Categories: ଖେଳ

ତେନ୍ଦୁଲକର ସ୍ବାର୍ଥ ନିହିତ ମାମଲାରୁ ମୁକ୍ତ

ନୂଆଦିଲ୍ଲୀ, ୨୮ା୫ (ପି.ଟି.)- କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ରେ ରହିବେ ନାହି ବୋଲି ସଚିନ ତେନ୍ଦୁଲକର କହିବା ପରେ ସେ ସ୍ବାର୍ଥ ନିହିତ ମାମଲାରୁ ମୁକ୍ତି ପାଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଜଷ୍ଟିସ ଡି.କେ. ଜୈନ କ୍ରିକେଟ ଆଇକନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ରଦ୍ଦ କରିଦେଇଛନ୍ତି। ତେନ୍ଦୁଲକର କହିଛନ୍ତି ବିସିସିଆଇ ସିଏସି ସଦସ୍ୟ ପଦବୀ ପାଇଁ ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ ସ୍ଥିର କରିବା ପରେ ସେ ଏଥି ସହିତ ସମ୍ପୃକ୍ତ ରିବେ କି ନା ତାହାସ୍ଥିର କରିବେ। ଜୈନ ଯିଏକି ବିସିସିଆଇର ଓମ୍ବୁଡ୍‌ସମ୍ୟାନ ମଧ୍ୟ, ସେ କହିଛନ୍ତି ତେନ୍ଦୁଲକର ତାଙ୍କ ଆଇନ ପରାମର୍ଶଦାତା ଅମିତ ସିବଲଙ୍କ ଜରିଆରେ, ଯାହା କହିଛନ୍ତି, ମାମଲାକୁ ଖାରଜ କରିବାରେ ତାହା ଯଥେଷ୍ଟ।

Share