେ ତାଙ୍କୁ ହାତ ବଢ଼େଇ କୋଳେଇ ନେଇଥିଲେ। ୧୯୮୭ରେ ବ୍ରୋସ୍କି ସାହିତ୍ୟ ପାଇଁ ପାଇଥିଲେ ନୋବେଲ ପୁରସ୍କାର। ୧୯୯୬ ଜାନୁୟାରୀ ୨୮ ତାରିଖରେ ତାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri