ତିର୍ତ୍ତୋଲ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ଜୀବିତଙ୍କୁ ମୃତ ଦର୍ଶାଇ ସହାୟତା ରାଶି ଚଳୁ

ଜଗତ୍‌ସିଂହପୁର ଅଫିସ୍‌,୧୯ା୨: ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେଉଛନ୍ତି। ମାତ୍ର ଏହି ରାଶି ଆତ୍ମସାତ କରିବାକୁ ଅନେକ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧି ପଛାଉନାହାନ୍ତି; ଯାହାକି ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତରେ ହୋଇଛି। ଦୁଃଖର କଥା ହେଲା ଜଡ଼ତିରାର ଶେଷଦେବ ନାଥଶର୍ମା ଯେତେବେଳେ ଜୀବିତ ଥିଲେ ସେତେବଳେ ତାଙ୍କୁ ମୃତ ଦର୍ଶାଯାଇ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ହଜାର ଟଙ୍କା ଆତ୍ମସାତ କରି ଦିଆଯାଇଛି। ତାଙ୍କ ମୃତ୍ୟୁ ପରେ ଏହା ଜଣାପଡିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ବଡ କଥା ହେଲା ତାଙ୍କ ପୁଅ ଶୁଭ୍ରଜିତ ନାବାଳକ ଥିଲାବେଳେ ତାଙ୍କୁ ବିବାହିତ ଦର୍ଶାଯିବା ସହ ତାଙ୍କ ସ୍ତ୍ରୀଙ୍କ ନାମ ଜ୍ୟୋତ୍ସ୍ନା ଦର୍ଶାଯାଇଛି। ହରିଶ୍ଚନ୍ଦ୍ର ଯୋଜନାରେ ବୋହୂ ଜ୍ୟୋତ୍ସ୍ନାଙ୍କୁ ଏହି ସହାୟତା ରାଶି ଦିଆଯାଇଥିବା ଉଲ୍ଲେଖ ଅଛି। ଅନୁରୂପ ଭାବେ ଅନେକ ଗରିବ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ସହାୟତା ପାଇବା ପାଇଁ ଆବେଦନ କରାଯାଇଥିଲେ ସୁଦ୍ଧା ଦିଆଯାଉନି। ଏହି ପଞ୍ଚାୟତର ପାଖାପାଖି ୬୦ ଜଣଙ୍କ ନାମରେ ମିଥ୍ୟା ଦସ୍ତଖତ ବଳରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଆଦି ପାଇଁ ୫-ଟି ଓ ମୋ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ତିର୍ତ୍ତୋଲ ବ୍ଲକ ସମେତ ଜଗତ୍‌ସିଂହପୁର ଜିଲାର ଅନ୍ୟ ଅଞ୍ଚଳରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ରାଜନେତାଙ୍କ ଦୁର୍ନୀତି ଉପରେ ଆଶାନୁରୂପ ଅଙ୍କୁଶ ଲାଗି ପାରୁନାହିଁ, ଯାହାକି ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୭ା୧ା୧୯ରେ ଜଡ଼ତିରାର ଶେଷଦେବ ନାଥଶର୍ମାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପ୍ରମାଣପତ୍ର ୨୦ା୨ା୧୯ରେ ଦିଆଯାଇଥିଲା। କିନ୍ତୁ ୧୫ା୯ା୧୮ରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଯାଇ ପଞ୍ଚାୟତ ତରଫରୁ ୨ହଜାର ଟଙ୍କାର ଭାଉଚର କରାଯାଇଥିଲା। ଶେଷଦେବଙ୍କ ପୁଅ ଶୁଭ୍ରଜିତ ନାବାଳକ ଥିଲାବେଳେ ତାଙ୍କୁ ବିବାହିତ ଦର୍ଶାଯାଇଥିଲା। ଯେତେବେଳେ ଶେଷଦେବଙ୍କ ମୃତ୍ୟୁ ହେଲା ଏବଂ ପରିବାର ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବା ପାଇଁ ଆବେଦନ କରିଥିଲେ ସେତେବେଳେ ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ କିଛି ଶୁଣି ନ ଥିଲେ। ପରବର୍ତ୍ତୀ ସମୟରେ ଜଣାଯାଇଥିଲା ଯେ, ଶେଷଦେବ ଜୀବିତ ଥିବାବେଳେ ମୃତ ଦର୍ଶାଯାଇ ସହାୟତା ରାଶି ଚଳୁ କରି ଦିଆଯାଇଛି। ଅନୁରୂପ ଭାବେ ପଞ୍ଚାୟତରେ ଅନେକ ଲୋକଙ୍କ ନାଁରେ ମିଥ୍ୟା ଦସ୍ତଖତ ବଳରେ ସହାୟତା ଚଳୁ କରି ଦିଆଯାଇଛି। ସେମାନଙ୍କ ମଧ୍ୟରେ ନିୟତି ନାଥଶର୍ମା ଅନ୍ୟତମ। ମୃତ୍ୟୁ ପୂର୍ବରୁ ତାଙ୍କ ନାମରେ ହରିଶ୍ଚନ୍ଦ୍ର ସହାୟତା ଆତ୍ମସାତ କରାଯାଇଛି। ସେହିପରି ବଟ ସୁତାର, କୃଷ୍ଣଚନ୍ଦ୍ର ସୁତାର, ରଞ୍ଜନ ନାଥ ଓ ରବୀନ୍ଦ୍ର ଦାଶ ପ୍ରମୁଖଙ୍କ ମୃତ୍ୟୁ ପାଖାପାଖି ୧ ବର୍ଷ ପୂର୍ବରୁ ହୋଇଛି। ସେମାନଙ୍କ ପରିବାରକୁ ସହାୟତା ଦିଆ ନ ଯାଇ ଜାଲ୍‌ ଦସ୍ତଖତ ବଳରେ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏପରି କି ଜଣେ କି ଦୁଇଜଣ ନୁହେଁ ପଞ୍ଚାୟତର ୬୦ରୁ ଅଧିକ ଲୋକଙ୍କ ନାମରେ ସହାୟତା ରାଶି ହଡପ ହୋଇଥିବା ଶୁଭ୍ରଜିତ ନାଥଶର୍ମା, ଆଶିଷ ଶର୍ମା ଓ ବଇନ ଓଝା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତିର୍ତ୍ତୋଲ ବିଡିଓ ରମେଶ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri