ଢେଙ୍କାନାଳ ଅଫିସ, ୨୯।୫ – ଢେଙ୍କାନାଳ ଜିଲାରେ ଲକ୍ଡାଉନ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ମଦ କାରବାର ଚାଲିଛି। ଦୋକାନ ଆଗପଟେ ଶଟର ପକାଇ ପଛପଟେ ବେପାର କରୁଛନ୍ତି ବ୍ୟବସାୟୀ। ଅନ୍ଲାଇନ୍ ପରିବର୍ତ୍ତେ ଅଫ୍ଲାଇନ୍ରେ ଏପରି କାରବାର ଚଳାଇଥିବା ଅଭିଯୋଗ ହୋଇଛି। କେତେଜଣ ବୁଦ୍ଧିଜୀବୀ ଏ ନେଇ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଘଟଣା ପ୍ରଘଟ ହେବା ପରେ ଗୁରୁବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାରେ ୩୯ ଅଫ୍ଶପ୍, ୮ ବାର ଏବଂ ପାର୍ଲର ରହିଛି। ଅନ୍ଲାଇନରେ ବିକ୍ରି ପାଇଁ ୨୩ ଅନଶପ୍ ଏବଂ ୭ଟି ବାରକୁ ଅନୁମତି ମିଳିଛି। ତେବେ କେତେକ ବ୍ୟବସାୟୀ ଦୋକାନ ପଛପଟେ ଅଫ୍ଲାଇନ୍ରେ ବ୍ୟବସାୟ କରୁଛନ୍ତି। ସୂଚନା ଥିବା ସତ୍ତ୍ୱେ ଅବକାରୀ ବିଭାଗ ଅଧିକାରୀ ଏହାକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଥିଲେ। ଏ ସମ୍ପର୍କରେ ସୂଚନା ପାଇ ଜିଲାପାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଏପରି ବେଆଇନ କାରବାରକୁ ପ୍ରଶ୍ରୟ ନ ଦେବାକୁ ଅବକାରୀ ଅଧୀକ୍ଷକଙ୍କୁ ତାଗିଦ କରିଥିଲେ। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଅବକାରୀ ବିଭାଗ ଏବଂ ମଦ ବ୍ୟବସାୟୀଙ୍କ ମଧ୍ୟରେ ସଲାସୁତରାରେ ଏପରି କାର୍ଯ୍ୟ ଚାଲିଥିବା ସହରରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ କୁହନ୍ତି, ମଦବିକ୍ରି ଆରମ୍ଭ ହେବାର ୩ ଦିନ ମଧ୍ୟରେ ୨,୧୪୬ ଅର୍ଡର ମିଳିଥିଲା। ତଦନୁଯାୟୀ ୨,୪୩୦ ଲିଟର ବିଦେଶୀ ଏବଂ ୨୩୩୦ ଲିଟର ବିଅର ବିକ୍ରି ହୋଇଛି। କେତେକ ସ୍ଥାନରେ ଅନ୍ଲାଇନ ଅର୍ଡରରେ ହୋମ ଡେଲିଭରି ଦେବାକୁ ଯାଉଥିବା ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରାଯାଇ ମଦ ଛଡାଇ ନିଆଯାଇଥିବା ନଜରକୁ ଆସିଛି। ଏହାକୁ ନେଇ ମଦ ବ୍ୟବସାୟୀମାନେ ଭୟଭୀତ ଥିବା ସେ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…
ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…
ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…
ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…
ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା
ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…
ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…
ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି
ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…
ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

