Posted inଜାତୀୟ

ଥମୁନି ସିଏଏ, ଏନ୍‌ଆର୍‌ସି ତାତି

ନୂଆଦିଲ୍ଲୀ/କୋଲକାତା, ୧୭ା୧୨(ପି.ଟି.): ଦେଶରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ଉତ୍ତରପୂର୍ବାଞ୍ଚଳ ପରେ ଏହି ଆନ୍ଦୋଳନ ପଶ୍ଚିମବଙ୍ଗ, ଦିଲ୍ଲୀ ପ୍ରଭୃତିରେ ଉଗ୍ର ରୂପ ନେଇଥିବାବେଳେ ଅନ୍ୟ କେତେକ ରାଜ୍ୟକୁ ମଧ୍ୟ ବ୍ୟାପିଲାଣି। ବଞ୍ଚତ୍ଥିବା ଯାଏ ପଶ୍ଚିମବଙ୍ଗରେ ସିଏଏ ଏବଂ ଏନ୍‌ଆର୍‌ସି ଲାଗୁ କରାଇଦେବେନି ବୋଲି କୋଲକାତାରେ ଆୟୋଜିତ ବିଶାଳ ରାଲିରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଜ୍ଞା କରିଛନ୍ତି। ସାହସ ଥିଲେ ତାଙ୍କ ସରକାରକୁ ଭାଙ୍ଗିଦେବା ପାଇଁ ମମତା କେନ୍ଦ୍ରକୁ ଆହ୍ବାନ ଦେଇଛନ୍ତି। ଅପରପକ୍ଷରେ ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଜାମିଆ ମିଲିଆ ଇସ୍‌ଲାମିଆ ସମେତ ଅନ୍ୟ କେତେକ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସମର୍ଥନ ଜଣାଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନେତୃତ୍ୱରେ ଦଳୀୟ ନେତାମାନେ ସୋମବାର ଇଣ୍ଡିଆ ଗେଟ୍‌ ନିକଟରେ ଧାରଣାରେ ବସିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଅହମଦ ପଟେଲ, ଏ.କେ. ଆଣ୍ଟୋନି, ଗୁଲାମ ନବୀ ଆଜାଦ, ରଣଦୀପ ସୁର୍ଜଓ୍ବୋଲା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜାମିଆ ବିଶ୍ୱବି୍ୟାଳୟର ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରିୟଙ୍କା ନିନ୍ଦା କରିବା ସହ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଦେଶର ପରିବେଶ ଖରାପ ହୋଇଗଲାଣି। ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସ ପଶି ଛାତ୍ରୀଛାତ୍ରଙ୍କୁ ମାଡ଼ ମାରୁଛି। ସରକାର ସମ୍ବିଧାନକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। କଂଗ୍ରେସ ଏହା ହେବାକୁ ଦେବନି। ଜାମିଆରେ ପୋଲିସ କାର୍ଯ୍ୟାନୁଷ୍ଠାନ ଭାରତର ଆତ୍ମା ଉପରେ ଆକ୍ରମଣ ବୋଲି ପ୍ରିୟଙ୍କା କହିଥିଲେ।
ବିଶ୍ୱବିଦ୍ୟାଳୟ ନିକଟରେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବାବେଳେ ତାହା ହିଂସାତ୍ମକ ରୂପ ନେଇଥିଲା। ଏଥିରେ ଜାମିଆ ପିଲାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ରବିବାର ପୋଲିସ ଜାମିଆ କ୍ୟାମ୍ପସ୍‌ରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କୁ ତଡ଼ିବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏହାର ତଦନ୍ତ ଦାବିରେ ସାରା ଦେଶରୁ ହଜାର ହଜାର ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରୀଛାତ୍ରଙ୍କ ପ୍ରତି ପୋଲିସର ବର୍ବରତାକୁ କଂଗ୍ରେସ ସମେତ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯିବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ହୋଇଛି। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ପୋଲିସ କିପରି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଏଭଳି କାଣ୍ଡ ଭିଆଇଲା ବୋଲି ଆଜାଦ ପ୍ରଶ୍ନ କରିଛନ୍ତି। ଜାମିଆ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ନେତା ଆଜାଦ, କପିଲ ଶିବଲ, ସିପିଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇର ଡି. ରାଜା, ଆର୍‌ଜେଡି ନେତା ମନୋଜ ଝା, ସମାଜବାଦୀ ପାର୍ଟିର ଜାଭେଦ ଅଲି ଖାନ ଏବଂ ଶରଦ ଯାଦବ ଏକ ଖବରଦାତା ସମ୍ମିଳନୀରେ ନିନ୍ଦା କରିଥିଲେ। ହିଂସା ପଛରେ କଂଗ୍ରେସର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଥିବାବେଳେ ଆଜାଦ ତାହାକୁ ଖଣ୍ଡନ କରିଛନ୍ତି। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ଲାଗି ୟେଚୁରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri