ଦିବ୍ୟାଙ୍ଗ ହୋଇ ବି ଜଳସେବା ଯୋଗାଉଛନ୍ତି ପ୍ରଣତୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ସେବା କରିବାର ଦୃଢ଼ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ତୁଷାର୍ଥ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। ଦୀର୍ଘ ୭ବର୍ଷ ଧରି ଏପରି ସେବାରେ ନିଜକୁ ନିୟୋଜିତ କରି ଆନନ୍ଦ ପାଉଥିବା ଏହି ମହିଳା ଜଣକ ହେଉଛି ପ୍ରଣତୀ ସ୍ବାଇଁ(୪୧)।
ପ୍ରଣତୀଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାଠାରୁ ୪୦ କିିମି ଦୂର ଅଢ଼ାଙ୍ଗର ସିଙ୍ଘାଳୋ। ପ୍ରଣତୀ ପୋଲିଓ ରୋଗରେ ପୀଡ଼ିତ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ତାଙ୍କର ବାମ ଗୋଡ଼ ଠିକ୍‌ ଭାବେ କାର୍ଯ୍ୟ କରୁନି। ହେଲେ ତାଙ୍କର ସେବା କରିବାର ଇଚ୍ଛା କେବେବି ଅଟକି ଯାଇନି। ପାଟକୁରା ବ୍ଲକ୍‌ ଅନ୍ତର୍ଗତ କୋରୁଆ ମହିଳା ମହାବିଦ୍ୟାଳୟରୁ ଯୁକ୍ତ୩ ପଢ଼ା ଶେଷ କରିବା ପରେ ଭୁବନେଶ୍ୱର ଚାଲି ଆସିଥିଲେ ପ୍ରଣତୀ। ଏବେ ସେ ପୁରୁଣା ଭୁବନେଶ୍ୱରର ପୁନାମାଗେଟ୍‌ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଛନ୍ତି। ସେ ସାମାଜିକ ସେବାକୁ ଜୀବନର ବ୍ରତ କରିଛନ୍ତି। ଗତ ୭ବର୍ଷ ହେବ ପୋଖରୀପୁଟ ଓ ପଳାଶପଲ୍ଲୀକୁ ସଂଯୋଗ କରୁଥିବା କାର୍ଗିଲ ରୋଡ୍‌ରେ ଲୋକଙ୍କୁ ପିଇବା ପାଣି ଯୋଗାଉଛନ୍ତି। ତାଙ୍କର ଏପିରି ସେବା ମନୋବୃତ୍ତି ପାଇଁ ବିଏମ୍‌ସି ପକ୍ଷରୁ ତାଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି। କେବଳ ଏତିକି ନୁହେଁ, ୨୦୧୩ରୁ ପ୍ରଣତୀ ଚିଲିକା ଡେଭ୍‌ଲପ୍‌ମେଣ୍ଟ ଅଥୋରିଟି(ସିଡିଏ) ଓ ଶୁଶ୍ରୁଷା କାର୍ଯ୍ୟାଳୟ ନିକଟରେ ମଧ୍ୟ ଜଳସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏକ୍ଷେତ୍ରରେ ଏସ୍‌ଟି ଜନ୍‌ ଆମ୍ବୁଲାନ୍ସ ସେବା ପକ୍ଷରୁ ତାଙ୍କୁ ମଧ୍ୟ ସହଯୋଗ ମିଳିଛି। ପ୍ରଣତୀଙ୍କୁ ଏହି କାର୍ଯ୍ୟରେ ବିକାଶ ନାମକ ଜଣେ ଛାତ୍ର ସହଯୋଗ କରୁଥିଲେ। ବାତ୍ୟାପରଠାରୁ ବିକାଶ ଆଉ ଜଳସେବା ଶିବିରକୁ ଆସୁନାହାନ୍ତି। ତେଣୁ ପ୍ରଣତୀ ଏକୁଟିଆ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। କେବଳ ଜଳସେବା ନୁହେଁ, ପ୍ରଣତୀ ବୃକ୍ଷରୋପଣ ସହ ବିଭିନ୍ନ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବାତ୍ୟା ପରେ ଗଛଗୁଡିକ ନଷ୍ଟ ହୋଇଯାଇଛି। ଯାତ୍ରୀମାନେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ପ୍ରଣତୀଙ୍କ ଜଳସେବା ଜୀବନଦାନ ସଦୃଶ ହୋଇଛି। ତାଙ୍କର ଏଭଳି ସେବା ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ନିଶ୍ଚୟ। ସୂଚନାଯେଗ୍ୟ, ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୦୩ ଜଳସେବା ଶିବିର ଚାଲିଥିବାବେଳେ ୩୫ଟି ଓ୍ବାଟର ଏଟିଏମ୍‌ ଚାଲିଛି। ତେବେ ପ୍ରଣତୀଙ୍କ ଜଳସେବା ପ୍ରଦାନରେ ଉତ୍ସାହକୁ ନେଇ ବିଏମ୍‌ସି ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri