ଦର୍ଶକଙ୍କ ମନର କଥାକୁ ନାଟକରେ ପ୍ରତିଫଳିତ କରିଥାଏ

ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ ପାଲଟି ଯାଇଥିଲା। ନାଟକଟିଏ ଦେଖି ଫେରିବା ପରେ ସେ ଘରକୁ ଆସି ଠିକ୍‌ ସେହିପରି ଅଭିନୟ କରୁଥିଲେ। ଏହାଦେଖି ତାଙ୍କ ବୁଢ଼ୀମା ଦିନେ କହିଥିଲେ ‘ଏ ଟୋକା ଦିନେ ନାଟୁଆ ହେବ’। ଆଉ ଆଜି ତାହା ସତରେ ପରିଣତ ହୋଇଛି। ସେ ହେଲେ ବର୍ତ୍ତମାନ ଥିଏଟର ଜଗତର ଅନ୍ୟତମ ନାମୀ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ୍‌ ବିଶ୍ୱାଳ। ୧୯୬୩ ଏପ୍ରିଲ ୩୦ରେ ପୁରୀ ଜିଲା କୋଣାର୍କ ଅନ୍ତର୍ଗତ ଖନ୍ଦୋଳ ଗଁ।ରେ ଜନ୍ମିତ ଏହି ବ୍ୟକ୍ତିତ୍ୱଙ୍କର ପେସାଦାର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ୧୯୮୪ରେ। ଦୀର୍ଘ ୨୫ ବର୍ଷର ଅଭିନୟ ଅଭିଜ୍ଞତାକୁ ପାଥେୟ କରି ସେ ୨୦୦୯ରେ ନାଟକ ରଚନା (ନିର୍ଦ୍ଦେଶନା ୨୦୧୪ରୁ) ଆରମ୍ଭ କଲେ। ଏ ସମ୍ପର୍କରେ ସେ କହନ୍ତି, ‘ଅଭିନୟ କରିବା ଭିତରେ ଅନେକ ନାଟକ ଲେଖିଛି, ହେଲେ ତାହା ଏତେ ସହଜ ନ ଥିଲା। ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ‘ପର୍ଶୁରାମ’ ନାଟକରେ ଅଭିନୟ କରିବା ପରେ ଜଣେ ନାଟୁଆ ହେବାର ନିଶା ମୋର ଦ୍ୱିଗୁଣିତ ହୋଇଯାଇଥିଲା। ନାଟକ ରଚନା ପଛରେ ଏକ ମଜାଦାର କାହାଣୀ ରହିଛି। ଥରେ ମୁଁ ରହୁଥିବା ଭୁବନେଶ୍ୱରସ୍ଥ ବୀର ସୁରେନ୍ଦ୍ରସାଏ ନଗରରେ ମୋ ନେତୃତ୍ୱରେ ଏକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଥାଏ। ଯେହେତୁ ପ୍ରଥମ ଦିନ କୌଣସି ଯାତ୍ରାନୁଷ୍ଠାନ ଆସିଲେ ନାହିଁ ତେଣୁ ମାତ୍ର ୪ ଦିନ ଭିତରେ ମୁଁ ଏକ ୩୦ ପୃଷ୍ଠାବିଶିଷ୍ଟ ନାଟକ ‘ଆଜି ବି ମନେପଡ଼େ’ ଲେଖିଥିଲି ଏବଂ ତାହା ସଫଳତାର ସହ ମଞ୍ଚସ୍ଥ ହୋଇଥିଲା। ଏ ପର୍ଯ୍ୟନ୍ତ ମୁଁ ଲେଖିଥିବା ପ୍ରାୟ ୮୦ଟି ନାଟକରେ ଗୋଟିଏ ହେଲେ ଖଳନାୟକ ଚରିତ୍ର ନାହିଁ। କାରଣ ମୁଁ ସବୁବେଳେ ଦର୍ଶକଙ୍କ ମନର କଥାକୁ ମୋ ନାଟକରେ ପ୍ରତିଫଳିତ କରିଥାଏ। ଜୀବନରେ ଶୃଙ୍ଖଳା, ସିଷ୍ଟତା ମୋତେ ଜଣେ ସଫଳ ନାଟ୍ୟକାର ଭାବେ ଗଢ଼ିତୋଳିଛି।’ ଥିଏଟର ନାଟକର ପ୍ରଚାର ପ୍ରସାର ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ୱେତପଦ୍ମା ସାଂସ୍କୃତିକ ପରିବାର, ଭୁବନେଶ୍ୱର ଆଜି ଅନ୍ୟତମ ଥିଏଟର ଅନୁଷ୍ଠାନ ଭାବେ ପରିଚିତ। ଦୀର୍ଘ ୩୫ ବର୍ଷ କଳାକାର ଜୀବନରେ ସୁଖଦୁଃଖଭରା ସ୍ମୃତି ତାଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଆଉ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଦେବାକୁ ଦୃଢ଼ ମନରେ ଆଗେଇ ଚାଲିଛନ୍ତି ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ପ୍ରଦୀପ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri