ଦିବ୍ୟାଙ୍ଗ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌

ଲାଠୋର, ୨୦।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ସଦର ଗଁାର ଗୋବର୍ଦ୍ଧନ ପୁଟେଲକଁର ପୁଓ ଈଶ୍ୱର ପୁଟେଲ(୧୨)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ଆଏଜ୍‌କେ ୧୨ ବଛର ହେଲା ସେ ଉଚ ଚିକିଛା ଅଭାବୁ ଖଟେ ପଡ଼ି ରହିଥିବାର ପରିବାର ଲୋକ୍‌ କହିଛନ୍‌।
ସୂଚନା ଅନ୍‌ସାରେ ତୁରେକେଲା ଗଁାର ଗୋବର୍ଦ୍ଧନ ପୁଟେଲକଁର ପରିବାର କହେଲେ ମାଏକିନା ବନିତା ଆର ଦୁଇ ପୁଓ ଈଶ୍ୱର, ବିକାଶକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଗୋବର୍ଦ୍ଧନ ପରହର କାମ୍‌ବୁତା କରି ଯାହା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ଘର ଚଲୁଛେ। ଏନ୍‌ତାଥି ବଡ଼ପୁଓ ଈଶ୍ୱର ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ଆଏଜ୍‌କେ ତାହାକୁ ୧୨ ବଛର ହେଇଥିଲେ ବି ସେ ଚଲାବୁଲା, ଉଠାବସା କି କଥା କହି ନାଇଁପାରବାର। ସବୁବେଲେ ଖଟେ ପଡ଼ି ରହିଛନ୍‌। ତାକର ଗଧାମଖା, ଖାନାପିନା, ଝାଡ଼ାଝପଟନୁ ସବୁପରକାର ସେବା ଯତନ ମା’ ବନିତା କରୁଛନ୍‌। ଈଶ୍ୱର ରଁଧା ଖାଏଦ୍‌ ଛଡ଼ା ବାକି କେହେନ୍‌ସି ଜିନିଷ ଚାବି କରି ଖାଇ ନାଇଁପାରନ୍‌। ମା’ବାପ୍‌ ପୁଓର ଏନ୍‌ତା ଅବସ୍‌ତା ଦେଖି ସବୁବେଲେ ଚିନ୍‌ତାରେ ରହୁଛନ୍‌। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଥିଲାବେଲେ ମା’ବାପ୍‌ ଧାର ଉଧାର କରି ଈଶ୍ୱରକୁଁ ଆସରପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଇଆଡ଼େ ସରକାରୀ ସାହାଯ୍‌ ହିସାବେ ପରିବାରକେ ମାସିକ ୧୫ କେ.ଜି. ଚାଉଲ ଆର ଈଶ୍ୱରକୁଁ ୭ଶହ ଟଁକା ଭିନ୍ନକ୍ଷମ ଭତା ମିଲୁଛେ। ସେନ୍‌ତା ସାନ୍‌ପୁଓ ବିକାଶକେ ୬ ବଛର ହେଇଥିଲାବେଲେ ବଏସ୍‌ ଅନ୍‌ସାରେ ତାକର ବି ଦିହିପା ନାଇଁ ଲାଗ୍‌ବାର। ଦୁଇ ପୁଓର ଏନ୍‌ତା ଅବସ୍‌ତା ଦେଖି ମା’ବାପ୍‌ ଆଏଁଖ୍‌ରୁ ନିଦ୍‌ ହଜିଯାଇଛେ। ସେମାନେ ପୁଓମାନକର ଭବିଷତ୍‌ ଚିନ୍‌ତାରେ ହରମେଶା ଭାଲି ହେଉଛନ୍‌। ଇଆଡ଼େ ଗୋବର୍ଦ୍ଧନ କୁଲିମଜୁରି କରି ଯେନ୍‌ ଦୁଇପଏସା ରୁଜ୍‌ଗାର କରୁଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ସେ ପୁଓର ଉଚ ଚିକିଛା କରେଇ ନାଇଁପାରବାର। ସେନ୍‌ତା ପରିବାରକେ ଆଗ୍‌ରୁ ମାସିକ୍‌ ୨୦ କେ.ଜି. ଚାଉଲ ମିଲୁଥିଲା। ହେଲେ ୬ ମାସ ହେଲା ଦିବ୍ୟାଙ୍ଗ ଈଶ୍ୱରକଁର ଆଧାର କାର୍ଡ ନାଇଁ ହେଇପାରବାର। ଯେନ୍‌ଥିରଲାଗି ପରିବାରକେ ୨୦ କେ.ଜି. ଜାଗାରେ ମାସିକ୍‌ ୧୫ କେ.ଜି. ଚାଉଲ ମିଲୁଛେ। ଏନ୍‌ତା ପରିସ୍ଥିତିରେ ଇ ଦୁଖି ପରିବାର ଉପରେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ଈଶ୍ୱରକୁଁ ଚିକିଛା ସାହାଯ୍‌ ସଂଗେ ନିୟମ ହିସାବେ ଉନିଅଁା ସବୁ ସରକାରୀ ସୁବିଧା ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?