ଭୁବନେଶ୍ୱର,୯ା୪(ବ୍ୟୁରୋ): କୋଭିଡ-୧୯ ଏବେ ବିଶ୍ୱ ମହାମାରୀ ରୂପ ନେଇଥିବାବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି। ରୋଜଗାର ପାଇଁ ଯାଇ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଓଡ଼ିଆ ଲକ୍ଡାଉନ୍ରେ ଫସି ରହି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥଳେ ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି। ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦିଲ୍ଲୀ ଏନ୍ସିଆର୍ରେ ବାସ କରୁଥିବା ଓ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ବହୁ ଓଡ଼ିଆ ଶ୍ରମିକଙ୍କ ଅଧିକାର ନିମନ୍ତେ ଆଇନଗତ ସହାୟତା ପ୍ରଦାନ କରିବାକୁ ପଦକ୍ଷେପ ନେଇଛି। ଏଥିସହ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ରିଲିଫ୍ ଯୋଗାଇବା, ସେମାନଙ୍କ ଅଭିଯୋଗ ଶୁଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି। ଦିଲ୍ଲୀ ଏନ୍ସିଆର୍ରେ ଥିବା ଓଡ଼ିଆମାନଙ୍କୁ ଗତ ମାର୍ଚ୍ଚ ୩୦ରୁ ପ୍ରତିଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର, ସ୍କୁଲଗୃହ ଓ ବିଭିନ୍ନ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ଶୁଖିଲା ରାଶନ ପ୍ୟାକେଟ ବଣ୍ଟନ କରାଯାଉଛି। ଏହି ସଂଗଠନ ଗୁରୁଗାଓଁ, ମନେସାର, ଫରିଦାବାଦ, ଭିୱାଡି, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ଆୟାନଗର, ଉତ୍ତମନଗର, ପୀରାଗର୍ହି, କୋଟଲା, ନାଗଲୋଇ, ତୁଗଲକବାଦ ଓ ଦିଲ୍ଲୀର ଆଖପାଖ ଅଞ୍ଚଳର ପ୍ରାୟ ୩୨୫୦ ପରିବାରକୁ ଶୁଖିଲା ରାଶନ ଯୋଗାଇଦେଇଛି। ଏହାବ୍ୟତୀତ ଓଡ଼ିଆ ସମାଜ ପକ୍ଷରୁ ଏକ ଲିଗାଲଏଡ଼ ସେଲ୍ ଖୋଲାଯାଇଛି। ରୋଜଗାର ହରାଇଥିବା ଓଡ଼ିଆ ଶ୍ରମିକ ଓ ଘରଭଡ଼ା ଦେଇପାରୁ ନ ଥିବା ଓଡ଼ିଆ ପରିବାରକୁ ଘର ମାଲିକ ଘର ଛାଡ଼ିବାକୁ ଧମକ ଦେଉଥିବାରୁ ଏହି ଲିଗାଲଏଡ୍ ସେଲ୍ ସହଯୋଗ କରୁଛି। ଏନେଇ ଜିଲା ପ୍ରଶାସନ ସହ ଆଲୋଚନା ଜାରି ରଖିଛି। ଓଡ଼ିଆ ସମାଜ ପକ୍ଷରୁ ଜୋନାଲ ସଂଯୋଜକଙ୍କୁ ନେଇ ଗଠିତ ଏକ କମିଟିରେ ରବି ପ୍ରଧାନ, ମୀନକେତନ ମିଶ୍ର, ପି.କେ. ଦାଶ, ବିଦ୍ୟାଧର ସାହୁ, ଅଫିସାର ରାଉତ, ଉମାକାନ୍ତ ଦାସ ପ୍ରମୁଖ ରହିଛନ୍ତି। ଦିଲ୍ଲୀ ଏନ୍ସିଆର୍ରେ ୧୫ରୁ ୧୮ ଜଗନ୍ନାଥ ମନ୍ଦିର ଓ ବିଭିନ୍ନ ଓଡ଼ିଆ ସଂଗଠନ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ରୁ ୮୦ ଜଣ ସ୍ବତଃପ୍ରବୃତ୍ତ ଭାବେ ଆସି ଏହି ସେବାକାର୍ଯ୍ୟରେ ଓଡ଼ିଆ ସମାଜ ସହ ହାତ ମିଳାଇଥିବା ଏହାର ଟ୍ରଷ୍ଟି ହିରଣ୍ୟ ମହାନ୍ତି କହିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

