Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି ଲକ୍ଷ୍ୟରେ ଭାରତ

ଧର୍ମଶାଳା, ୧୫।୯(ପି.ଟି.)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଷ୍ଟାଡିୟମରେ ରବିବାର ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଏହି ସିରିଜ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ଭାରତୀୟ ଦଳ ବିଶ୍ୱକପ୍‌ ପ୍ରସ୍ତୁତି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ।
ଦିନିକିଆ ବିଶ୍ୱକପ୍‌ରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଭାରତ ଏହି ତିକ୍ତ ଅନୁଭୂତିକୁ ଅବଶ୍ୟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ଭୁଲିଥିଲା। ଟି୨୦ ସିରିଜରେ ଭାରତ ୩-୦ରେ ଘରୋଇ ଓ୍ବେଷ୍ଟଇଣ୍ଡିକୁ ହରାଇଥିଲା। ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ କ୍ୱିଣ୍ଟନ ଡିକକ୍‌ଙ୍କ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜରେ ଅବଶ୍ୟ ଚାପର ସମ୍ମୁଖୀନ ହେବ। ଦକ୍ଷିଣ ଆଫ୍ରିକା ଦଳରେ କ୍ୱିଣ୍ଟନ ଡିକକ୍‌ ଓ କାଗିସୋ ରାବାଡ଼ାଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ରାବାଡ଼ା କିମ୍ବା ଡେଭିଡ ମିଲରଙ୍କ ଗୋଟିଏ ଭଲ ସ୍ପେଲ୍‌ ଭାରତକୁ ସମସ୍ୟାରେ ପକାଇପାରେ। ସେହିପରି ଫାଫ୍‌ ଡୁପ୍ଲେସି ଓ ହାସିମ ଅମଲାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଟେଷ୍ଟ ସ୍ପେଶାଲିଷ୍ଟ ଟେମ୍ବା ବଭୁମା ଓ ଅନରିଚ୍‌ ନୋର୍ଜଙ୍କୁ ନିଜର ଦକ୍ଷତା ପ୍ରମାଣ କରିବାକୁ ହେବ। ଆସନ୍ତା ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା ପୂର୍ବରୁ ଭାରତ ପାଖାପାଖି ୨୦ଟି ମ୍ୟାଚ୍‌ ଖେଳିବାର ସୁଯୋଗ ହାସଲ କରିବ। ତେଣୁ ଅଧିନାୟକ କୋହଲିଙ୍କ ସମେତ ହେଡ୍‌ କୋଚ ରବି ଶାସ୍ତ୍ରୀ ଏକ ଶକ୍ତିଶାଳୀ ତଥା ସନ୍ତୁଳିତ ଦଳ ଗଠନ ଉପରେ ଗୁରୁତ୍ୱ ଦେବା ଆଶା କରାଯାଉଛି। ଆଗାମୀ ୧୩ ମାସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଯିବ। ତେବେ ଏହି ସମୟ ଅବଧିରେ ଟିମ୍‌ ମ୍ୟାନେଜମେଣ୍ଟକୁ ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ହେବ।
ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ତଥା କାର୍ଯ୍ୟଭାର ଯୋଗୁ କୋହଲି, ତାଙ୍କ ଡେପୁଟି ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଯଥେଷ୍ଟ ବିଶ୍ରାମ ଦେବାର ଆବଶ୍ୟକତା ରହିଛି। ମହେନ୍ଦ୍ର ସିଂ ଧୋନୀ ଅବସର ନେଇ ନିଜେ ନିଷ୍ପତ୍ତି ନେବେ। ତେବେ ତାଙ୍କୁ ଦଳରେ ସାମିଲ କରାଯିବ କି ନା ସେ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସହ ଚୟନ କମିଟି ନିଶ୍ଚିତ ଭାବେ ଦ୍ୱନ୍ଦ୍ୱରେ ଥିବେ। ରିଷଭ ପନ୍ତଙ୍କ ବେପରୁଆ ବ୍ୟାଟିଂ କୋହଲି ଓ ଶାସ୍ତ୍ରୀଙ୍କୁ ଚିନ୍ତାରେ ପକାଇଛି। ମନୀଷ ପାଣ୍ଡେ ପ୍ରତିଭା ସମ୍ପନ୍ନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଶାନୁରୂପ ବ୍ୟାଟିଂ କରିବାରେ ବିଫଳ ହୋଇଛନ୍ତି। ତେଣୁ ୪ ନମ୍ବରରେ ପାଣ୍ଡେ କିମ୍ବା ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଶ୍ରେୟାସ ଆୟାର ବ୍ୟାଟିଂ କରିବା ଆଶା କାରଯାଉଛି। ସ୍ପିନ୍‌ ଯୋଡି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ପୁଣି ଦମ୍‌ ଦେଖାଇବା ଆଶା କରାଯାଉଛି। ସେହିପରି ରାଜସ୍ଥାନ ଯୁବ ସ୍ପିନର ରାହୁଲ ଚହରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଉଛି।
ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଭଲ ଫର୍ମରେ ଅଛନ୍ତି। ରବୀନ୍ଦ୍ର ଜାଡେଜା ମଧ୍ୟ ଅଭିଜ୍ଞତାରୁ ଫାଇଦା ଉଠାଇବା ଆଶା କରାଯାଉଛି। ଉଭୟ ଭଲ ବ୍ୟାଟିଂ କରିବା ସହ ଭଲ ସ୍ପିନ୍‌ ମଧ୍ୟ ବୋଲିଂ କରିଥାନ୍ତି। ଦଳରେ ମଧ୍ୟ ବ୍ୟାକ୍‌ଅଫ୍‌ ଫିଙ୍ଗର ସ୍ପ୍ରିଣ୍ଟର ଓ୍ବାଶିଂଟନ ସୁନ୍ଦର ରହିଛନ୍ତି। ଦ୍ରୁତ ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଦୀପକ ଚହର, ନବଦୀପ ସଇନି, ଖଲିଲ ଅହମ୍ମଦ ଦାୟିତ୍ୱ ସମ୍ଭାଳିବେ। ବିଶ୍ୱକପ୍‌ ପୂର୍ବରୁ ଆଗାମୀ ୧୩ ମାସ କୋହଲି ଓ ଶାସ୍ତ୍ରୀଙ୍କ ପାଇଁ ଏକ ପ୍ରକାର ଆହ୍ବାନ ସୃଷ୍ଟି କରିଛି। ସିରିଜ ତଥା ଗସ୍ତର ପ୍ରଥମ ମ୍ୟାଚ୍‌ ହୋଇଥିବାରୁ ଉଭୟ ଦଳ ବିଜୟୀ ହେବା ପାଇଁ ପ୍ରୟାସ କରିବେ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପଣ୍ଡେ, ରିଷଭ ପନ୍ତ (ଉଇକେଟ- କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଜେଡା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।
ଦକ୍ଷିଣ ଆଫ୍ରିକା ଦଳ: କ୍ୱିଣ୍ଟନ ଡିକକ୍‌ (ଅଧିନାୟକ), ରାସି ଭାନ ଡେର ଡୁସେନ (ଉପ- ଅଧିନାୟକ), ଟେମ୍ବା ବଭୁମା, ଜୁନିୟର ଡାଲା, ବିଜର୍ନ ଫର୍ଚ୍ୟୁନ୍‌, ବେଉରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଅନରିଚ୍‌ ନୋର୍ଜ, ଆଣ୍ଡିଲ ଫେଲୁକ୍ୱାଓ, ଡ୍ବେନ ପ୍ରିଟୋରିୟସ, କାଗିସୋ ରାବାଡ଼ା, ତାବରେଜ ଶାମସି ଓ ଜର୍ଜ ଲିଣ୍ଡେ।
ସ୍ଥାନ: ଧର୍ମଶାଳା
ସମୟ: ସନ୍ଧ୍ୟା ୭ଟା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri