ଦଶମ ପରୀକ୍ଷାଫଳ

ଡ. ମନୋରଞ୍ଜନ ପ୍ରଧାନ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ ରାଜ୍ୟରେ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କୃତିତ୍ୱ ଉତ୍ସାହପୂର୍ଣ୍ଣ ରହିଛି। ରାଜ୍ୟ ସ୍ତରରେ ପରୀକ୍ଷାଫଳ ୯୬.୦୭ ପ୍ରତିଶତ ହୋଇଛି। ଜିଲା ସ୍ତରରେ କଟକ ୯୭.୯୮% ସହ ସର୍ବାଗ୍ରେ ଥିବାବେଳେ ୯୩.୬% ପାସ୍‌ ହାର ସହ ନୂଆପଡ଼ା ଜିଲା ତାଲିକାରେ ଶେଷ ସ୍ଥାନରେ ଅଛି। କୋରାପୁଟ, ମାଲକାନଗିରି,ରାୟଗଡ଼ା, ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲାର ଫଳାଫଳ ମଧ୍ୟ ଉତ୍ସାହଜନକ ହୋଇଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷର ଫଳ ସାମାନ୍ୟ କମ୍‌ ରହିଛି। ସୂଚନାଯୋଗ୍ୟ, ୨୦୨୩ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାଫଳ ୯୭.୯୯% ଥିଲା, ଯାହାକି ଏ ବର୍ଷର ଫଳାଫଳଠାରୁ ପ୍ରାୟ ୧.୨୬ ପ୍ରତିଶତ କମ୍‌।
ଉଲ୍ଲେଖନୀୟ କଥା ହେଉଛି ଗତ ବର୍ଷଗୁଡ଼ିକ ଭଳି ଏ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ଅଧିକ ସଫଳ ହୋଇଛନ୍ତି। ଗତ ୫ବର୍ଷର ପରୀକ୍ଷାଫଳକୁ ବିଶ୍ଳେଷଣକଲେ ଜଣାଯାଏ, ଝିଅମାନେ ପୁଅମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। ତଥ୍ୟ ଅନୁଯାୟୀ ୨୦୧୯, ୨୦୨୦, ୨୦୨୧, ୨୦୨୩ ଓ ୨୦୨୪ ଶିକ୍ଷାବର୍ଷରେ ମାଟ୍ରିକ୍‌ ପରୀକ୍ଷାରେ ପୁଅମାନଙ୍କ ସଫଳତା ହାର ଯଥାକ୍ରମେ ୬୫.୨୬, ୭୭.୮୦, ୯୭.୯, ୯୫.୫ ଓ ୯୫.୩୯ ପ୍ରତିଶତ ଥିବାବେଳେ ଝିଅମାନଙ୍କ ପାସ୍‌ ହାର ଥିଲା ଯଥାକ୍ରମେ ୭୨.୬୫, ୮୧.୯୮, ୮୩.୩, ୯୭.୦୭ ଓ ୯୬.୭୩ ପ୍ରତିଶତ। କେବଳ ସେତିକି ନୁହେଁ, ଏ ବର୍ଷ ସର୍ବାଧିକ ନମ୍ବର ରଖିଥିବା ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ଅଧିକ। ଏହା ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରେରଣାଦାୟୀ। ଆଜି ପିତାମାତାଙ୍କ ସଚେତନତା ଓ ଛାତ୍ରୀମାନଙ୍କ ଉତ୍ସାହ ହେତୁ ଝିଅମାନଙ୍କ ନାମଲେଖା ହାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବଢ଼ିବା ଦେଶ ଓ ସମାଜ ପାଇଁ ଶୁଭଙ୍କର । କାରଣ ନାରୀ ଶିକ୍ଷିତ, ସଶକ୍ତ ଓ ସମୃଦ୍ଧ ହୋଇପାରିଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ସହଜ ଓ ସରଳ ହୋଇପାରିବ। ତେବେ ଝିଅମାନଙ୍କ ଉତ୍ସାହପୂର୍ଣ୍ଣ ଫଳାଫଳ ପାଇଁ ସରକାରଙ୍କ ଗଠନମୂଳକ ପଦକ୍ଷେପ ପ୍ରଶଂସନୀୟ। ତେବେ ବର୍ତ୍ତମାନ ସଂକ୍ଷେପରେ ଆଲୋଚନା କରିବା ମାଟ୍ରିକ୍‌ ପରୀକ୍ଷାଫଳ ସମ୍ବନ୍ଧରେ।
ପ୍ରଥମତଃ ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ସର୍ବ ପ୍ରଥମ ଶ୍ରେୟ ଶିକ୍ଷାର୍ଥୀମାନଙ୍କୁ ଯିବ। କାରଣ ସେମାନଙ୍କ ପ୍ରଚେଷ୍ଟା, ପରିଶ୍ରମର ପରାକାଷ୍ଠା ହେଉଛି ଏହି ଉପଲବ୍ଧି। ତା’ପରେ ଶ୍ରେୟ ଯିବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ। ପିଲାଙ୍କ ପାଠପଢ଼ା ପାଇଁ ଦିନରାତି ଏକ କରିଦେଇଥିବା ପିତାମାତା, ଅଭିଭାବକମାନଙ୍କୁ ଏବଂ ଏଥିସହ ସରକାରୀ ସ୍ତରରେ ନିଆଯାଉଥିବା ବିବିଧ ପଦକ୍ଷେପ ମଧ୍ୟ ଏଭଳି ପ୍ରେରଣାଦାୟୀ ଫଳାଫଳରେ ନିଦାନ ହୋଇପାରେ।
ଏହା ବ୍ୟତୀତ ଆମ ରାଜ୍ୟର ମାଟ୍ରିକ୍‌ ପରୀକ୍ଷାଫଳ ଭଲ ହେବାର ଅନ୍ୟ କେତୋଟି କାରଣ ହେଉଛି, ପାଠ୍ୟକ୍ରମ ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ। ଆଜିର ପାଠ୍ୟକ୍ରମ ପୂର୍ବପରି ନାହିଁ। ପୂର୍ବରୁ ପାଠ୍ୟକ୍ରମ ଓ ପୁସ୍ତକଗୁଡ଼ିକର ବିଷୟବସ୍ତୁ ତୁଳନାତ୍ମକ ଭାବରେ ଜଟିଳ ଓ ବହୁଳ ଥିଲା। ଆଜିକାଲି ପୁସ୍ତକଗୁଡ଼ିକର କଳେବର କମିଛି ଓ ବିଷୟବସ୍ତୁ ଗୁଡ଼ିକୁ ସରଳୀକରଣ କରାଯାଇଛି। ଏଥିସହ ପରୀକ୍ଷା ଢାଞ୍ଚା ଓ ପ୍ରଶ୍ନପତ୍ରର ସ୍ବରୂପ ମଧ୍ୟ ବଦଳିଛି। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସଂଖ୍ୟା କମିଛି,ଅତି କ୍ଷୁଦ୍ର ବା ବସ୍ତୁନିଷ୍ଠ ପ୍ରଶ୍ନ ସଂଖ୍ୟା ବଢ଼ିଛି। ବହୁବିଧ ଚୟନ ସୁବିଧା (ମଲ୍ଟିପଲ ଚଏସ୍‌) ମୂଳକ ପ୍ରଶ୍ନ ବୃଦ୍ଧି ହେବା ମାଟ୍ରିକ ପରୀକ୍ଷା ଫଳ ଅଧିକ ହେବାର ଏକ କାରଣ କୁହାଯାଇପାରେ। ଦ୍ୱିତୀୟରେ, ମୂଲ୍ୟାୟନ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭାଷା ବିଷୟଗୁଡ଼ିକରେ ୭୦ ପାର କରିବା ପରେ ଗୋଟି ଗୋଟି ଅକ୍ଷର ପଢ଼ି ନମ୍ବର କାଟୁ ନାହାନ୍ତି କି ଶହେରୁ ଶହେ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି। ବନାନଗତ ଅଶୁଦ୍ଧି, ବ୍ୟାକରଣଗତ ତ୍ରୁଟି ଓ ତଥ୍ୟଗତ ଭୁଲ୍‌ ଗୁଡ଼ିକୁ ନମ୍ବର କାଟିବାର ମାନସିକତା ପ୍ରାୟତଃ ଉଭେଇଗଲାଣି। ଭାଷା ବିଷୟଗୁଡିକ ସହ ଅନ୍ୟ ବିଷୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଖୋଲା ହସ୍ତରେ ନମ୍ବର ଦେବାକୁ ଦ୍ବିଧା ପ୍ରକଟ କରୁନାହାନ୍ତି। ଅର୍ଥାତ୍‌ ମୂଲ୍ୟାୟନ ପ୍ରକ୍ରିୟାରେ ମଧ୍ୟ ନମନୀୟତା ଓ ପରୀକ୍ଷା କରେଇବାରେ ସରଳତା ଉଲ୍ଲେଖନୀୟ ପରୀକ୍ଷାଫଳର ଏକ କାରଣ। ଏଥିସହ ମାଟ୍ରିକ୍‌ ପରୀକ୍ଷା ଫଳ ଭଲ ହେବାରେ ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ କରିବା, ପ୍ରଯୁକ୍ତି ବିଦ୍ୟା ଉପଯୋଗ ପାଇଁ ସ୍ମାର୍ଟ କ୍ଳାସ୍‌, ଇ-ଲାଇବ୍ରେରି, ବ୍ୟାପକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ମଧ୍ୟ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାରେ ଅନେକ ପରିମାଣରେ ସହାୟତା ପ୍ରଦାନ କରିଛି। ଭଲ ପରୀକ୍ଷାଫଳର ଶ୍ରେୟ ମଧ୍ୟ ସାମାଜିକ ଗଣମାଧ୍ୟମର ସହାୟତା ଓ ପିତାମାତାଙ୍କ ପ୍ରଚେଷ୍ଟାର ଫଳଶ୍ରୁତି। ଆଜିକାଲି ଗାଁରେ ରହୁଥିବା ଛାତ୍ରୀଛାତ୍ର ୟୁଟ୍ୟୁବ୍‌ ଭଳି ଅନେକ ସାମାଜିକ ଗଣମାଧ୍ୟମ ଉପଯୋଗକରି ରାଜ୍ୟ,ଦେଶ ବା ଦେଶ ବାହାରର ପ୍ରଭାବଶାଳୀ ପ୍ରାଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଶିକ୍ଷାଦାନକୁ ଘରେ ବସି ଶୁଣିପାରୁଛନ୍ତି, ଯାହାକି ସେମାନଙ୍କ ଅନେକ ଦ୍ବନ୍ଦ୍ୱ ଓ ଶିକ୍ଷଣଜନିତ ସମସ୍ୟା ଦୂରୀଭୂତ କରିବାରେ ବିଶେଷ ସହାୟକ ହେଉଛି। ତେଣୁ ଦଶମ ପରୀକ୍ଷାରେ ଉତ୍ସାହଜନକ ପ୍ରଦର୍ଶନର ଶ୍ରେୟ ଅନେକଙ୍କର। ତଥାପି କେବଳ ସଂଖ୍ୟାତ୍ମକ ଦୃଷ୍ଟିରୁ ଫଳାଫଳର ପ୍ରତିଶତକୁ ନେଇ ଉତ୍‌ଫୁଲ୍ଲିତ ନ ହୋଇ ଛାତ୍ରୀଛାତ୍ରମାନଙ୍କ ଗୁଣାତ୍ମକ ବିକାଶ ପାଇଁ ସବୁ ସ୍ତରରେ ଚେଷ୍ଟା କରାଯିବା ଉଚିତ। କାରଣ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଶିକ୍ଷାର୍ଥୀମାନଙ୍କ ପାଖରେ ସାଧାରଣ ଜ୍ଞାନ, ବିଷୟବସ୍ତୁଗୁଡିକର ଅବଧାରଣାଗତ ବୋଧଗମ୍ୟତା, ନିର୍ଭୁଲ୍‌ କଥନ ଓ ଲିଖନ ଏବଂ ସାମାଜିକ ଆଚରଣରେ ଅନେକ ତ୍ରୁଟିବିଚ୍ୟୁତି ଦେଖିବାକୁ ମିଳୁଛି। ଏପରିକି ଦଶମ ପରୀକ୍ଷାରେ ସର୍ବୋଚ୍ଚ ଅଙ୍କ ପ୍ରାପ୍ତ କରିଥିବା ଛାତ୍ରୀଛାତ୍ରମାନେ ଉଚ୍ଚଶ୍ରେଣୀରେ ନିରାଶଜନକ ଭାବରେ ବିଫଳ ହେବାର ଅନେକ ଦୃଷ୍ଟାନ୍ତ ଅଛି। ଅବଶ୍ୟ ଏହାର କାରଣ ବହୁବିଧ। ତଥାପି ଦୃଢ଼ ତଥା ସଶକ୍ତ ବିଦ୍ୟାଳୟ ମୂଳଦୁଆ ଆଗାମୀ ଭବିଷ୍ୟତ ନିର୍ମାଣର ମାର୍ଗ ପ୍ରଶସ୍ତ କରିଥାଏ ଏକଥା ସମସ୍ତଙ୍କୁ ହେଜିବାକୁ ପଡ଼ିବ।
ସହକାରୀ ପ୍ରଫେସର, ବିକ୍ରମଦେବ ବିଶ୍ବବିଦ୍ୟାଳୟ,
ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri