ତିର୍ତ୍ତୋଲ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ଜୀବିତଙ୍କୁ ମୃତ ଦର୍ଶାଇ ସହାୟତା ରାଶି ଚଳୁ

ଜଗତ୍‌ସିଂହପୁର ଅଫିସ୍‌,୧୯ା୨: ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେଉଛନ୍ତି। ମାତ୍ର ଏହି ରାଶି ଆତ୍ମସାତ କରିବାକୁ ଅନେକ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧି ପଛାଉନାହାନ୍ତି; ଯାହାକି ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତରେ ହୋଇଛି। ଦୁଃଖର କଥା ହେଲା ଜଡ଼ତିରାର ଶେଷଦେବ ନାଥଶର୍ମା ଯେତେବେଳେ ଜୀବିତ ଥିଲେ ସେତେବଳେ ତାଙ୍କୁ ମୃତ ଦର୍ଶାଯାଇ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ହଜାର ଟଙ୍କା ଆତ୍ମସାତ କରି ଦିଆଯାଇଛି। ତାଙ୍କ ମୃତ୍ୟୁ ପରେ ଏହା ଜଣାପଡିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ବଡ କଥା ହେଲା ତାଙ୍କ ପୁଅ ଶୁଭ୍ରଜିତ ନାବାଳକ ଥିଲାବେଳେ ତାଙ୍କୁ ବିବାହିତ ଦର୍ଶାଯିବା ସହ ତାଙ୍କ ସ୍ତ୍ରୀଙ୍କ ନାମ ଜ୍ୟୋତ୍ସ୍ନା ଦର୍ଶାଯାଇଛି। ହରିଶ୍ଚନ୍ଦ୍ର ଯୋଜନାରେ ବୋହୂ ଜ୍ୟୋତ୍ସ୍ନାଙ୍କୁ ଏହି ସହାୟତା ରାଶି ଦିଆଯାଇଥିବା ଉଲ୍ଲେଖ ଅଛି। ଅନୁରୂପ ଭାବେ ଅନେକ ଗରିବ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ସହାୟତା ପାଇବା ପାଇଁ ଆବେଦନ କରାଯାଇଥିଲେ ସୁଦ୍ଧା ଦିଆଯାଉନି। ଏହି ପଞ୍ଚାୟତର ପାଖାପାଖି ୬୦ ଜଣଙ୍କ ନାମରେ ମିଥ୍ୟା ଦସ୍ତଖତ ବଳରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଆଦି ପାଇଁ ୫-ଟି ଓ ମୋ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ତିର୍ତ୍ତୋଲ ବ୍ଲକ ସମେତ ଜଗତ୍‌ସିଂହପୁର ଜିଲାର ଅନ୍ୟ ଅଞ୍ଚଳରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ରାଜନେତାଙ୍କ ଦୁର୍ନୀତି ଉପରେ ଆଶାନୁରୂପ ଅଙ୍କୁଶ ଲାଗି ପାରୁନାହିଁ, ଯାହାକି ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୭ା୧ା୧୯ରେ ଜଡ଼ତିରାର ଶେଷଦେବ ନାଥଶର୍ମାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପ୍ରମାଣପତ୍ର ୨୦ା୨ା୧୯ରେ ଦିଆଯାଇଥିଲା। କିନ୍ତୁ ୧୫ା୯ା୧୮ରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଯାଇ ପଞ୍ଚାୟତ ତରଫରୁ ୨ହଜାର ଟଙ୍କାର ଭାଉଚର କରାଯାଇଥିଲା। ଶେଷଦେବଙ୍କ ପୁଅ ଶୁଭ୍ରଜିତ ନାବାଳକ ଥିଲାବେଳେ ତାଙ୍କୁ ବିବାହିତ ଦର୍ଶାଯାଇଥିଲା। ଯେତେବେଳେ ଶେଷଦେବଙ୍କ ମୃତ୍ୟୁ ହେଲା ଏବଂ ପରିବାର ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବା ପାଇଁ ଆବେଦନ କରିଥିଲେ ସେତେବେଳେ ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ କିଛି ଶୁଣି ନ ଥିଲେ। ପରବର୍ତ୍ତୀ ସମୟରେ ଜଣାଯାଇଥିଲା ଯେ, ଶେଷଦେବ ଜୀବିତ ଥିବାବେଳେ ମୃତ ଦର୍ଶାଯାଇ ସହାୟତା ରାଶି ଚଳୁ କରି ଦିଆଯାଇଛି। ଅନୁରୂପ ଭାବେ ପଞ୍ଚାୟତରେ ଅନେକ ଲୋକଙ୍କ ନାଁରେ ମିଥ୍ୟା ଦସ୍ତଖତ ବଳରେ ସହାୟତା ଚଳୁ କରି ଦିଆଯାଇଛି। ସେମାନଙ୍କ ମଧ୍ୟରେ ନିୟତି ନାଥଶର୍ମା ଅନ୍ୟତମ। ମୃତ୍ୟୁ ପୂର୍ବରୁ ତାଙ୍କ ନାମରେ ହରିଶ୍ଚନ୍ଦ୍ର ସହାୟତା ଆତ୍ମସାତ କରାଯାଇଛି। ସେହିପରି ବଟ ସୁତାର, କୃଷ୍ଣଚନ୍ଦ୍ର ସୁତାର, ରଞ୍ଜନ ନାଥ ଓ ରବୀନ୍ଦ୍ର ଦାଶ ପ୍ରମୁଖଙ୍କ ମୃତ୍ୟୁ ପାଖାପାଖି ୧ ବର୍ଷ ପୂର୍ବରୁ ହୋଇଛି। ସେମାନଙ୍କ ପରିବାରକୁ ସହାୟତା ଦିଆ ନ ଯାଇ ଜାଲ୍‌ ଦସ୍ତଖତ ବଳରେ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏପରି କି ଜଣେ କି ଦୁଇଜଣ ନୁହେଁ ପଞ୍ଚାୟତର ୬୦ରୁ ଅଧିକ ଲୋକଙ୍କ ନାମରେ ସହାୟତା ରାଶି ହଡପ ହୋଇଥିବା ଶୁଭ୍ରଜିତ ନାଥଶର୍ମା, ଆଶିଷ ଶର୍ମା ଓ ବଇନ ଓଝା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତିର୍ତ୍ତୋଲ ବିଡିଓ ରମେଶ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?