ତତ୍ପରତା ଦେଖାଇ ଶୋଇଗଲା କମିଶନରେଟ ପୋଲିସ: ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ବ୍ୟାରିକେଡ୍‌, ଇଣ୍ଟରସେପ୍ଟର କଥା ଭୁଲିଗଲେ ଅଧିକାରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ) : ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ମାସକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବାବେଳେ ପୋଲିସ ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି। ଗତ ମାସ ଶେଷ ସପ୍ତାହରେ ଲଗାତାର ୫ ଜଣଙ୍କ ମୃତ୍ୟୁ ଘଟିବା ପରେ କମିଶନରେଟ ପୋଲିସର ଚେତା ପଶିଥିଲା। ତତ୍ପରତା ଦେଖାଇ ତୁରନ୍ତ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ପାଇଁ ପୋଲିସ କମିଶନର ଟ୍ରାଫିକ ପୋଲିସକୁ ନିର୍ଦ୍ଦେଶ ଦେଲେ। ତରବରିଆ ଭାବେ ୫ଟି ସ୍ଥାନରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଗଲା। ଏହାପରେ ଉକ୍ତ ସ୍ଥାନରେ ଦୁର୍ଘଟଣା ରୋକିବାକୁ ତୁରନ୍ତ ବ୍ୟାରିକେଡ୍‌ ନିର୍ମାଣ ଓ ଇଣ୍ଟରସେପ୍ଟର ବ୍ୟବସ୍ଥା ସହ ନିୟମିତ ପାଟ୍ରୋଲିଂ କରିବାକୁ କୁହାଗଲା। ହେଲେ ଏହାପରଠାରୁ ପୁଣି ଶୋଇଗଲା କମିଶନରେଟ ପୋଲିସ। ପୁଣି ଦୁର୍ଘଟଣା ଘଟି ଜୀବନ ଗଲେ ପୋଲିସ ଅଧିକାରୀଙ୍କ ନିଦ ଭାଙ୍ଗିବ ବୋଲି କୁହାଯାଉଛି। ପୋଲିସର ଏଭଳି ଆଭିମୁଖ୍ୟ ସହରରେ ଅପରାଧ ଓ ଦୁର୍ଘଟଣା ବୃଦ୍ଧିର କାରଣ ପାଲଟିଛି।
ଦୁର୍ଘଟଣା ରୋକିବାକୁ ହୋଇଥିବା ନିଷ୍ପତ୍ତି ଅନୁସାରେ, ଚିହ୍ନଟ ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବ୍ୟାରିକେଡ୍‌ ରହିବ। ଏହାସହ ସେଠାରେ ଇଣ୍ଟରସେପ୍ଟର ରଖାଯିବା ସହ ପାଟ୍ରୋଲିଂ କଡାକଡି କରାଯିବ। ଦୁର୍ଘଟଣା ପ୍ରବଣ ଅଞ୍ଚଳ ସଂକ୍ରାନ୍ତରେ ସୂଚନା ଫଳକ ଲଗାଯିବ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ସୂଚନା ଦେଇଥିଲେ। ଇତିମଧ୍ୟରେ ଦୁଇ ସପ୍ତାହ ବିତିବାକୁ ବସିଥିଲେ ମଧ୍ୟ କିଛି ବି ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଚିହ୍ନଟ ବ୍ଲାକ୍‌ ସ୍ପଟ୍‌କୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିହ୍ନଟ ସ୍ଥାନ ହେଲା ଜାତୀୟ ରାଜପଥର ଭୁବନେଶ୍ୱର ଖୋର୍ଦ୍ଧା ମଧ୍ୟବର୍ତ୍ତୀ ବାଟଭୁଆଶୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ଆଚାର୍ଯ୍ୟବିହାର ଓଭରବ୍ରିଜ୍‌, କ୍ରାଉନ ହୋଟେଲ ସମ୍ମୁଖ ଏବଂ ପାହାଳ। ଏହାଛଡା ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପର ଓ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ଅଭିଯୋଗ ଉଠିବା ପରେ ପରବର୍ତ୍ତୀ ସମୟରେ ସେସବୁ ସ୍ଥାନ ଚିହ୍ନଟ କରାଯିବ ବୋଲି କୁହାଗଲା। କିନ୍ତୁ ସେ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବା ଜଣାପଡିଛି। ଏପରିକି ଟ୍ରାଫିକ ପୋଲିସ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଉକ୍ତ ସ୍ଥାନରେ ବୈଷୟିକ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା କଥା। କିନ୍ତୁ ତାହା ବି ଏପର୍ଯ୍ୟନ୍ତ ହେଲାନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri