ଦାନା ଛଡ଼ାଇନେଲାଣି କରୋନା

କାମାକ୍ଷାନଗର, ୨୫।୩(ଡି.ଏନ.ଏ.) – କରୋନା କଟକଣା ପାଇଁ ପ୍ରଭାବିତ ହୋଇଛି ସ୍ବାଭାବିକ ଜୀବନଯାତ୍ରା। ଅତି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବାକୁ ଜାରି ହୋଇଛି କଡ଼ା ନିର୍ଦ୍ଦେଶ। ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କର ଘରୁ ଗୋଡ଼ ନ କାଢ଼ିଲେ ଜଳେନି ଚୁଲି। ଝାଳ ନ ବୁହାଇଲେ ଅପୋଷା ରହିଯାଏ ପେଟ, ଏମିତି ଗରିବ ଖଟିଖିଆଙ୍କ ଉପରେ ଦୁଃଖର ପାହାଡ଼ ହୋଇ ଛିଣ୍ଡିପଡ଼ିଛି କରୋନା। ହାତରେ କାମନାହିଁ। ସେପଟେ ପରିବାର ଅନାଇଛି ଫେରିବା ବାଟକୁ। ଏଭଳି ହଜାର ହଜାର ମେହନତି ମଣିଷଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କେବେ ସୁଧୁରିବ ସ୍ଥିତି, କେବେ ପୁଣି ଫେରିବ ସ୍ବାଭାବିକ ଅବସ୍ଥା।
ଢେଙ୍କାନାଳ ଜିଲାର କାମାକ୍ଷାନଗର। ଶ୍ରମଜୀବୀଙ୍କ ସହର ଭାବେ ପରିଚିତ ଏହି ସ୍ଥାନକୁ କାମ ଖୋଜିବାକୁ ଜିଲାର ବିଭିନ୍ନ ସ୍ଥାନରୁ ଧାଇଁ ଆସନ୍ତି ଗରିବ, ଖଟିଖିଆ, ଶ୍ରମିକ ଶ୍ରେଣୀର ଲୋକେ। ଏଠାକୁ ଆସିଲେ କେହି କେବେ ଖାଲି ହାତରେ ଫେରେନି। କେଉଁଠି ନା କେଉଁଠି ମିଳିଯାଏ କାମ। ହେଲେ ଏବେ କରୋନା ମାଡ଼ରେ ଦୋହଲି ଯାଇଛି ବ୍ୟବସ୍ଥା। ଖଁା ଖଁା ପରିବେଶ। ହୋଟେଲ ବନ୍ଦ। ଦୋକାନରେ ଝୁଲୁଛି ତାଲା। କାମ ଖୋଜିବାକୁ କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତ ଶାଳିଅ ଗ୍ରାମର ମଧୁ ଗୋପ ସକାଳୁ ସକାଳୁ ଧାଇଁ ଆସିଥିଲେ କାମାକ୍ଷାନଗର। ହେଲେ କାମ ମିଳିଲାନି। ଏବେ ମଧୁଙ୍କ ଗୋଟିଏ ଚିନ୍ତା କେମିତି ମିଳିବ କାମ। ଘରକୁ ଖାଲି ହାତରେ କେମିତି ଯିବେ। ପରିବାର ପାଇଁ ଦାନା ଯୋଗାଡ଼ କେଉଁଠୁ କରିବେ। ସମାନ କଥା ଦୋହରାଇଥିଲେ ମଧୁଙ୍କ ସାଙ୍ଗ ଗୁଲିଆ ସିର୍‌କା। ସେ କହିଥିଲେ ସହରରେ ରୋଗକୁ ନେଇ ଏତେ ସଚେତନତା। ଗଁାରେ କିଛି ନାହିଁ। ସେ ଯାହା ହେଉ ୫ଦିନ ଭୋକରେ ପଛେ ରହିବୁ ହେଲେ ଜୀବନ ବଞ୍ଚତ୍ୟାଉ। ଭୁବନ ବ୍ଲକ କଁସରଗୋଡ଼ା ଗ୍ରାମର ସାଲୁରାମ ହଁାସଦା କୁହନ୍ତି, ସେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। କରୋନା ପାଇଁ କଟକଣା ଲାଗିଥିବାରୁ ମାଲିକ ଫେରାଇଦେଲେ। ୫ଦିନ ପାଇଁ ଅଗ୍ରିମ ଅର୍ଥ ଦେଇଛନ୍ତି। ପୁଣି କାମ ଚାଲିଲେ ଡାକିବେ ବୋଲି କହିଛନ୍ତି। ସେହିପରି କାମାକ୍ଷାନଗର କାଦୁଆ ପଞ୍ଚାୟତ ମର୍କଟା ଗ୍ରାମର ଅଟୋରିକ୍ସା ଚାଳକ ମୁରଲୀ ପଧାନ କୁହନ୍ତି, ସକାଳୁ ରୋଜଗାର ଆଶାରେ ସହରକୁ ଆସିଥିଲେ। ଏଠି ଆସି ଦେଖିବା ବେଳକୁ ସବୁ ବନ୍ଦ। ନିରାଶରେ ଫେରିବାକୁ ପଡୁଛି। ଏପରି ସ୍ଥିତି କେତେଦିନ ରହିବ ଜଣାନାହିଁ। ସବୁ ଈଶ୍ୱରଙ୍କ ଇଚ୍ଛା। ସେ ହିଁ ବିପଦରୁ ରକ୍ଷା କରିବେ।
ଏହି ସମସ୍ୟା କେବଳ ମଧୁ, ଗୁଲିଆ, ସାଲୁରାମ କିମ୍ବା ମୁରଲୀଙ୍କର ନୁହେଁ। ଅଞ୍ଚଳର ଛୋଟବଡ଼ ବ୍ୟବସାୟୀ, ଠେଲା ଦୋକାନୀ, ଉଠାଦୋକାନୀଙ୍କୁ ମଧ୍ୟ ଘାରିଛି ପେଟପାଟଣା ଚିନ୍ତା। କରୋନା ସହ ଦୁନିଆ ଲଢ଼େଇ କରୁଥିବାବେଳେ ପେଟର ଭୋକ ସହ ନିତି ଲଢୁଥିବା ଏପରି ମେହେନତି ମଣିଷଙ୍କ କଥା କିଏ ବୁଝିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିନା ବିଦ୍ୟୁତ୍‌ରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଅସହ୍ୟ ଗରମରେ ରୋଗୀ ହନ୍ତସନ୍ତ

ଅମରପାଲି,୧୧ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri