ତାତିରେ କଲବଲ ହେଲେ ଲୋକେ

ଅନୁଗୋଳ ଅଫିସ, ୨୭।୫- ତତଲା କଡ଼େଇ ପାଲଟିଛି ଅନୁଗୋଳ। ବୁଧବାର ୪୩.୭ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ଅନୁଗୋଳ ସର୍ବାଗ୍ରେ ଥିବାରୁ ଦିନ ତମାମ କଲବଲ ହୋଇଥିଲେ ଲୋକେ। ସକାଳ ୮ଟାରୁ ତାପମାତ୍ରା ବଢ଼ିବା ସହ ମଧ୍ୟାହ୍ନରେ ମୁଣ୍ଡଫଟା ଖରା ଜନଜୀବନକୁ ଅଥୟ କରିଦେଇଥିଲା। ଫଳରେ ଜନଗହଳି ଅନୁଗୋଳ ସହର ପୂର୍ବାହ୍ନରୁ ହିଁ ଖାଁ ଖାଁ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଅତି ଜରୁରୀ କାମ ନ ଥିଲେ ଲୋକମାନେ ଘରୁ ବାହାରି ନ ଥିଲେ। ଯେଉଁମାନେ ପଦାକୁ ଆସିଥିଲେ ସେମାନେ ହାତରେ ଛତା ଓ ପାଣି ବୋତଲ ଆଣିଥିଲେ। ତେବେ ତାତି ସାଙ୍ଗକୁ ଗୁଳଗୁଳି ଯନ୍ତ୍ରଣାକୁ ଅଧିକ ବଢ଼ାଇ ଦେଇଥିଲା ଅଘୋଷିତ ବିଦ୍ୟୁତ୍‌ କାଟ। ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ କାଟ ହେଉଥିବାରୁ ଛୋଟ ପିଲା ଓ ବୟସ୍କ ଲୋକମାନେ ଗରମରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?