Posted inଖେଳ

ଦିଲ୍ଲୀ କ୍ରିକେଟ ପାଇଁ ବିସିସିଆଇ ଆଡ-ହକ୍‌ କମିଟି ଗଠନ କରିବ

ନୂଆଦିଲ୍ଲୀ,୮।୫(ପି.ଟି.): ବିନା ଅଧ୍ୟକ୍ଷ ଓ ସମ୍ପାଦକରେ ଦୁର୍ନୀତି କବଳିତ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) କିପରି ଚାଲିବ ସେ ନେଇ ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଉପାୟ ଖୋଜିବା ଆରମ୍ଭ କରିଛି। ଡିଡିସିଏର ଅଧ୍ୟକ୍ଷ ପଦରେ କେହି ନ ଥିବା ବେଳେ ସମ୍ପାଦକ ଜେଲ୍‌ରେ ଅଛନ୍ତି। ତେଣୁ ଡିଡିସିଏର ପରିଚାଳନା ପାଇଁ ବିସିସିଆଇ ଏକ ଆଡ-ହକ୍‌ କମିଟି ଗଠନ କରିବ ବୋଲି କହିଛି।
ବିସିସିଆଇ ଡିଡିସିଏକୁ ବାର୍ଷିକ ଅନୁଦାନ ଦେବା ମଧ୍ୟ ବନ୍ଦ କରିଦେଇଛି। କିଛିଦିନ ତଳେ ଟେଲି- କନ୍‌ଫୋରେନ୍ସ ମାଧ୍ୟମରେ ଆପେକ୍ସ କାଉନସିଲ ସଦସ୍ୟମାନେ ଆହ-ହକ୍‌ କମିଟି ଗଠନ ନେଇ ଆଲୋଚନା କରିଥିଲେ। ଡିଡିସିଏରେ ଦୁର୍ନିୀତି ଚରମସୀମାରେ ପହଞ୍ଚିଛି। ତେଣୁ ଦୁର୍ନୀତିକୁ ରୋକିବା ଓ ଡିଡିସିଏର ପରିଚାଳନା ପାଇଁ ଏକ ଆଡ- ହକ୍‌ କମିଟିର ଆବଶ୍ୟକତା ରହିଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ବରିଷ୍ଠ ଖବରଦାତା ରଜତ ଶର୍ମା ଯେବେଠାରୁ ଇସ୍ଥଫା ଦେଲେଣି ସେବେଠାରୁ ଅଧ୍ୟକ୍ଷ ପଦ ଖାଲି ପଡିଛି। ସେହିପରି ସୀମା ଶୁଳ୍କ ଅଧିନୀୟମ ଉଲ୍ଲଂଘନ କରି ଡିଡିସିଏ ସାଧାରଣ ସମ୍ପାଦକ ବିନୋଦ ତିହାରା ମିରଟ ଜେଲରେ ରହିଛନ୍ତି। ପୁଣି ଡିଡିସିଏ ଆପେକ୍ସ କାଉନ୍‌ସିଲର ଅଧିକାଂଶ ସଦସ୍ୟଙ୍କୁ ଦୁର୍ନୀତି ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି। ଏହକା ବାଦ୍‌ ଦେଲେ ଦିଲ୍ଲୀ ରଣଜୀ ଟିମ୍‌ ଚୟନରେ ବୟସ ଜାଲିଆତି କରାଯିବାର ମଧ୍ୟ ଅଭିଯୋଗ ହୋଇଛି। ଲକ୍‌ଡାଉନ୍‌ ପୂର୍ବରୁ କିମ୍ବା ପରେ ଏହି ଆଡ-ହକ୍‌ କମିଟି ଗଠନ କରାଯାଇପାରେ ବୋଲି ଆପେକ୍ସ କାଉନ୍‌ସିଲର ଜଣେ ସଦସ୍ୟ କହିଛନ୍ତି। କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣେ ପ୍ରଶାସକ ଯେପରି ଦାୟିତ୍ୱ ନ ନିଅନ୍ତି, ଏହାକୁ ଏଡାଇବା ପାଇଁ ଏହି ଆଡହକ୍‌ କମିଟି ଗଠନ ଉପରେ ବିସିସିଆଇ ଗୁରୁତ୍ୱ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri