ତିନି ଭାଗରୁ ଭାଗେ

ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀର ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହା ପ୍ରତିଷ୍ଠା ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖୁଥିଲେ ଏହି ବିଶ୍ୱବିଦ୍ୟାଳୟ ତାହାକୁ ଆଗକୁ ନେବ। ଏମିତି ପରିକଳ୍ପନା କରାଯାଇ ୨୦୧୮ ଅକ୍ଟୋବର ୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ସମସ୍ତେ ତାଙ୍କ ଭାଷଣରେ ସତ୍ୟବାଦୀକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସତ୍ୟବାଦୀ ଲୋକେ ମଧ୍ୟ ଏଭଳି ଯୋଜନାକୁ ନେଇ ବେଶ୍‌ ଖୁସି ହୋଇଯାଇଥିଲେ। ଖୁବ୍‌ଶୀଘ୍ର ପଞ୍ଚସଖାଙ୍କ କର୍ମପୀଠରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଦଣ୍ଡାୟମାନ ହେବ ଏବଂ ତାଙ୍କ ଅଞ୍ଚଳର ଖ୍ୟାତି ପ୍ରତିଭାତ ହେବ ବୋଲି ଆଶା କରିଥିଲେ। ହେଲେ ଦିନ ପରେ ଦିନ ଗଡ଼ିଲା, କିନ୍ତୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଇଟା ଖଣ୍ଡିଏ ଯୋଡେଇ ହୋଇପାରିଲା ନାହିଁ। ବରଂ ଜମି ବିବାଦରେ ଛନ୍ଦି ହୋଇଗଲା ଏହି ପ୍ରକଳ୍ପ। ସେତେବେଳେ ଘୋଷଣା ହୋଇଥିଲା ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହା ପ୍ରତିଷ୍ଠା ହେବ। ଏଥିପାଇଁ ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୮ ଏକର ୭୪ ଡେସିମିଲ ଜମି ପ୍ରଥମରୁ ଚିହ୍ନଟ ହୋଇଥିଲା। ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବାରୁ ରାଜ୍ୟ ସରକାର ଏହି ଜମି କିଣିବାକୁ ଦେବୋତ୍ତର କମିଶନରଙ୍କୁ ଆବେଦନ କଲେ। ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡ଼ିତ ବକୁଳବନକୁ ସଂରକ୍ଷିତ ରଖିବାକୁ ସତ୍ୟବାଦୀର ଅଧିବାସୀମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜନସାଧାରଣଙ୍କ ଅନୁରୋଧକୁ ରକ୍ଷା କରି ଏଥିରୁ ବକୁଳବନକୁ ବାଦ୍‌ ଦେଇ ୯ ଏକର ୬୦ ଡେସିମିଲ ଜମି କିଣିଛନ୍ତି ସରକାର। ଏହି ଜମିରେ ବିଶ୍ୱବିଦ୍ୟାଳୟ ତିଆରି କରାଯିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ଆରମ୍ଭରୁ ୨୮ଏକର ୭୪ ଡେସିମିଲ ଜମି ଚିହ୍ନଟ ହେବା ଏବଂ ଶିଳାନ୍ୟାସର ଠିକ୍‌ ବର୍ଷକ ପରେ ବିଶ୍ୱବିଦ୍ୟାଳୟ ପାଇଁ ୯ ଏକର ୬୦ ଡେସିମିଲ ଜମି କିଣାଯାଇଥିବାରୁ ଏହାର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ତିନିଭାଗରୁ ଭାଗେ ଜମିରେ କେବେ ବିଶ୍ୱବିଦ୍ୟାଳୟ ଠିଆ ହେବ ତାହାକୁ ଏବେ ଚାହିଁ ରହିଛନ୍ତି ଓଡ଼ିଆ ଭାଷାପ୍ରେମୀ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ

ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…

ବଜାରକୁ ଯାଉଥିବା ନାବାଳିକାକୁ ଅପହରଣ କରି ଅମାନୁଷିକ ନିର୍ଯାତନା: ଆନନ୍ଦପୁର SDPOଙ୍କ ହସ୍ତକ୍ଷେପ ପରେ କୋର୍ଟ ଗଲା ଅଭିଯୁକ୍ତ

ଆନନ୍ଦପୁର/ହାଟଡିହୀ,୧୧।୧୧(ଶ୍ରୀଧର ମହାରଣା / ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ଦୃଢ଼ ହସ୍ତକ୍ଷେପ ପରେ ରାମଚନ୍ଦ୍ରପୁର ପୋଲିସ…

ICCର ଟେଷ୍ଟ ରାଙ୍କିଂ ଜାରି; ଟପ୍‌-୧୦ରେ ୨ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍‌ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍‌-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ: ଥାନା ଗାଡ଼ିରେ ମୃତଦେହ ବୋହିଲେ IIC, ପ୍ରଶଂସା କଲେ…

ଆନନ୍ଦପୁର,୧୧।୧୧(ଶୁଭକାନ୍ତ ନାୟକ): ପୋଲିସ କେବଳ ଲାଠି ଓ ଆଇନର ଭୟ ଦେଖାଏ ନାହିଁ, ବରଂ ପୋଲିସ ଭିତରେ ବି ମଣିଷପଣିଆ ଓ ମାନବିକତା ଅଛି— ଏହାର ଏକ…

ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ! ସ୍ୱଚ୍ଛ ଉପକୂଳ ସହର ବର୍ଗରେ…

ଭୁବନେଶ୍ୱର,୧୧ା୧୧: ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ଓଡ଼ିଶା ।…

ଅଦାଲତଙ୍କ କଡ଼ା ଆଭିମୁଖ୍ୟ: ପୋଲିସ ଉପରେ ଆକ୍ରମଣକାରୀଙ୍କୁ ୩ ବର୍ଷ ଓ ନାବାଳିକା ନିର୍ଯାତନା ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଦୁଇଟି ପୃଥକ୍ ମାମଲାରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଜେଲ୍…

ଦିଗପହଣ୍ଡି ପୋଲିସକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ୍ ରାଜୀବ ଗିରଫ: ଫେରାର ହେବାର ୧ ବର୍ଷ ପରେ ଗଲେ…

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ୧ ବର୍ଷ ହେବ ଫେରାର ଥିବା ଦିଗପହଣ୍ଡି ଥାନାର ମୋଷ୍ଟ…

ସୋନିଆଙ୍କ ସହ ଐଶ୍ୱର୍ଯ୍ୟାଙ୍କ ୩୨ ବର୍ଷ ପୁରୁଣା ଭିଡିଓ ଭାଇରାଲ୍‌, ହାତରେ ଫୁଲ ଧରି କରିଥିଲେ….

ନୂଆଦିଲ୍ଲୀ,୧୧।୧୧: ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ସୋନିଆଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?