ତାମଡା ପକ୍ଷରୁ ଜିଲାପାଳଙ୍କୁ ଦିଆଗଲା ରିପୋର୍ଟ

ଅନୁଗୋଳ ସହର, ୪।୨

ଅନୁଗୋଳ ସହର ହୁଲୁରିସିଂହାଠାରେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟକୁ ନେଇ ଅଭିଯୋଗ ଆସିବା ପରେ ତାଳଚେର-ଅନୁଗୋଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ପକ୍ଷରୁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଗତ ଜାନୁୟାରୀ ୧୪ରେ ଉକ୍ତ ଅଭିଯୋଗର ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଥିଲା। କିନ୍ତୁ ତାମଡା ପକ୍ଷରୁ ୨୦ ଦିନ ପରେ ସୋମବାର ରିପୋର୍ଟ ଦିଆଯାଇଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉକ୍ତ ରିପୋର୍ଟରେ ତାମଡା ପକ୍ଷରୁ ଦର୍ଶାଯାଇଛି ଯେ, ଆପାର୍ଟମେଣ୍ଟରେ କାର୍ଯ୍ୟ କରିବା ପାଇଁ ଅନୁମତି ୨୦୧୫ ଜୁନ ୧ରୁ ଶେଷ ହୋଇଯାଇଛି। ଉକ୍ତ ଘରୋଇ ସଂସ୍ଥା କର୍ତ୍ତୃପକ୍ଷ ଆପାର୍ଟମେଣ୍ଟର ବି ଓ ସି ବ୍ଲକ କାର୍ଯ୍ୟ ସାରି ଲୋକମାନଙ୍କୁ ରହିବା ପାଇଁ ଦେଇଥିବାବେଳେ ଏହି ବ୍ଲକ କାର୍ଯ୍ୟ କରି ନ ଥିଲେ। ନୂତନ ନିର୍ମାଣ ପାଇଁ କୌଣସି ଅନୁମତି ମଧ୍ୟ ନେଇ ନ ଥିଲେ। ଫଳରେ ଅର୍ଡର ଅଣ୍ଡର ସବ୍‌ସେକ୍ସନ୍‌ (ଆଇ) ଅଫ୍‌ ସେକ୍ସନ ୯୨ ଅଫ୍‌ ଦି ଓଡ଼ିଶା ଡେଭଲପମେଣ୍ଟ ଅଥରଟି ଆକ୍ଟ ୧୯୯୨ ଅନୁଯାୟୀ କାର୍ଯ୍ୟ ବନ୍ଦ କରିବାକୁ ଡିସେମ୍ବର ୨୭ରେ ନୋଟିସ୍‌ ଦିଆଯାଇଥିଲା। ସେହିପରି ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୧ ଅଫ୍‌ ଦି ଓଡ଼ିଶା ଡେଭେଲପମେଣ୍ଟ ଅଥରଟି ଆକ୍ଟ ୧୯୮୨ ଅନୁଯାୟୀ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। କିନ୍ତୁ ଉକ୍ତ ଦୁଇଟି ନୋଟିସ୍‌କୁ ଆପାର୍ଟମେଣ୍ଟର ଡାଇରେକ୍ଟର ଖାତିର କରି ନ ଥିବାରୁ ଏ ନେଇ ତାମଡା ପକ୍ଷରୁ ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୨(୨) ଅଫ୍‌ ଦି ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରଟି ଆକ୍ଟ ୧୯୮୨ ଅନୁଯାୟୀ ଅନୁଗୋଳ ଥାନାରେ ଏକ ମାମଲା ରୁଜୁ କରାଯିବା ପାଇଁ ଆବେଦନ କରାଯିବ। ଆପାର୍ଟମେଣ୍ଟ ପକ୍ଷରୁ କୌଣସି ପ୍ଲାନ୍‌ ଏଷ୍ଟିମେଣ୍ଟ ତାମଡାରେ ଦିଆଯାଇ ନ ଥିବାବେଳେ ଅଭିଯୋଗ ପରେ ଜାନୁୟାରୀ ୨୨ରେ ଆପାର୍ଟମେଣ୍ଟର ଡାଇରେକ୍ଟର ପ୍ଲାନ ଆପ୍ରୁଭାଲ ପାଇଁ ୩୯,୭୭୦ ଟଙ୍କା ଚେକ୍‌ ମାଧ୍ୟମରେ ଜମା କରିଛନ୍ତି। ଏ ସମ୍ପର୍କରେ ତାମଡା ପ୍ଲାନିଂ ବିଭାଗର ନାରାୟଣ ସାହୁ କହିଛନ୍ତି, ଜାନୁୟାରୀ ୨୨ରେ ଆପ୍ରୁଭାଲ ପାଇଁ ଆପାର୍ଟମେଣ୍ଟ ଡାଇରେକ୍ଟଙ୍କ ପକ୍ଷରୁ ଟଙ୍କା ଜମା କରାଯାଇଛି। ବର୍ତ୍ତମାନ ଅନୁମତି ପାଇଁ ଡକ୍ୟୁମେଣ୍ଟ ପ୍ରସ୍ତୁତ ଚାଲିଛି। ଜିଲାପାଳଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବା ସହିତ ଅନୁଗୋଳ ଥାନାରେ ଅଭିଯୋଗ କରାଯିବ। ତାମଡାର ସେକ୍ରେଟାରି ତଥା ଆସିଷ୍ଟାଣ୍ଟ କଲେକ୍ଟର ବୈତୁରା ଦୀପ କହିଛନ୍ତି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ ଅଧିକ ତଥ୍ୟ ଜିଲାପାଳ ପ୍ରଦାନ କରିପାରିବେ। ଜିଲା ସହକାରୀ ଅଗ୍ନିଶମ ବିଭାଗ ଅଧିକାରୀ ସର୍ବେଶ୍ୱର ବରାଳ କହିଛନ୍ତି, ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆବେଦନ ଅଗ୍ନିଶମ ବିଭାଗ ନିକଟରେ କରାଯାଇ ନାହିଁ କି କୌଣସି ଅନୁମତିପତ୍ର ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ, ୧୧ ଗିରଫ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri