ତହସିଲ କାର୍ଯ୍ୟାଳୟରେ ପୂର୍ବତନ ଏମ୍‌ପିଙ୍କ ଧାରଣା: କାଠ ବୋଝେଇ ଟ୍ରାକ୍ଟର ଜବତକୁ ବିରୋଧ

କୁଜଙ୍ଗ,୫ା୨(ଡି.ଏନ.ଏ.): ଏକ କାଠ ବୋଝେଇ ଟ୍ରାକ୍ଟରକୁ କୁଜଙ୍ଗ ପୋଲିସ ଜାନୁୟାରୀ ୨୬ରେ ଜବତ କରିଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପୂର୍ବତନ ଏମ୍‌ପି ତଥା ଭାଜପା ନେତା ବିଭୂପ୍ରସାଦ ତରାଇ ଓ ତାଙ୍କ ସମର୍ଥକ ମଙ୍ଗଳବାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଯାହାକୁ ନେଇ ପୋଲିସ ଓ ପ୍ରଶାସନ ଅଡୁଆରେ ପଡିଥିଲୋ। ବୁଧବାର ଘଟଣାର ସମାଧାନ କରାଯିବା ନେଇ ପ୍ରଶାସନ ଓ ପୋଲିସ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁସାରେ, କୁଜଙ୍ଗ ଥାନା ମହ୍ଲାସାହି ଗ୍ରାମର ସନାତନ ପାଣି ତାଙ୍କ ସ୍ଥିତିବାନ ସମ୍ପତ୍ତିରେ ଥିବା ଏକ ଚାକୁଣ୍ଡା ଗଛକୁ ଅରିଖିଆ ମୌଜାର ବାଲିମଠରେ ହେବାକୁ ଥିବା ଯଜ୍ଞରେ ବ୍ୟବହାର ପାଇ ଦାନ କରିଥିଲେ। ସେହି ଅନୁସାରେ ଯଜ୍ଞ କମିଟି ଗଛ କାଟି ଏକ ଟ୍ରାକ୍ଟରରେ ନେଉଥିଲେ। ଏହି ସମୟରେ ସରକାରୀ ଜାଗାରୁ ଗଛ କଟାଯାଇଥିବା କୁଜଙ୍ଗ ତହସିଲଦାର ଖବର ପାଇ ଟାକ୍ଟରକୁ ଜବତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲା। ଏକଥା ଯଜ୍ଞ କମିଟି ସଦସ୍ୟମାନେ ଜାଣିବା ପରେ ଥାନାରେ ପହଞ୍ଚତ୍ ଟ୍ରାକ୍ଟରକୁ ଛାଡିଦେବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ଥାନା ଅଧିକାରୀ ଏକଥା ଶୁଣି ନ ଥିଲେ। ଖାଲି ସେତିକି ନୁହେଁ ଟ୍ରାକ୍ଟର ଜବତ ହେବାର ଏକ ସପ୍ତାହପରେ ଅର୍ଥାତ ସୋମବାର ତହସିଲଦାର ପ୍ରଭାସ ବେଉରା ପତ୍ର ଚିଠି ଲେଖି ଜବତ ଟ୍ରାକ୍ଟର ଓ କାଠକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଗଛ କଟା ଯାଇଥିବା ପ୍ଲଟ ସରକାରୀ ହୋଇଥିବା ଦର୍ଶାଇଥିବାବେଳେ ଖାତା ନଂ.୪୬୪/୧୪୪ ଓ ପ୍ଲଟ ନଂ-୧୪୪ରେ ଥିବା ସ୍ଥିତିବାନ ସତ୍ୱରେ ଗଛ କଟା ଯାଇଥିବା ପୂର୍ବତନ ଏମ୍‌ପି ତରାଇ କହିଛନ୍ତି। ସେ କହିଛନ୍ତି, ପୋଲିସ ମୌଖିକ ନିର୍ଦ୍ଦେଶରେ କିପରି ଟ୍ରାକ୍ଟର ଜବତ କଲା ତାହା ଆଶ୍ଚର୍ଯ୍ୟ ଲାଗୁଛି। ଅନ୍ୟପକ୍ଷରେ ସପ୍ତାହକ ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର ପାଇଁ ଲେଖିବା ତହସିଲଦାରଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛି। ତହସିଲଦାର ଅନୁପସ୍ଥିତ ଥିବାରୁ ଧାରଣାସ୍ଥଳରେ ଅତିରିକ୍ତ ତହସିଲଦାର ଚନ୍ଦ୍ରକାନ୍ତ ପଣ୍ଡା ଓ ଥାନା ଅଧିକାରୀ ଦିଲୀପ ସାହୁ ପହଞ୍ଚତ୍ ବୁଝାଶୁଝା କରିବା ସହ ବୁଧବାର ତହସିଲଦାରଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବ ବୋଲି କହିଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଘଟଣା ସମ୍ପର୍କରେ ଥାନା ଅଧିକାରୀ ସାହୁ କହିଛନ୍ତି, ପୂର୍ବତନ ଏମ୍‌ପି ଯେଉଁ ଅଭିଯୋଗ କରିଛନ୍ତି ବୁଧବାର ତର୍ଜମା ହେଲେ ତାହା ଜଣାପଡ଼ିବ। ଏବେ କିଛି କହି ହେବ ନାହିଁ। ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟା ଶୁଶ୍ରୀ ପ୍ରିୟଦର୍ଶିନୀ, ସରପଞ୍ଚ ପ୍ରଦୀପ୍ତ ପରିଡା, ଏଏନଡି ଯାଦବ, ନବନିର୍ମାଣ କୃଷକ ସଂଗଠନର ନେତା ଦେବପ୍ରସାଦ ପଟ୍ଟନାୟକ, ନୂତନ ତ୍ରିପାଠୀ, ବିଷ୍ଣୁ ସ୍ବାଇଁ, ବାବୁରାମ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri