Posted inଖେଳ

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ ସମୟକ୍ରମେ ଡିଫେଣ୍ଡର ବନିଯାଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁର ରାଜଧାନୀ ଇମ୍ପାଲରେ ଜନ୍ମିତ ମହିଳା ଫୁଟବଲର ଲୋଇଟୋଙ୍ଗ୍‌ବାମ୍‌ ଆଶାଲତା ଦେବୀ ଏବେ ଏକ ପରିଚିତ ନାମ। ମାତ୍ର ୭ ବର୍ଷ ବୟସରେ ସେ ପିତାଙ୍କ ସହିତ ଫୁଟବଲ ସମ୍ପର୍କରେ ଆଲୋଚନ କରିଥିଲେ। ପ୍ରଥମେ ଜଣେ ସଫଳ ଗୋଲ କିପର ହେବାକୁ ଚାହୁଁଥିବା ଆଶାଲତା ଶେଷରେ ଜଣେ ସଫଳ ଡିଫେଣ୍ଡର ଭାବେ ପରିଚୟ ପାଇଛନ୍ତି। ସେ ଫୁଟବଲ ନ ଖେଳି ପାଠ ପଢନ୍ତୁ ବୋଲି ତାଙ୍କ ମା’ ଚାହୁଁଥିଲେ। ବଲ୍‌ କିକ୍‌ ମାରିବାରେ ସେ ନିଜରକୁ ରୋକିପାରି ନ ଥିଲେ। ଫଳରେ ସେ ଗୋଲକିପର ହୋଇପାରି ନ ଥିଲେ। ୧୭ ବର୍ଷରୁ କମ୍‌ ଜାତୀୟ ଦଳରେ ସ୍ଥାନ ନ ପାଇବା ପର୍ଯ୍ୟନ୍ତ ତାଙ୍କୁ ଅବଶ୍ୟ ଗାଳିଗୁଲଜ ଶୁଣିବାକୁ ମିଳୁଥିଲା। ଭାରତୀୟ ସିନିୟର ଫୁଟବଲ ଦଳର ଅଧିନାୟିକା ଆଶାଲତା ଏବେ ଏକ ବଡ଼ ସମ୍ମାନର ଅଧିକାରୀ ହୋଇଛନ୍ତି। ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ପ୍ଲେୟାର ଅଫ୍‌ ଇୟର ପୁରସ୍କାର ପାଇଁ ସେ ନୋମିନେଟ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ପୁରୁଷ କିମ୍ବା ମହିଳା ଖେଳାଳି ଭାବେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହା ଭାରତୀୟ ଫୁଟବଲ ପାଇଁ ଏକ ଗୌରବର ବିଷୟ । ଏହି ପୁରସ୍କାର ଦୌଡ଼ରେ ଆଶାଲତାଙ୍କୁ ବାଦ୍‌ ଦେଲେ ଚାଇନାର ଲି ୟିଙ୍ଗ୍‌, ଜାପାନର ମିଡ୍‌ଫିଲ୍ଡର ସାକି କୁମାଗାଇ ସାମିଲ ରହିଛନ୍ତି।
ଆଶାଲତା ସେଥୁ ଏଫ୍‌ସିର ନେତୃତ୍ୱ ନେଇଥିଲେ ଓ ଦଳକୁ ଆଇ- ଲିଗ୍‌ ଚାମ୍ପିୟନ କରାଇଥିଲେ। କେବଳ ସେତିକି ନୁହଁ ତାଙ୍କ ନେତୃତ୍ୱରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ମଧ୍ୟ ହାସଲ କରିଥିଲା। ପୁଣି ଏଏଫ୍‌ସି ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ତାଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲା। ୨୬ ବର୍ଷୀୟା ଆଶାଲତା ବିଦ୍ୟାଳୟସ୍ତରରେ ପ୍ରଥମେ ଫୁଟବଲ ଖେଳିଥିଲେ। ୧୩- ୧୪ ବର୍ଷରେ ସେ ଶୁଟ୍‌ଆଉଟ୍‌ରେ ପେନାଲ୍ଟି ଗୋଲ ସ୍କୋର କରିଥିଲେ ଓ ଏହାକୁ ବେଶ୍‌ ଉପଭୋଗ କରିଥିଲେ। ୨୦୦୮ରେ ଗ୍ବାଲିୟରରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ କ୍ୟାମ୍ପରେ ଯୋଗ ଦେବା ପରେ ସେ ପଛକୁ ଫେରିଚାହିଁନାହାନ୍ତି। ଏହି ବର୍ଷ ସେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ୨୦୧୩ରେ ବାପାଙ୍କ ଦେହାନ୍ତ ପରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେତେବେଳେ ମା, ୪ ଭଉଣୀ ଓ ଜଣେ ଭାଇଙ୍କୁ ନେଇ ଘର ଚଳାଇବା ଭାରି କଷ୍ଟଥିଲା। ସେ ଦିଲ୍ଲୀ ଆସି ଏକ ମର୍ଡନ ସ୍କୁଲ୍‌ରେ ଛୋଟ ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ଏହାପରେ ସେ ରେଲଓ୍ବେରେ ଚାକିରି କରିଥିଲେ। ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସୁସ୍ଥ ହୋଇ ୨୦୧୫ରେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇଥିଲେ। ଡିସେମ୍ବର ୨ ତାରିଖରେ ହଂକଂରେ ଏଏଫ୍‌ସି ବାର୍ଷିକ ପୁରସ୍କାର ଘୋଷଣା କରାଯିବ। ଅବଶ୍ୟ ଆଶାଲତା ସେତେବେଳେ କାଠମାଣ୍ଡୁରେ ସାଫ୍‌ ଗେମ୍ସ ଖେଳୁଥିବେ। ଆଶାଲତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri