ଦଳିତ ନେତାଙ୍କୁ ଆକ୍ରମଣ ମାମଲା: ଶ୍ରମିକ ନେତା, ୨ଖଣି ଅଧିକାରୀ ନିର୍ଦ୍ଦୋଷରେ ଖଲାସ

ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍‌.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ ନେତା ଓ ଖଣି ଅଧିକାରୀଙ୍କ ଆକ୍ରମଣ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣ ଅଭାବରୁ ଯାଜପୁର ରୋଡ୍‌ ଅତିରିକ୍ତ ଜିଲା ଦୌରାଜଜ୍‌ ଦେବଦତ୍ତ ଦାସ ମହାପାତ୍ର ୩ ଜଣ ଅଭିଯୁକ୍ତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ପ୍ରବୀର କୁମାର ରାୟ ପରିଚାଳନା କରିଥିଲେ।
କି, ୨୦୦୯ ନଭେମ୍ବର ୯ ତାରିଖରେ ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ କାଳିଆପାଣି ଖଣି ଅଞ୍ଚଳର କେତେଜଣ ଶ୍ରମିକ ନେତା ଓ ସମର୍ଥକ ଆକ୍ରମଣ କରିଥିଲେ। ଏ ନେଇ ସେ ତକତ୍ାଳୀନ ଏସ୍‌ପି, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦରଖାସ୍ତ ପ୍ରେରଣ କରିଥିଲେ। ଏହାର ତଦନ୍ତ ପାଇଁ ତତ୍କାଳୀନ ଏସ୍‌ପି କାଳିଆପାଣି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଖଣି ନିଗମ ପକ୍ଷରୁ ଅନୁଷ୍ଠିତ ଜନଶୁଣାଣି ସଭାରେ ନିଗମ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ କରା ନଯିବା ଓ ବହୁ ପରିମାଣର ପରିବେଶ ପ୍ରଦୂଷଣ ସମ୍ପର୍କରେ ଦଳିତ ନେତା ପାତ୍ର ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତି ପ୍ରମୁଖ ତାଙ୍କୁ ଧମକ ଦେବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ। ସର୍ବସାଧାରଣରେ ମାଡ ମାରିବା ଓ ଜାତିକୁ ଆକ୍ଷେପ କରିଥିବା ନେଇ ପାତ୍ର ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଇବା ସହିତ ଶ୍ରମିକ ନେତା ସମ୍ରାଟ ଗୁପ୍ତା ଓ ଖଣି ନିଗମର ସାଧାରଣ ପରିଚାଳକଙ୍କ ନାମରେ ମଧ୍ୟ ଅଭିଯୋଗ କରିଥିଲେ। କଳିଙ୍ଗନଗର ଥାନା ଅଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ନଂ. ୫୧/୨୦୦୯ ଓ ହରିଜନ ଆଦିବାସୀ ନିର୍ଯାତନା ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ଯାଜପୁର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ ୩ ଜଣଙ୍କର...

ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri