ଦିଲୀପ ସ୍ବାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ଅଭିଯୁକ୍ତଙ୍କ ସହ ଥାନାଧିକାରୀଙ୍କ ସେଲ୍‌ଫି

ପୁରୀ ଅଫିସ,୧୫ା୧୦: ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସହ ରାମଚଣ୍ଡୀ ଥାନା ଅଧିକାରୀ ବୁଲୁ ମୁଣ୍ଡା ପୋଲିସ ଭ୍ୟାନରେ ଭିତରେ ନେଇଥିବା ସେଲଫି ସୋମବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାକୁ ପୁରୀ ଏସ୍‌ପି ଉମାଶଙ୍କର ଦାଶ ଗୁରୁତର ସହିତ ନେଇଛନ୍ତି। ସଂପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୋଲିସ ହେଡକ୍ୱାର୍ଟରକୁ ରିପୋର୍ଟ କରିଥିବା କହିଛନ୍ତି।
ମିଳିଥିବା ସୂଚନା ପ୍ରକାରେ, ଅସ୍ତରଙ୍ଗ ଥାନା ଅଞ୍ଚଳରେ ଘଟିଥିବା ଦିଲୀପ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମୁନା ଓରଫ ରାଧାମୋହନ ବିଶ୍ୱାଳଙ୍କୁ ଅସ୍ତରଙ୍ଗ ପୋଲିସ ସୋମବାର ଗିରଫ କରିଥିଲା। ତାଙ୍କୁ ନିମାପଡା କୋର୍ଟକୁ ନେବା ବେଳେ ରାମଚଣ୍ଡୀ ଥାନାଧିକାରୀ ବୁଲୁ ମୁଣ୍ଡା ପୋଲିସ ଭ୍ୟାନ ଭିତରେ ସେଲଫି ନେଇଥିଲେ। ଏହାର ଏକ ଭିଡିଓ ଏବଂ ସେଲଫି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ମୁନା ଓ ତାର ସହଯୋଗୀମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ତାରିଖ ରାତିରେ ଅଠତିରା ଗ୍ରାମର ସାଧୁସ୍ବାଇଁ ଓ ତାଙ୍କ ପୁଅ ଦିଲୀପ ଏବଂ ତାଙ୍କର ଜଣେ ବନ୍ଧୁ ବିପିନ ମୁଦୁଲିଙ୍କୁ ଆଳସାହି ଛକଠାରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦିଲୀପଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଥିଲେ। ଅଭିଯୁକ୍ତଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୁଇଥର ରାସ୍ତାରୋକୋ କରିଥିଲେ। ମୁନାକୁ ଗିରଫ କରିବା ଲାଗି ଏସ୍‌ପି ଅସ୍ତରଙ୍ଗ, କାକଟପୁର, ରାମଚଣ୍ଡୀ ଏବଂ ଚନ୍ଦ୍ରଭାଗା ମେରାଇନ୍‌ ପୋଲିସ ଥାନାକୁ ନେଇ ୪ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ଘଟଣା ପରଠାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ସୋମବାର ହଠାତ୍‌ ଅସ୍ତରଙ୍ଗ ପୋଲିସ ତାଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଶରତ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟପଟେ ଅଭିଯୁକ୍ତ ମୁନା ରାମଚଣ୍ଡୀ ଥାନାଅଧିକାରୀ ବୁଲୁ ମୁଣ୍ଡାଙ୍କ ପ୍ରରୋଚନାରେ ଥାନାରେ ଆତ୍ମସମର୍ପଣ କରିଥିବା ଚର୍ଚ୍ଚା ହେଉଛି। ଏହି ଘଟଣାକୁ ଅସ୍ତରଙ୍ଗ ଥାନାଧିକାରୀ ନାୟକ ଖଣ୍ଡନ କରିଛନ୍ତି। ତେବେ ଅସ୍ତରଙ୍ଗ ଥାନା ଦ୍ୱାରା ଗିରଫ ଅଭିଯୁକ୍ତଙ୍କୁ ରାମଚଣ୍ଡୀ ଥାନାଧିକାରୀ ମୁଣ୍ଡା କାହିଁକି ପୋଲିସ ଭ୍ୟାନରେ ନିମାପଡ଼ା ନେଉଥିଲେ, ଅସ୍ତରଙ୍ଗ ପୋଲିସ କାହିଁକି ନେଇ ନ ଥିଲା ପ୍ରଶ୍ନରେ ଅସ୍ତରଙ୍ଗ ଥାନା ଅଧିକାରୀ ନାୟକ କୁହନ୍ତି, ସଂପୃକ୍ତ ଥାନାଅଧିକାରୀ ଏସ୍‌ପି ଗଠନ କରିଥିବା ଟିମ୍‌ରେ ରହିଥିଲେ। ତେଣୁ ସେ ଗିରଫ ଅଭିଯୁକ୍ତଙ୍କୁ ନେଇ ନିମାପଡା କୋର୍ଟକୁ ଯାଉଥିଲେ। ଏସ୍‌ପି ଦାଶ କୁହନ୍ତି ଯେ, ଅପରାଧିଙ୍କ ସହିତ ସେଲଫି ନେବା ଏକ ସମ୍ବେଦନଶୀଳ ଘଟଣା। ଏହାକୁ ଗୁରୁତର ସହିତ ନିଆଯାଇଛି। ଭାଇରାଲ ହୋଇଥିବା ଫଟୋ ହସ୍ତଗତ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅପରାଧିଙ୍କ ସହିତ ପୋଲିସର ସମ୍ପର୍କ ରହିଥିବା ଖବର ନଜରକୁ ଆସିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ରାମଚଣ୍ଡୀ ଥାନାଧିକାରୀ ବୁୁୁଲୁ ମୁଣ୍ଡାଙ୍କ ମୋବାଇଲ ନମ୍ବର ୯୪୩୭୬୦୧୬୯୭କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri