ତ୍ରିପାକ୍ଷିକ ଆଲୋଚନା ପରେ ସଫେଇ କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୩୦।୭-ବାଲେଶ୍ୱର ପୌର ଠିକା ସଫେଇ କର୍ମଚାରୀମାନଙ୍କର ଗତ ୨୫ତାରିଖଠାରୁ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର ସହରରେ ସଫେଇ କାର୍ଯ୍ୟ ସ୍ବାଭାବିକ ଚାଲିଥିବା ଦେଖାଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଅପରାହ୍ନରେ ଜିଲାପାଳଙ୍କ ଡିଭିଜନାଲ୍‌ ଶ୍ରମ କମିଶନର ଘାସିରାମ ଟୁଡୁଙ୍କ ମଧ୍ୟସ୍ଥତାରେ ତ୍ରିପାକ୍ଷିକ ଆଲୋଚନାର ନିଷ୍ପତ୍ତିକ୍ରମେ ଧର୍ମଘଟରେ ସାମିଲ ଥିବା ୩ଶହରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ତ୍ରିପାକ୍ଷିକ ଆଲୋଚନାର ସର୍ତ୍ତ ଅନୁଯାୟୀ ଠିକାଦାର ଗତ ୨୦୧୫ ମସିହାଠାରୁ ଶ୍ରମିକମାନଙ୍କର ଦାଖଲ ହୋଇ ନ ଥିବା ପିଏଫ୍‌ ଏବଂ ଇଏସ୍‌ଆଇ ବାବଦରେ ସମସ୍ତ ଟଙ୍କା ଆସନ୍ତା ୧ ମାସ ମଧ୍ୟରେ ଦାଖଲ କରିବେ। ସମସ୍ତ ଠିକା କର୍ମଚାରୀଙ୍କୁ ବ୍ୟାଙ୍କ ଜରିଆରେ ମାସିକଦେୟ ପ୍ରଦାନ କରାଯିବ। ମାସିକ ମଜୁରି ପ୍ରଦାନ ପୂର୍ବରୁ ଠିକା କର୍ମଚାରୀମାନଙ୍କୁ ମଞ୍ଜୁରୀ ଚିଠା ପ୍ରଦାନ କରାଯିବାକୁ ଉଭୟପକ୍ଷ ସମ୍ମତି ଜଣାଇଛନ୍ତି। ସୋମବାର ଅପରାହ୍ନ ଆଲୋଚନାରେ ପୌରପରିଷଦ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ.ଚିତ୍ରସେନ ରାଉତ, ଇଂ. ପ୍ରଦୀପ ନାୟକ, ଇଏମ୍‌ଆଇ. ମ୍ୟାନେଜର ଅନନ୍ତ କୁମାର ସୋରେନ୍‌, ସଫେଇ କର୍ମଚାରୀଙ୍କ ପ୍ରତିନିଧି ରତ୍ନାକର ବେହେରା, ରାମ ବେହେରା, ରାଜେଶ ନାଏକ, ମୁନା ବେହେରା, ଭଗିରଥ ବେହେରା, ଠିକାଦାର ନାରାୟଣ ଚନ୍ଦ୍ର ଜେନା, ଆଇନଜୀବୀ ଲକ୍ଷ୍ମଣ ବେହେରା, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀ ଓ ଜିଲା ଶ୍ରମ ଅଧିକାରୀ କୁବେର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ବେଆଇନ ଭାବେ କରୁଥିଲେ ଗୋରୁ ଚାଲାଣ, ଅଭିଯୁକ୍ତ ଜିତୁଙ୍କୁ ବାନ୍ଧିଲା…

ଆନନ୍ଦପୁର/ହାଟଡିହୀ,୨୧l୫(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମର ଅମିନ ଜେନାଙ୍କ ପୁଅ ସୁବ୍ରତ କୁମାର ଜେନା (୩୮) ଓରଫ ଜିତୁଙ୍କୁ ଗୁରୁବାର…

ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଝିଅ ଅନ୍ବେଷା ମିଶ୍ର

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଭବାନୀପାଟଣାର ଝିଅ ଅନ୍ବେଷା ମିଶ୍ର(୧୩) ସମ୍ମାନଜନକ ଗ୍ଲାମ ଇଣ୍ଡିଆରେ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ପ୍ରିଟିନ୍ ବର୍ଗରେ…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri