ତୈଳ ଫ୍ୟାକ୍ଟ୍ରି ଆକ୍ରମଣ ପଛରେ ଇରାନ: ପ୍ରମାଣ ଦେଖାଇଲା ସୌଦି ଆରବ

ରିୟାଧ,୧୯ା୯(ଏଏଫ୍‌ପି): ୟେମେନ୍‌ ବିଦ୍ରୋହୀଙ୍କ ଡ୍ରୋନ୍‌ ଆକ୍ରମଣରେ ସୌଦି ଆରବର ଆବକିକ୍‌ସ୍ଥିତ ବିଶ୍ୱର ସର୍ବବୃହତ୍‌ ତୈଳ ପ୍ରକ୍ରିୟାକରଣ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଦେଶର ତୈଳ ଉତ୍ପାଦନ ଓ ରପ୍ତାନି ବହୁଳ ଭାବେ ପ୍ରଭାବିତ ହୋଇଛି। ଏହା ପଛରେ ଇରାନର ହାତ ଥିବା ଉଭୟ ରିୟାଧ ଓ ଓ୍ବାଶିଂଟନ ଦାବି କରୁଥିବାବେଳେ ଅଭିଯୋଗକୁ ତେହେରାନ ଖଣ୍ଡନ କରୁଛି। ଇରାନର ସମ୍ପୃକ୍ତି ନେଇ ବୁଧବାର ସୌଦି ଆରବ ପକ୍ଷରୁ ପ୍ରମାଣ ଦିଆଯାଇଛି। ଆକ୍ରମଣରେ ୧୮ ଡ୍ରୋନ୍‌, ୭ କ୍ରୁଜ୍‌ ମିଶାଇଲ ବ୍ୟବହାର କରାଯାଇଥିଲା। ପ୍ରମାଣ ସ୍ବରୂପ ସେଗୁଡ଼ିକର ଅଂଶବିଶେଷକୁ ପ୍ରଦର୍ଶନ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରୁ ଦୁଇଟି ତୈଳ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରାଯାଇଥିଲା ତାହା ସ୍ପଷ୍ଟ କରିବା ପାଇଁ ତଦନ୍ତ ଚାଲିଛି ବୋଲି ସୌଦି ଆରବ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ତୁର୍କୀ ଅଲ୍‌-ମାଲିକି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଫୋନ୍‌ କରି ଏହାର ଅନ୍ତର୍ଜାତୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଇରାନ ଉପରେ ୪୮ ଘଣ୍ଟା ମଧ୍ୟରେ ନୂଆ କଟକଣା ଜାରି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର...

ଇରାନ ଆକ୍ରମଣ ପରେ ଆକ୍ସନ ମୋଡରେ ଆମେରିକା

ଓ୍ବାଶିଂଟନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆମେରିକା ପରିସ୍ଥିତି ଉପରେ କଡା ନଜର ରଖିଛି। ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ବୈଦେଶିକ...

ଆମ ପାଖରେ ଆଉ କୌଣସି ବାଟ ନ ଥିଲା; ସଫେଇ ଦେଲା ଇରାନ

ତେହରାନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଯାଇଥିଲା। ଏହି ବୈଠକରେ ଇରାନର କୂଟନୀତିଜ୍ଞମାନେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri