ତୁର୍କୀ ଫୁଟ୍‌ବଲ ଆଇକନ୍‌ ଟରିମ୍‌ କରୋନା ଭାଇରସ୍‌ରେ ସଂକ୍ରମିତ

ଇସ୍ତାନବୁଲ୍‌, ୨୪ା୩ (ଏଏଫ୍‌ପି)-ତୁର୍କୀ ଫୁଟ୍‌ବଲ ଆଇକନ୍‌ ଟରିମ୍‌ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ଇସ୍ତାନବୁଲ୍‌ର ବଡ଼ ଫୁଟ୍‌ବଲ କ୍ଲବ ଗାଲାଟାସାରେର ମ୍ୟାନେଜର ଅଛନ୍ତି। ମଙ୍ଗଳବାର କୋଭିଡ୍‌-୧୯ ପାଇଁ ହୋଇଥିବା ଟେଷ୍ଟରେ ଟରିମ୍‌ଙ୍କର ପଜିଟିଭ ଆସିଥିଲା। ତାଙ୍କୁ ହ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଆଶା ପ୍ରକାଶ କରି କହିଛନ୍ତି। ୬୬ ବର୍ଷୀୟ ଟରିମ୍‌ ‘ଏମ୍ପରର୍‌’ ନାମରେ ପରିଚିତ। ଗାଲାଟାସାରେର ସେ ୩ଟି ପର୍ଯ୍ୟାୟ (୧୯୯୬-୨୦୦୦, ୨୦୦୨-୨୦୦୪ ଓ ୨୦୧୧-୨୦୧୩ କୋଚ୍‌ ରହି ଆସିଛନ୍ତି। ସେ ୨୦୧୭ ଡିସେମ୍ବରରେ ଚତୁର୍ଥ ଥର ପାଇଁ ଦାୟିତ୍ୱ ନେଇଛନ୍ତି। ତୁର୍କୀରେ ୧,୫୨୯ଜଣ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି। ୩୭ ଜଣ ଲୋକ ଇତିମଧ୍ୟରେ ପ୍ରାଣ ହରାଇ ସାରିଲେଣି।

Share