ଦାଦନ ଶ୍ରମିକଙ୍କୁ ନେଇ ସମ୍ମିଳନୀ: ନିର୍ଯାତନା, ହତ୍ୟା ମାମଲାକୁ ଚପା ଯାଉଛି

ବଲାଙ୍ଗୀର ଅଫିସ,୩୦ା୬
ବଲାଙ୍ଗୀର ଜିଲାର ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ତଥା ହତ୍ୟା, ଅପହରଣ, ଆର୍ଥିକ ଶୋଷଣ ଭଳି ଗୁରୁତର ଘଟଣାଗୁଡିକୁ ଅଭିଯୋଗସତ୍ତ୍ୱେ ପୋଲିସ ଚପାଇ ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆରସିଡିସି ତରଫରୁ ଜିଲାର ଦାଦନ ଶ୍ରମିକଙ୍କୁ ନେଇ ଏକ ସମ୍ମିଳନୀ କରାଯାଇଥିଲା। କୁଳମଣି ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ଖପ୍ରାଖୋଲ, ଦେଓଗଁା, ଲୋଇସିଂହା ଅଞ୍ଚଳର ଦାଦନ ଶ୍ରମିକମାନେ ଆସି ସେମାନଙ୍କ ଅତ୍ୟାଚାର, ନିର୍ଯାତନା ଘଟଣା ଶୁଣାଇ ଏ ଦିଗରେ ପୋଲିସ କିଭଳି ଅବହେଳା ପ୍ରଦର୍ଶନ କରୁଛି କହିଥିଲେ। ଗତ ଜାନୁୟାରୀ ୭ ତାରିଖରେ ଲହଡୁଙ୍ଗୁରୀ ଗ୍ରାମର ଦାଦନ ଶ୍ରମିକ ଯୁଧିଷ୍ଠିର ନାଗଙ୍କୁ ଘରୁ ଟେକିନେଇ ଦାଦନ ସର୍ଦ୍ଦାର ତାଙ୍କୁ ହତ୍ୟା କରିଥିତ୍ବା ଅଭିଯୋଗ ହୋଇଥିଲା ା ଏହି ଘଟଣାରେ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଛି ା ୨୦୧୮ ଫେବୃୟାରୀ ମାସରେ ବର୍ତ୍ତିଆ ଗ୍ରାମର ଆଦିବାସୀ ଦାଦନ ମହିଳା ଶ୍ରମିକ ସମାରୀ ବିଶ୍ୱାଳଙ୍କୁ ଘରୁ ଅପହରଣ କରାଯାଇଥିଲା ା ଏ ନେଇ ପୋଲିସରେ ଅଭିଯୋଗ ସତ୍ତ୍ୱେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ା ୧ ମାସ ପରେ ଅପହରଣକାରୀମାନେ ତାଙ୍କୁ ଛାଡିବା ପରେ ସେ ଘରକୁ ଫେରିଥିଲେ ା ତାଙ୍କୁ ଘୋର ନିର୍ଯାତନା ଦିଆଯାଇଥିଲା। ରେଙ୍ଗାଲିର ତୁଳସୀ ନାଗଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିତ୍ବା ସେମାନେ ଅଭିଯୋଗ କରିଥିଲେ। ଲହଡୁଙ୍ଗୁରୀ ଗ୍ରାମର ଧନମତୀ ଧରୁଆଙ୍କ ଦିଅରଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଅଭିଯୋଗ ସତ୍ତ୍ୱେ ପୋଲିସ ଏସବୁ ଘଟଣାରେ କୌଣସି ଆଖିଦୃଶିଆ କାମ କରୁନାହିଁ ା ବରଂ ଏସବୁ ଅଭିଯୋଗକୁ ଚପାଇ ଦେଇଛି ବୋଲି ପୀଡିତ ପରିବାରବର୍ଗର ଲୋକେ ଅଭିଯୋଗ କରିଥିଲେ ା ଦାଦନ ଶ୍ରମିକଙ୍କୁ ଏକକାଳୀନ ଅଗ୍ରୀମ ଦେଇ ପ୍ରଲୋଭିତ କରିବା ପରେ ରାଜ୍ୟ ବାହାରକୁ ନେଇ ସେଠାରେ ଶୋଷଣ ଓ ନିର୍ଯାତିତ କରିବା ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି ା ଏଭଳି ନିର୍ଯାତନାକୁ ସରକାର ମଧ୍ୟ ରୋକି ପାରୁନାହିଁ ା ଏଦିଗରେ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏଦିଗରେ ସ୍ଥିତିରେ କୌଣସି ପରିବର୍ତ୍ତନ ହେଊନାହିଁ ବୋଲି ଆଲୋଚକମାନେ ମତପ୍ରକାଶ କରିଥିଲେ ା ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲା ଶ୍ରମ ବିଭାଗର ଜିଲା ମଙ୍ଗଳ କୋଅର୍ଡିନେଟର ବସନ୍ତ ବିହାରୀ ବାହିନୀପତି ଯୋଗଦେଇ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଗଲାବେଳେ କିଭଳି ସାବଧାନତା ଅବଲମ୍ବନ କରିବେ ଓ ପଞ୍ଜୀକରଣ କରି ଯିବେ କହିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଅତିଥିବକ୍ତା ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସାମାଜିକ କର୍ମୀ ଟେକେନ୍ଦ୍ର ଜାଲ, ଜିଲା ଜଙ୍ଗଲ ସୁରକ୍ଷା ଫୋରମ୍‌ର ସମ୍ପାଦକ ସୋମନାଥ ପଟେଲ ଓ ସାମାଜିକ କର୍ମୀ ମଧୁସୂଦନ ସିଂନିନା ଯୋଗଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରୀଛାତ୍ରଙ୍କ ସହ ଗ୍ରାମବାସୀ

ଜମନକିରା,୧୩।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି । କିନ୍ତୁ ଆଜି ବି ଅନେକ ଗ୍ରାମାଞ୍ଚଳ ଏହି ମୌଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri