ଦନ୍ତା ଆକ୍ରମଣରେ ଦୁଇ ଗୁରୁତର, ୫ ଆହତ; ଦୌଡ଼ିବା ବେଳେ କେନାଲରେ ଖସିପଡ଼ିଲା

ପରଜଙ୍ଗ,୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଚାନ୍ଦପୁର ଗାଁରେ ବୁଧବାର ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଦୁଇଜଣ ଚାଷୀ ଗୁରୁତର ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ଗ୍ରାମର ପଞ୍ଚାନନ ସାହୁ ଏବଂ ବାରିହାପୁର ଗ୍ରାମର ଅନ୍ତର୍ଯ୍ୟାମୀ ରାଉଳ(୬୮)। ସେହିଭଳି ଆହତମାନେ ହେଲେ ଉଷା ସାହୁ, କାମାକ୍ଷାପ୍ରସାଦ ସାହୁ, ଉତ୍ସବ ସାହୁ, ଗୋବିନ୍ଦ ସାହୁ, ତ୍ରିଲୋଚନ ସାହୁ। ସୂଚନାନୁଯାୟୀ, ଗ୍ରାମର ଚାଷୀ ପଞ୍ଚାନନ ଗାଁ ନିକଟ ସଜରା ବାହାଳପଶି ଅଞ୍ଚଳରେ ଚାଷ କାମ କରୁଥିବା ସମୟରେ ହାତୀ ତାଙ୍କ ପଛପଟୁ ଦାନ୍ତରେ ଭୁସି ଦେବା ସହ ଫୋପାଡି ଦେଇଥିଲା। ସେଠାରୁ ପଞ୍ଚାନନଙ୍କୁ ଉଦ୍ଧାର କରାଯାଇ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦନ୍ତାଟି ପଞ୍ଚାନନଙ୍କୁ ଆକ୍ରମଣ କରି ଦୌଡି ପଳାଉଥିବା ସମୟରେ ଚନ୍ଦାପୁର ଗାଁ ନିକଟ ଦେଇ ଯାଇଥିବା ରେଙ୍ଗାଳି ମୁଖ୍ୟ ବାମ କେନାଲରେ ଖସି ପଡିଥିଲା। ପ୍ରାୟ ଏକଘଣ୍ଟା ଧରି ଦନ୍ତା କେନାଲରେ ଫସିରହିଥିବା ବେଳେ ଡିହଡୋଳ ଓ ମୁକ୍ତାପସି ସେକ୍ସନ ବନ ବିଭାଗ କର୍ମଚାରୀ ବାଣ ଫୁଟାଇ ହାତୀକୁ ପାଣିରୁ ଉଠାଇବାକୁ ଚେଷ୍ଟାକରିବା ପରେ ହାତୀଟି କେନାଲ ଉପରକୁ ଉଠିଥିଲା। ଏହି ସମୟରେ ପୋଲ ଉପରେ ଥିବା ମୁକ୍ତାପସି ବିଟ୍‌ର ଗାର୍ଡ ପ୍ରଶାନ୍ତ ନନ୍ଦ ସାହୁଙ୍କ ସ୍କୁଟି ଭାଙ୍ଗି ଚାନ୍ଦପୁର ଆଡ଼କୁ ଯାଉଥିବା ବେଳେ ଡିହଡ଼ୋଳ ବନ କର୍ମଚାରୀ ହାତୀକୁ ଜଙ୍ଗଲକୁ ଘଉଡ଼ାଇଥିଲେ। ପରେ ୫୩ନଂ ଜାତୀୟ ରାଜପଥ ପାର ହୋଇ ବସୋଇ ଅଞ୍ଚଳକୁ ଯାଇଥିବା ବେଳେ ବାରିହାପୁର ଗ୍ରାମର ଅନ୍ତର୍ଯ୍ୟାମୀ ଗୋଧି ମୁଣ୍ଡା ପଶିରେ ଧାନ ଖେତରେ କାମ କରୁଥିବା ବେଳେ ଦନ୍ତା ତାଙ୍କ ପିଠିରେ ଦାନ୍ତ ଭୁସି ଦେଇଥିଲା। ପାଖରେ ଥିବା ଅନ୍ୟ ଚାଷୀ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଡାକ୍ତର ଖାନାରେ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ଓ ଗାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବନବିଭାଗ ତରଫରୁ ଆହତ ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ହାତୀକୁ ନେଇ ପରଜଙ୍ଗ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri