ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ କରିବେ ଅଙ୍ଗନୱାଡ଼ି କର୍ମୀ

ବୁଗୁଡ଼ା,୨୯ା୫(ଡି.ଏନ.ଏ.)- ଅଙ୍ଗନୱାଡ଼ି କର୍ମୀଙ୍କର ଦାବି ମେ ୩୧ ସୁଦ୍ଧା ପୂରଣ ନ ହେଲେ ଜୁନ ୧ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଶୁକ୍ରବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟରେ ଅଧିକାରୀ ରଞ୍ଜିତା ତ୍ରିପାଠୀଙ୍କୁ ଲିଖିତ ଆକାରରେ ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍‌ ସ୍ବାର୍କର୍ସ ଆସୋସିଏସନ ବୁଗୁଡ଼ା ଶାଖା ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଅଭିଯୋଗ, ବ୍ଲକର ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀମାନେ ସରକାରଙ୍କ ନିର୍ଦ୍ଦେଶିତ ଆଇନ ଅନୁଯାୟୀ ସୂଚାରୁ ରୂପେ ଶୁଖିଲା ଖାଦ୍ୟ ସହ ଅଣ୍ଡା ବଣ୍ଟନ କରୁଥିଲେ। କିନ୍ତୁ ବର୍ତ୍ତମାନ ଏସ୍‌ଏଚଜି ମାଧ୍ୟମରେ ଅଣ୍ଡା ବଣ୍ଟନ ହେଉଥିବା ଯୋଗୁ କର୍ମୀମାନେ ଏହାକୁ ବିରୋଧ କରୁଛନ୍ତି। ସରକାରଙ୍କ ବିଭିନ୍ନ ନିୟମ ମାନି ବର୍ତ୍ତମାନ କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେଉଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସେମାନଙ୍କୁ ଏପ୍ରିଲ୍‌ ଓ ମେ ମାସର ବିଲ୍‌ ମଧ୍ୟ ବନ୍ଦ କରିବାକୁ ଧମକ ଦିଆଯାଇଛି। ବର୍ତ୍ତମାନ ଅଙ୍ଗନୱାଡ଼ି କର୍ମୀଙ୍କୁ ପୂର୍ବପରି ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ ସହ ଅଣ୍ଡା ବାଣ୍ଟିବାକୁ ସୁବିଧା ମିଳିବା ଓ ବକେୟା ୨ ମାସ ବିଲ ପ୍ରଦାନ କରାଯାଉ। ଅନ୍ୟଥା ଏସଏଚଜିଙ୍କୁ ସମସ୍ତ ଅଣ୍ଡା ବାଣ୍ଟିବା ସହ ରନ୍ଧା ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବାଣ୍ଟିବା ଦାୟିତ୍ୱ ଦିଆଯାଉ ବୋଲି ସଂଘ ପକ୍ଷରୁ ସଭାପତି ବାସନ୍ତୀ କୁମାରୀ ପ୍ରଧାନ, ସମ୍ପାଦିକା ଅନିତା ମିଶ୍ର ପ୍ରମୁଖ କର୍ମକର୍ତ୍ତାମାନେ ଅଧିକାରୀଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri