Categories: ଖେଳ

ଦୀପ୍ତିଙ୍କ ଦମ୍‌ଦାର ପ୍ରଦର୍ଶନ, ମନ୍ଧାନା ବିଫଳ

ଲଣ୍ଡନ, ୨୨।୮- ଏଠାରେ ଚାଲିଥିବା ଓ୍ବମେନ୍ସ କ୍ରିକେଟ୍‌ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟର୍‌ ଦୀପ୍ତି ଶର୍ମାଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଖିବାକୁ ମିଳିଛି। ଓ୍ବେଷ୍ଟର୍ନ ଷ୍ଟ୍ରମ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୀପ୍ତି ବ୍ୟାଟିଂରେ ୨୬ ବଲରୁ ୩୨ ରନର ଦ୍ରୁତ ଇନିଂସ ଖେଳିଥିଲେ। ସେହିଭଳି ଡାହାଣହାତୀ ଅଫ୍‌-ସ୍ପିନ ବୋଲିଂ କରୁଥିବା ଦୀପ୍ତି ନିଜର ୪ ଓଭର କୋଟାରେ ୧୮ ରନ୍‌ ବ୍ୟୟ କରି ୩ଟି ଉଇକେଟ୍‌ ନେଇଥିଲେ। ଦୀପ୍ତିଙ୍କ ଏହି ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ତାଙ୍କ ଦଳ ଓ୍ବେଷ୍ଟର୍ନ ଷ୍ଟ୍ରମ୍‌ ୪ ରନରେ ପ୍ରତିପକ୍ଷ ସରେ ଷ୍ଟାର୍‌କୁ ପରାସ୍ତ କରିବାରେ ସଫଳ ହୋଇଥିଲା। ଅପରପକ୍ଷରେ ଅନ୍ୟତମ ତାରକା ଭାରତୀୟ ମହିଳା କ୍ରିକେଟର୍‌ ସ୍ମୃତି ମନ୍ଧାନାଙ୍କୁ ଏହି ମ୍ୟାଚ୍‌ରେ ନିରାଶ ହେବାକୁ ପଡ଼ିଛି। ଦୀପ୍ତିଙ୍କ ସହ ମିଶି ଓ୍ବେଷ୍ଟର୍ନ ଷ୍ଟ୍ରମ ପକ୍ଷରୁ ଖେଳୁଥିବା ମନ୍ଧାନା ଓପନିଂ କରିବାକୁ ଆସି ୫ ବଲ୍‌ର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲି ପାରି ନ ଥିଲେ।

Share