Posted inରାଜ୍ୟ

ଦିନ ମଜୁରିଆଙ୍କ ଝିଅ ରଖିଲେ ୮୮.୫% ମାର୍କ

ଢେଙ୍କାନାଳ ଅଫିସ, ୨୩।୫: ପ୍ରତିକୂଳ ପରିସ୍ଥିତି ଆସିଲେ ଅନେକେ ଆଶା ଛାଡ଼ିଦିଅନ୍ତି। ଦାୟିତ୍ୱରୁ ମୁହଁ ଫେରାଇ ପିଠି ପଛ କରି ଫେରିଆସନ୍ତି। ସମାଜରେ ଏପରି ଉଦାହରଣର ଅଭାବନାହିଁ। ହେଲେ ସମସ୍ୟାବହୁଳ ଜୀବନ ଭିତରେ ମଧ୍ୟ ଏପରି ଅନେକ ଅଛନ୍ତି, ଯେଉଁମାନେ ନିଜର କଠୋର ଅଧ୍ୟବସାୟ ବଳରେ ହାସଲ କରିଛନ୍ତି ସଫଳତା। ଏଭଳି ଜଣେ ମେଧାବୀ ଛାତ୍ରୀ ହେଲେ ସୁନୀତା ସାମଲ। ଚଳିତ ମାଟ୍ରିକ ପରୀକ୍ଷାରେ ସେ ୮୮.୫ ପ୍ରତିଶତ ମାର୍କ ରଖି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ସୁନାଝିଅ।
ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଗ୍ରାମର ଦିନ ମଜୁରିଆ ମିଟୁ ସାମଲଙ୍କ ଝିଅ ସୁନୀତା ସ୍ଥାନୀୟ ସାରଙ୍ଗଧର ହାଇସ୍କୁଲର ଛାତ୍ରୀ। ମାଟ୍ରିକ ପରୀକ୍ଷାରେ ସେ ୬୦୦ରୁ ୫୩୧ ମାର୍କ ରଖିଛନ୍ତି।
ଅଭାବୀ ପରିବାର। ମିଟୁଙ୍କ ରୋଜଗାର ଉପରେ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ। ଅଭାବ ଅନଟନ ଭିତରେ ଲକ୍ଷ୍ୟଚ୍ୟୁତ ହୋଇ ନ ଥିଲେ ସୁନୀତା, ଯାହା ଆଜି ତାଙ୍କୁ ସଫଳ କରିଛି। ଫଳାଫଳ ସମ୍ପର୍କରେ ସୁନୀତା ନିଜ ପ୍ରତିକ୍ରିୟାରେ କୁହନ୍ତି, ସେ ଦୈନିକ ୬ରୁ ୭ଘଣ୍ଟା ପରିଶ୍ରମ କରୁଥିଲେ। ଏହି ସଫଳତା ପଛରେ ମା ରୁନୁ ସାମଲ, ବାପା ଏବଂ ଶିକ୍ଷୟିତ୍ରୀଶିକ୍ଷକ ପ୍ରେରଣା ରହିଛି। ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ମେଧାବୀ ସୁନୀତାଙ୍କୁ ବେଲଟିକିରି-କାଇମାଟି ଏସ୍‌ବିଆଇ ଶାଖା ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ଶାଖା ପରିଚାଳକ ଲୋକନାଥ ଚକ୍ର କୁମାର, ସହ ଶାଖା ପରିଚାଳକ ଲିପି ନାୟକ, ପ୍ରସନ୍ନ କୁମାର ବିଶ୍ୱାଳ, ଧନେଶ୍ୱର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri