ତେଣ୍ଡା ଗାଁରେ ବିକାଶ ଅପହଞ୍ଚ

କପ୍ତିପଦା,୨୪ା୮(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ ଥିବା ଏହି ଗାଁକୁ ମୟୂରଭଞ୍ଜର କଳାପାଣି କୁହାଯାଉଛି। ଭୌଗୋଳିକ ଦୃଷ୍ଟିକୋଣରୁ ଗାଁର ପୂର୍ବରେ ଥିବା ଚନ୍ଦନ ନାଳ ବିକାଶର ବାଟ ଓଗାଳୁଛି। ଗାଁକୁ କୌଣସି ବିକଳ୍ପ ରାସ୍ତା ନ ଥିବାରୁ ନାଳରେ ପାଣି ଭର୍ତ୍ତି ହୋଇଗଲେ ଏଠାକାର ଲୋକମାନଙ୍କୁ ଜଳବନ୍ଦୀ ଜୀବନ କାଟିବାକୁ ହୁଏ। ପଞ୍ଚାୟତର ଶ୍ରୀପଦମଞ୍ଜରୀପୁରଠାରୁ ପାଦଚଲା ରାସ୍ତାରେ ୫ କି.ମି. ଗଲେ ପଡ଼େ ଏହି ଦୁର୍ଗମ ଗ୍ରାମ। କଳମଗଡ଼ିଆ ପଞ୍ଚାୟତର ୫ ନଂ. ୱାର୍ଡ଼ର ୩୦ଟି ପରିବାରର ୧୮୪ ଜଣ ଓ ସରଡ଼ିହା ପଞ୍ଚାୟତର ୧୫ଟି ପରିବାରର ୧୨୦ ଜଣ ଏଠାକାର ସ୍ଥାୟୀ ବାସିନ୍ଦା। ବିଶେଷ କରି କୋହ୍ଲ ସମ୍ପ୍ରଦାୟର ଜନସାଧାରଣ ଏଠାରେ ବସବାସ କରୁଛନ୍ତି। ଉକ୍ତ ଅଞ୍ଚଳକୁ ଲାଗି ରହିଛି କେନ୍ଦୁଝର ଜିଲାର ହାଟଡ଼ିହି ବ୍ଲକ୍‌ ଅଧୀନ ମଲ୍ଲୀପୋଷି,ସରମୁଣ୍ଡି, ପିତାନାଉ ଓ ବାଲିପାଳ ଗାଁ। ପଶ୍ଚିମରେ କେନ୍ଦୁଝର ଜିଲାର ହାଟଡ଼ିହି ବ୍ଲକ୍‌, ଉତ୍ତରରେ ବିସ୍ତୃତ ଜଙ୍ଗଲ ରହିଥିବାବେଳେ ଦକ୍ଷିଣ ଦିଗରେ ଗ୍ରାମକୁ ଲାଗି ରହିଛି ଶୁକୁଆପଟା ଗାଁ ଓ ହଦଗଡ଼ ଡ୍ୟାମ। ବନ୍ୟଜନ୍ତୁଙ୍କ ସହିତ ସାଥୀ ହୋଇ ଏହି ପରିବାରଗୁଡ଼ିକ ଜୀବନ ବିତାଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ା
ଗାଁରେ ବିଦ୍ୟାଳୟ ନ ଥିବାରୁ ଅଙ୍ଗନୱାଡ଼ିରୁ ପାଠପଢ଼ା ସରିଲେ ପିଲାଙ୍କ ଶିକ୍ଷାରେ ଡୋରି ବନ୍ଧାହୁଏ। ଚୁଆ, ବିଲ ଓ ନାଳର ପାଣି ଅଦ୍ୟାବଧି ଗାଁ ଲୋକଙ୍କ ଜୀବନ ବଞ୍ଚାଇଛି। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁ ଗୁଣିଗାରେଡ଼ି ଭଳି କୁତ୍ସିତ ମାନସିକତା ଏବେବି ଏଠାରେ ରହିଛି ା କୌଣସି ରୋଗୀଙ୍କୁ ଡାକ୍ତରଖାନା ଆଣିବାକୁ ହେଲେ ସଙ୍ଗୀଭାର ହିଁ ଭରସା। ଯେଉଁଠି ସର୍ବନିମ୍ନ ମୌଳିକ ସୁବିଧା ସ୍ବପ୍ନ, ସେଠି ବିଜୁଳି ଆଲୁଅ କଥା କେବେବି ଚିନ୍ତା କରିନାହାନ୍ତି ଗ୍ରାମବାସୀ। ୨୦୧୨ ମସିହାରେ ଖୋଲାଯାଇଥିବା ଏକ ମିନି ଅଙ୍ଗନୱାଡ଼ି କେନ୍ଦ୍ରର ଘର ନ ଥିବାରୁ ଏକ ପରିତ୍ୟକ୍ତ ପଲାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର। ପାଚିକା ନିଯୁକ୍ତି ହୋଇ ନ ଥିବାରୁ ଶିକ୍ଷୟିତ୍ରୀ ନିଜେ ରାନ୍ଧି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ପୁରୁଷ ପୁରୁଷ ଧରି ଜଙ୍ଗଲ ଜମି ଦଖଲ କରିଥିବା ପରିବାରଙ୍କୁ ମଧ୍ୟ ଏଠାରେ ମିଳିନି ଜଙ୍ଗଲ ଜମି ପଟ୍ଟା। ଫଳରେ ସ୍ଥାୟୀ ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ। ଜଙ୍ଗଲ ଥିଲା ଏମାନଙ୍କର ସବୁକିଛି। ଦିନେ ଜଙ୍ଗଲ ନ ଗଲେ ଘରେ ଚୁଲି ଜଳୁ ନ ଥିଲା। ମାତ୍ର ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା ଲାଗୁ ପରେ ଚିରାଚରିତ ଭାବେ ବଞ୍ଚୁଥିବା ଏହି ପରିବାର ଲୋକଙ୍କ ଆହାର ଉପରେ ପାହାର ପଡ଼ିଛି। ଦନା ଓ ଖଲି ତିଆରି କରି ୧୨ କି.ମି. ଆସି ବିକ୍ରି କଲେ ପରିବାର ମୁହଁକୁ ଦାନା ଯାଉଛି।
ଏହିଳି ଅପହଞ୍ଚ ଇଲାକା ସମ୍ପର୍କରେ ଜାଣି ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ୫ କି.ମି. ବାଟ ହୁଡି ପାହାଡ ରାସ୍ତାରେ ପାଦରେ ଚାଲିଚାଲି ସେଠାରେ ପହଞ୍ଚିଥିଲେ। ତାଙ୍କ ସହିତ ଆଇଟିଡ଼ିଏ ପିଏ ବିଧାନ ଚନ୍ଦ୍ର ରାୟ, ସହକାରୀ ଯନ୍ତ୍ରୀ, ୪ ନଂ.ଜିଲା ପରିଷଦ ସଦସ୍ୟା ଟିକିମଣି ନାୟକ ଓ ପୂର୍ବତନ ସରପଞ୍ଚ ମାର୍କଣ୍ଡ ହେମ୍ବ୍ରମ ପ୍ରମୁଖ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଅଧ୍ୟକ୍ଷା ଗାଁ ଲୋକଙ୍କଠାରୁ ସେମାନଙ୍କ ସମସ୍ୟା ଶୁଣିବା ପରେ ଗାଁର ବିକାଶ ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ଜିଲା ପରିଷଦ ଅଧ୍ୟକ୍ଷା କୁହନ୍ତି, ରାଜ୍ୟ ସରକାର ବିକାଶର ନାରା ଦେଉଥିବାବେଳେ ସ୍ବାଧୀନତାର ୭୩ବର୍ଷ ପରେ ଲୋକମାନେ ପଶୁ ଭଳି ଜୀବନ ବିତାଇବା ପରିତାପର ବିଷୟ, ଖୁବଶୀଘ୍ର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି ା ପିଏଆଇଟିଡ଼ିଏ ବିଧାନ ଚନ୍ଦ୍ର ରାୟ ଗାଁକୁ ବିକଳ୍ପ ରାସ୍ତା ଖୋଲାଯାଇ ପାରିଲେ ଗ୍ରାମର ବିକାଶ ହୋଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri